ବହୁଚର୍ଚ୍ଚିତ ଆଇଏଏସ୍‌ ଯୋଡ଼ି ଟିନା ଡାବି ଓ ପ୍ରଦୀପ ଗୱାଣ୍ଡେଙ୍କ ବିବାହ ଆଜି

ଜୟପୁର: ଆଇଏଏସ୍‌ ଟିନା ଡାବି ଓ ଆଇଏଏସ୍‌ ପ୍ରଦୀପ ଗୱାଣ୍ଡେ ଆଜି ବିବାହ ବନ୍ଧନରେ ବ‌ାନ୍ଧି ହେବାକୁ ଯାଉଛନ୍ତି। ଜୟପୁରର ଏକ ପାଞ୍ଚ ତାରକା ହୋଟେଲ୍‌ରେ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଏହି ପ୍ରେମୀ ଯୁଗଳ। ଏହି ବିବାହ ଉତ୍ସବରେ ବହୁ ହାଇ ପ୍ରୋଫାଇଲ୍‌ ଲେ‌ାକ ପହଞ୍ଚିବେ ବୋଲି ସୂଚନା ରହିଛି। ଆପଣ ଜାଣିଥିବେ ଯେ ଟିନା ଡାବିଙ୍କ ନିର୍ବନ୍ଧ ପରେ ପରେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚିତ ପାଲଟି ଯାଇଛନ୍ତି ଉଭୟ ଟିନା ଓ ପ୍ରଦୀପ।

ନିଜର ପ୍ରଥମ ସ୍ବାମୀ ଆଇଏଏସ୍ ଅଥର ଖାନଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ବିତୀୟ ଥର ପାଇଁ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି ଟିନା ଡାବି। ପ୍ରଦୀପ ତାଙ୍କ ପରି ଅନୁସୂଚୀତ ଜାତି ‌ଶ୍ରେଣୀର। ତାଙ୍କ ମାଆଙ୍କ ପରି ପ୍ରଦୀପ ବି ଜଣେ ମରାଠୀ।


India Today

ଉଲ୍ଲେଖଯୋଗ୍ୟ, ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିିନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଶ୍ୟ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।

ସମ୍ବନ୍ଧିତ ଖବର