ଚୋରକୁ ପାନେ ଚଖାଇଲେ ମହିଳା: ୨୦ଟି ଜିନିଷ ଚୋରି ହେବା ପରେ ଆପଣାଇଲେ ଏଭଳି ବାଟ, କିନ୍ତୁ…

ନୂଆଦିଲ୍ଲୀ: ଆଜିକାଲି ଲୋକେ ଅନଲାଇନ ଜିନିଷ ଅର୍ଡର କରିବା ପାଇଁ ପସନ୍ଦ କରୁଛନ୍ତି। ଏହା ସମୟ ବଞ୍ଚାଇବା ସହ ଖୁବ୍ ସହଜରେ ଲୋକଙ୍କ ପାଖରେ ଆସି ଅର୍ଡର କରିଥିବା ଜିନିଷ ପହଞ୍ଚି ଯାଉଛି। ବିଭିନ୍ନ କୋରିଅର ସଂସ୍ଥା  ଆସି ଘରେ ଜିନିଷ ଡେଲିଭର କରୁଛନ୍ତି। କିନ୍ତୁ ବେଳେ ବେଳେ ପାର୍ସଲ ଚୋରି ହେବାର ଅନେକ ଘଟଣା ସାମ୍ନାକୁ ଆସିଥାଏ, ଯାହା ପାଇଁ ଜିନିଷ ଅର୍ଡର କରିଥିବା ଲୋକକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।

ତେବେ ଆମେରିକାରେ ରହୁଥିବା ଜଣେ କୋରିଅର ସଂସ୍ଥାର ମାଲିକାଣୀଙ୍କ ସହ ମଧ୍ୟ କିଛି ସେଭଳି ଘଟିଛି। ମହିଳା ଜଣଙ୍କ ଏକ କୋରିଅର କମ୍ପାନିର ମାଲିକାଣୀ ହୋଇଥିବା ବେଳେ ତାଙ୍କ ପାଖକୁ ଆସୁଥିବା ପାର୍ସଲ ଚୋରି ହେବା ଆରମ୍ଭ ହୋଇଥିଲା। ପାଖାପାଖି ୨୦ଟି ପାର୍ସଲ ଚୋରି ହେବା ପରେ ମହିଳାଜଣଙ୍କ ଚୋରକୁ ଯେଉଁଭଳି ଭାବରେ ପାନେ ଚଖାଇଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

indiatimes.com

ସୂଚନା ମୁତାବକ, ପ୍ରତିଥର ଜିନିଷ ଚୋରି ହେଉଥିବା ଦେଖି ମହିଳାଜଣଙ୍କ ଏକ ବକ୍ସରେ ଘରର ସବୁ ଆବର୍ଜନା ଓ ବିଲେଇର ମଳକୁ ରଖି ତାହାର ଏକ ପାର୍ସଲ ତିଆରି କରିଥିଲେ। ଯାହା ପରେ ପାର୍ସଲକୁ ଅଫିସ ବାହାରେ ରଖି ଦେଇଥିଲେ। ପର ଦିନ ସକାଳ ସମୟରେ ଚୋରଟି ଆବର୍ଜନା ଥିବା ବକ୍ସକୁ ଚୋରି କରି ନେଇଥିବା ଦେଖିଥିଲେ ମହିଳା। ମହିଳାଙ୍କ ଏଭଳି କାମକୁ କିଛି ପ୍ରଶଂସା କରୁଥିବା ବେଳେ କିଛି ତାଙ୍କୁ ଅଫିସରେ ସିସିଟିଭି ଲଗାଇବା ପାଇଁ ଉପଦେଶ ଦେବା ଆରମ୍ଭ କରିଛନ୍ତି। ସିସିଟିଭି ଦ୍ବାରା ଚୋରକୁ ଧରି ହେବ, ଯାହାଦ୍ବାରା ସବୁଦିନର ଚିନ୍ତାରୁ ମୁକ୍ତି ମିଳିବ ବୋଲି କହି ଲୋକେ ମହିଳାଙ୍କୁ ଉପଦେଶ ଦେବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର