ବିବାହ ପୂର୍ବରୁ ଟିନା ଡାବିଙ୍କ ଭାବି ସ୍ବାମୀ ପ୍ରଦୀପଙ୍କ ବଦଳି, ଜାଣନ୍ତୁ ପୋଷ୍ଟିଂ କେଉଁଠାରେ

ନୂଆଦିଲ୍ଲୀ: ଆପଣ ଜାଣିଥିବେ ନିଶ୍ଚୟ ଯେ ୨୦୧୫ର ଆଇଏଏସ ଟପ୍ପର ଟିନା ଡାବିଙ୍କୁ ଦ୍ବିତୀୟ ବିବାହ କରିବେ ରାଜସ୍ଥାନ କ୍ୟାଡରର ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେ। ତେବେ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପ୍ରଦୀପଙ୍କୁ ମିଳିଛି ଏକ ଝଟ୍‌କା। ରାଜସ୍ଥାନ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ବଦଳି ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ପ୍ରଦୀପଙ୍କ ନାମ ବି ରହିଛି।

ପ୍ରଦୀପ ଗୱାଣ୍ଡେ ପୂର୍ବରୁ ଜୟପୁରର ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଥିବା ବେଳେ ଏବେ ତାଙ୍କର ବଦଳି ହୋଇଯାଇଛି ସଚିବାଳୟକୁ। ଏବେ ତାଙ୍କର ପୋଷ୍ଟିଂ ଜୟପୁରର ସଂଯୁକ୍ତ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗରେ ହୋଇଛି। ସେହିପରି ଟିବା ଡାବି ଏବେ ରାଜସ୍ଥାନର ବିତ୍ତ ବିଭାଗର ଯୁଗ୍ମ ସଚିବ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଆପଣ ନିଶ୍ଚୟ ଜାଣିଥିବେ ଯେ ୨୦୧୫ର ଆଇଏଏସ ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ତେବେ ଟିନାଙ୍କଠାରୁ ତାଙ୍କ ଭାବି ସ୍ବାମୀ ୧୩ ବର୍ଷ ବଡ଼।

ଏହାପୂର୍ବରୁ ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିିନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଶ୍ୟ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।

ସମ୍ବନ୍ଧିତ ଖବର