ନୂଆଦିଲ୍ଲୀ: ବରଷରେ ଥରେ ହୋଲି ଆସିଥାଏ। ସମସ୍ତେ ହୋଲି ଖେଳିବାକୁ ଅପେକ୍ଷା କରିଥାନ୍ତି। ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ ଫୋନ। ତେବେ ହୋଲି ଖେଳୁଥିବା ସମୟରେ ପାଣି କିମ୍ବା ରଙ୍ଗ ଲାଗି ଫୋନ ଖରାପ ହେବାର ଡର ଥାଏ। ହୋଲି ପୂର୍ବରୁ ଏଠାରେ କେତେକ ଟିପ୍ସ ଦିଆଯାଇଛି। ଏହି ଟିପ୍ସଗୁଡିକୁ ବ୍ୟବହାର କରି ଆପଣମାନେ ନିଜ ସ୍ମାର୍ଟଫୋନ ଓ ଅନ୍ୟ ଗ୍ୟାଜେଟଗୁଡିକୁ ସୁରକ୍ଷିତ ରଖି ପାରିବେ।

Advertisment

ପ୍ରଥମ ଟିପ୍ସ: ରଙ୍ଗ ଓ ପାଣି ଦ୍ଵାରା ଫୋନ ଖରାପ ହେବାର ସମ୍ଭାବନା ଅଛି। ତେଣୁ ଆପଣ ନିଜ ଫୋନକୁ ଘରେ ସୁରକ୍ଷିତ ସ୍ଥାନରେ ରଖି ହୋଲି ଖେଳି ପାରିବେ। ଯଦି ଫୋନ ଛାଡି ଆପଣମାନେ ହୋଲି ଖେଳି ପାରିବେ ନାହିଁ ତେବେ ନିମ୍ନରେ ଦିଆଯାଇଥିବା ଟିପ୍ସଗୁଡିକୁ ପାଳନ କରି ଫୋନକୁ ସୁରକ୍ଷିତ ରଖିପାରିବେ।

ଦ୍ଵିତୀୟ ଟିପ୍ସ: ବର୍ଷା ସମୟରେ ଲୋକମାନେ ନିଜ ଫୋନକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ଛୋଟ ଓ୍ଵାଟରପ୍ରୁଫ୍ ପ୍ଲାଷ୍ଟିକ୍ ଥଳୀର ବ୍ୟବହାର କରିଥାନ୍ତି ସେଗୁଡିକ ଅତ୍ୟନ୍ତ ଶସ୍ତା। ଏହା ହୋଲି ଖେଳିବାବେଳେ ଆପଣଙ୍କ ଫୋନକୁ ସୁରକ୍ଷିତ ରଖିବା ପାଇଁ ସବୁଠୁ ଅଧିକ ଭଲ ଉପାୟ। କେବଳ ପ୍ଲାଷ୍ଟିକ୍ ଥଳୀରେ ଆପଣଙ୍କୁ ନିଜ ଫୋନକୁ ରଖିବାକୁ ପଡିବ ଓ ଥଳୀର ଚେନକୁ ଲଗାଇବାକୁ ପଡିବ। ଏଗୁଡିକ ଲୋକାଲ୍ ଫୋନ ଦୋକାନ କିମ୍ବା ଅନଲାଇନରେ ମିଳିଥାଏ।

publive-image Image Courtesy: Mid-Day

ତୃତୀୟ ଟିପ୍ସ: ଯଦି ଆପଣମାନେ ନିଜ ଫୋନର ସୁନ୍ଦରତା ଓ କ୍ୟାମେରାର କ୍ଷମତାକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହାକୁ ବାହାର ପଟୁ ବି ସୁରକ୍ଷିତ ରଖିବାକୁ ପଡିବ। ଆପଣ ଫୋନର ଏହି ଗୁରୁତ୍ଵପୂର୍ଣ୍ଣ ଅଂଶକୁ ରଙ୍ଗରୁ ବଞ୍ଚାଇବା ପାଇଁ ସ୍କ୍ରିନ୍ ପ୍ରୋଟେକ୍ଟର୍ ଓ କ୍ୟାମେରା ଲେନ୍ସ କଭରର ବ୍ୟବହାର ମଧ୍ୟ କରିପାରିବେ।

ଯଦି ଏହି ସବୁ ଟିପ୍ସକୁ ପାଳନ କରିବା ସତ୍ତେ ସ୍ମାର୍ଟଫୋନରେ ରଙ୍ଗ ଲାଗିଯାଏ ତେବେ ଆପଣଙ୍କୁ ଏହାକୁ ସାବଧାନତାର ସହ ସଫା କରିବାକୁ ପଡିବ। ଯଦି ଆପଣଙ୍କ ଫୋନ ଓ୍ଵାଟରପ୍ରୁଫ୍ ଓ ଆଇପି ପ୍ରମାଣପତ୍ର ବିଶିଷ୍ଟ ତେବେ ଆପଣଙ୍କ କେବେଳ ୨-୩ ବୁନ୍ଦା ପାଣି ଦେଇ ଏକ କପଡାରେ ଫୋନକୁ ସଫା କରିପାରିବେ। ଯଦି ଆପଣଙ୍କ ଫୋନ ଓ୍ଵାଟରପ୍ରୁଫ୍ ଓ ଆଇପି ପ୍ରମାଣପତ୍ର ବିଶିଷ୍ଟ ନୁହେଁ ତେବେ ଆପଣଙ୍କୁ ଫୋନକୁ ପୋଛିବା ପାଇଁ ଓଦା କନାର ବ୍ୟବହାର କରିବାକୁ ପଡିବ। କିନ୍ତୁ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ଯେ ପାଣି ଯେପରି ଫୋନର ସ୍ପିକର୍ ଗ୍ରିଲ୍, ପୋର୍ଟ୍ ଭଳି ଖୋଲା ସ୍ଥାନକୁ ପ୍ରବେଶ ନକରେ। ୟୁଏସବି-ସି ପୋର୍ଟ ଓ ୩.୫ ଏମଏମ ଜ୍ୟାକର ସୁରକ୍ଷା ପାଇଁ ଡଷ୍ଟ ପ୍ଲଗ୍ ବଜାରରେ ଉପଲବ୍ଧ।

ଇୟରବଡ୍ସରେ ଥିବା ଓ୍ଵାଟରପ୍ରୁଫ୍ ଓ ଆଇପି ପ୍ରମାଣପତ୍ର ବ୍ୟବସ୍ଥା ଏତେ ଅଧିକ ଶକ୍ତିଶାଳୀ ନଥାଏ ତେଣୁ ଇୟରବଡ୍ସକୁ କୌଣସି ପଲିଥିନରେ ରଖନ୍ତୁ। ହୋଲି ସମୟରେ ଇୟରବଡ୍ସ ହଜି ଯାଇପାରେ ତେଣୁ ଏଗୁଡିକୁ ଘରେ ହିଁ ରଖନ୍ତୁ। ଆଇପି ପ୍ରମାଣପତ୍ର ବିଶିଷ୍ଟ ସ୍ମାର୍ଟଓ୍ଵାଚ୍ ଗୁଡିକ ଅନ୍ୟ ସ୍ମାର୍ଟଓ୍ଵାଚ୍ ଅପେକ୍ଷା ଅଧିକ ନିରାପଦ। ଅଧିକ ସୁରକ୍ଷା ପାଇଁ ଏଥିରେ ଆପଣମାନେ ସ୍କ୍ରୀନ୍ ପ୍ରୋଟେକ୍ଟର ଲଗାଇପାରିବେ।