ଅଗଷ୍ଟ ୧୫ରେ ଟ୍ରାକ୍ ଉପରେ ଦୌଡ଼ିବ ତ୍ରିରଙ୍ଗା ଟ୍ରେନ୍। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ତ୍ରିରଙ୍ଗା ନାମକ ଏକ ଟ୍ରେନ୍ ପ୍ରସ୍ତୁତ କରାଯାଇଛି। ଏହି ଟ୍ରେନ୍ର ବଗିକୁ ସମ୍ପୂର୍ଣ୍ଣ ଭାବେ ତି୍ରରଙ୍ଗା ଭଳି ରଙ୍ଗୀନ କରାଯାଇଛି। ଏହି ଟ୍ରେନ ଯେତେବେଳେ ସ୍ୱାଧୀନତା ଦିବସରେ ରେଳ ଧାରଣା ଉପରେ ଚାଲିବ ସେତେବେଳେ ଲାଗିବ ସତେ ଯେପରି ତ୍ରିରଙ୍ଗା ପତାକା ପବନରେ ଉଡୁଛି। ଏହା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଦିଲ୍ଲୀର ଟ୍ରାକ୍ ଉପରେ ଚାଲିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋର୍ସୋର୍ରେ ଆଗେଇ ଚାଲିଛି।
ଅଗଷ୍ଟ ୧୫ରେ ସାରା ଦେଶରେ ସ୍ୱାଧୀନତା ଦିବସକୁ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ରେଳବାଇ ମଧ୍ୟ ଏହି ଦିବସରେ ଏକ ମୂଖ୍ୟ ଭୁମିକା ଗ୍ରହଣ କରିବାକୁ ଯାଉଛି। ଭାରତୀୟ ରେଳବାଇ ସ୍ୱାଧୀନତା ଦିବସରେ ଏଭଳି ଏକ ଟ୍ରେନ ଟ୍ରାକ ଉପରକୁ ଆଣିବାକୁ ଯାଉଛି ଯାହା ଅଗଷ୍ଟ ପନ୍ଦରରେ ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରିବ। ଏଥିପାଇଁ ରେଳବାଇ ତରଫରୁ ତ୍ରିରଙ୍ଗା ନାମକ ଏକ ଟ୍ରେନ ପ୍ରସ୍ତୁତ କରାଯାଇଛି। ଏହି ଟ୍ରେନ ଯେତେବେଳେ ସ୍ୱାଧୀନତା ଦିବସରେ ରେଳ ଧାରଣା ଉପରେ ଚାଲିବ ସେତେବେଳେ ଲାଗିବ ସତେ ଯେପରି ତ୍ରିରଙ୍ଗା ପତାକା ପବନରେ ଉଡୁଛି। ସବୁଠାରୁ ବଡ କଥା ହେଉଛି ଏହି ଟ୍ରେନରେ ବାଷ୍ପିୟ ଇଞ୍ଜିନ ଲଗାଯାଇଛି।
/sambad/media/post_attachments/wp-content/uploads/2018/08/t4-300x169.jpg)
ଏହି ଟ୍ରେନର ବିଶେଷତ୍ୱ ହେଉଛି ଏହାକୁ ତ୍ରିରଙ୍ଗା ପତାକା ଭଳି ସଜାଯାଇଛି। ଟ୍ରେନର ବଗିକୁ ସମ୍ପୁର୍ଣ୍ଣ ତ୍ରିରଙ୍ଗା ଭଳି ରଙ୍ଗିନ କରାଯାଇଛି। ସବା ଉପରେ ରହିଛି ନାରଙ୍ଗି, ମଝିରେ ଧଳା ଏବଂ ତଳେ ସବୁଜ ରଙ୍ଗରେ ସଜାଯାଇଥିବା ବେଳେ ବଗିର ମଝି ଅଂଶରେ ବାଇଗଣୀ ରଙ୍ଗରେ ଏକ ଚକ୍ର କରାଯାଇଛି ଯାହା ଏହି ଟ୍ରେନକୁ ତ୍ରିରଙ୍ଗାର ଆକାର ଦେଉଛି। ଏହି ଟ୍ରେନ ଅଗଷ୍ଟ ପନ୍ଦର ସୁଦ୍ଧା ଦିଲ୍ଲୀର ଟ୍ରାକ ଉପରେ ଦୌଡିବା ପାଇଁ ପ୍ରସ୍ତୁତ ହୋଇଯାଇଥିବ। ଏହି ଟ୍ରେନକୁ ରଙ୍ଗ କରିବା ପାଇଁ ପ୍ରାୟ ୧୫୦ ଜଣ କର୍ମଚାରୀ ଲାଗିପଡିଛନ୍ତି।
ସୂଚନା ମୁତାବକ, ତ୍ରିରଙ୍ଗା ଟ୍ରେନକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ସଙ୍କେତ ଦେଇପାରନ୍ତି। ଏହି ଟ୍ରେନର ସବୁଠାରୁ ବଡ କଥା ହେଉଛି ଏହାକୁ ପେପର ମାଧ୍ୟମରେ ପେଣ୍ଟ କରାଯାଉଛି। ବଗି ଗୁଡିକରେ ପେପର ଲଗାଯାଇ ତା ଉପରେ ପେଣ୍ଟ ଲଗାଯାଉଛି। ଏହା ଦ୍ୱାରା ଟ୍ରେନ ଚାଲିବା ବେଳେ ପବନରେ ପତାକା ଉଡିଲା ଭଳି ପ୍ରତିତ ହେବ। ଏପରି ହୋଇପାରେ ଅଗଷ୍ଟ ପନ୍ଦର ଦିନ ଏହି ଟ୍ରେନରେ ବସିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିପାରେ କିନ୍ତୁ ଟ୍ରେନ ଭିତରେ ବସିବା ଅପେକ୍ଷା ବାହାରେ ରହି ଏହାର ସୁନ୍ଦରତାକୁ ଅଧିକ ଉପଭୋଗ କରାଯାଇ ପାରିବ।