ନୂଆଦିଲ୍ଲୀ: ସବୁବେଳେ ଚର୍ଚ୍ଚାରେ ରହୁଥିବା ଅ‌ାଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରୁ ଟିନା ଡାବି ଅନ୍ୟତମ। ସେ କେବେ ନିଜର ଟପ୍ପର ହେବା କଥା ପାଇଁ ତ କେବେ ନିଜ ପ୍ରେମକୁ ନେଇ, କେବେ ନିଜର ବିବାହକୁ ନେଇ ତ ପୁଣି କେବେ ନିଜର ଦ୍ବିତୀୟ ବିବାହକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ କିଛି ଦିନ ଅନ୍ତରରେ ନିଶ୍ଚୟ କିଛି ନା କିଛି କାରଣକୁ ନେଇ ଲୋକଲୋଚନକୁ ଆସିଥାନ୍ତି।

Advertisment

ସେ ଅଧିକାଂଶ ସମୟ‌ରେ ସୋସିଆଲ୍‌ ମିଡିଆରେ ନିଜର ଫଟୋ ଓ ଭିଡିଓ ଭାଇରାଲ୍‌ କରିଥାନ୍ତି। ନିକଟରେ ବି ଟିନା ଡାବି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିଜର ଏକ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓରେ ସେ ନିଜ କେଶବିନ୍ୟାଶ କରୁଥିବାର ନଜର ଆସିଛନ୍ତି। ଭିଡିଓରେ ସେ ନିଜର‌ କେଶକୁ ଏକ ନୂଆ ଷ୍ଟାଇଲ୍‌ ସଜାଉଥିବାର ଦେଖିବାକୁ ମିଳିଛନ୍ତି।

ସେ ସେଲୁନ୍‌ରେ ନିଜ ହେୟାର୍‌ ଷ୍ଟାଇଲ୍‌ର ଏକ ରିଲ୍ସ ବନାଇ ଇନଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ଏବେ ଟିନାଙ୍କର ସେହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ୍‌ କରିଛନ୍ତି।

କେହି କେହି ଟିନାଙ୍କ ଲୁକ୍‌କୁ ଖୁବ୍ ପସନ୍ଦ କରିଛନ୍ତି ତ ପୁଣି କେହି କବିତା‌ ଲେଖି ଟିନାଙ୍କ ପ୍ରଶଂସା କରିଛନ୍ତି। ଟିନାଙ୍କୁ ଥଟ୍ଟା କରି ବି କିଛି ବ୍ୟବହାରକାରୀ କମେଣ୍ଟ୍‌ ଦେଇଥିବାର ଦେଖିବାକୁ ମିିଳିଛି। ଜଣେ ଆଇଏଏସ୍‌ଅଧିକାରୀ ହୋଇ ସମାଜ କଲ୍ୟାଣ ଉପରେ ରିଲ୍ସ ବନାଇବା ପରିବର୍ତ୍ତେ ଏଭଳି ରିଲ୍ସ କାହିଁକି ବନାଉଛନ୍ତି, ତାହା ପ୍ରଶ୍ନ କରିଛନ୍ତି।  କିଛି ବ୍ୟବହାରକାରୀ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି। କେହି କେହି ତାଙ୍କୁ ‌‘ଗୋଲ୍‌ଡ ଡିଗର’ ତ ପୁଣି କେହି ସିନେମା ପାଇଁ ଚେଷ୍ଟା କର ବୋଲି ଲେଖି ପରାମର୍ଶ ଦେଇଛନ୍ତି।