ଭକ୍ତମାନଙ୍କୁ ଦିଆଯାଉଥିବା ପ୍ରସାଦ କ୍ଷତିକାରକ ନୁହେଁ ଏବଂ ତାହା ନିର୍ଦ୍ଧାରିତ ମାନ ଅନୁଯାୟୀ ପ୍ରସ୍ତୁତ ବୋଲି ସୁନିଶ୍ଚିତ ହେବାଲାଗି ଅାନ୍ଧ୍ରପ୍ରଦେଶର ତିରୁମାଳା ତିରୁପତି ଦେବସ୍ଥାନମ୍ ମନ୍ଦିରରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଗୋଟାଏ ହାଇ-ଟେକ୍ ଖାଦ୍ୟ ପରୀକ୍ଷାଗାର ଖୋଲାଯିବ। ଏହି ପରୀକ୍ଷାଗାରରେ ଯେଉଁ ଅତ୍ୟାଧୁନିକ ଯନ୍ତ୍ରପାତି ସବୁ ବସିବ ସେଥିରୁ ଗୋଟିକର ନାଁ ‘ଇଲେକ୍ଟ୍ରୋନିକ୍ ନାସିକା’ ଏବଂ ଆରଟିର ନାଁ ‘ଇଲେକ୍ଟ୍ରୋନିକ୍ ଜିହ୍ବା’। ପ୍ରସିଦ୍ଧ ତିରୁମାଳା ଲଡୁ ଓ ଅନ୍ୟାନ୍ୟ େଭାଗ ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ଉପାଦାନଗୁଡ଼ିକୁ ଏହି ଯନ୍ତ୍ର ପରୀକ୍ଷା କରାଇବାରେ ସହାୟକ ହେବ। ୩.୫ କୋଟି ଟଙ୍କା ବିନିମୟରେ ଫ୍ରାନ୍ସରୁ ଏହି ‘ଇଲେକ୍ଟ୍ରୋନିକ୍ ନାସିକା’ ଏବଂ ‘ଇଲେକ୍ଟ୍ରୋନିକ୍ ଜିହ୍ବା’ ଅଣାଯିବ। ବାସ୍ନା ବାରିବାରେ ଉକ୍ତ ‘ଇଲେକ୍ଟ୍ରୋନିକ୍ ନାସିକା’ ଅତି ବିଚକ୍ଷଣ। ବିଶେଷକରି, ତିରୁମାଳା ଲଡୁ ପ୍ରସ୍ତୁତ କରାଯାଉଥିବା ଘିଅର ଶୁଦ୍ଧତା, ସ୍ବାଦ, ବାସ୍ନା ଓ ରୂପରେ ସାମାନ୍ୟତମ ତାରତମ୍ୟ ଥିଲେ ତତ୍କ୍ଷଣାତ୍ ‘ଇଲେକ୍ଟ୍ରୋନିକ୍ ନାସିକା’ ତାହା ବାରିପାରିବ ଏବଂ ସେଥିରେ କ’ଣ ଅଛି, କ’ଣ ନାହିଁ ତାହା ବି ଚିହ୍ନଟ କରିଦେବ। ସେହିପରି, ‘ଇଲେକ୍ଟ୍ରୋନିକ୍ ଜିହ୍ବା’ ପ୍ରସାଦର ସ୍ବାଦ ଓ ଶୁଦ୍ଧତା ପରଖିବ। ଲଡୁର ସ୍ବାଦ ଏବଂ ରୂପରୁ ଲୋକେ ସହଜରେ ଧରି ପାରୁ ନ ଥିବା ସାମାନ୍ୟ ପରିବର୍ତ୍ତନ ସମ୍ବନ୍ଧରେ ମଧ୍ୟ ଏ ଜିହ୍ବା ତତ୍କ୍ଷଣାତ୍ ସୂଚନା ପ୍ରଦାନ କରିବ।
Cuttack: କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ
‘ଇଲେକ୍ଟ୍ରୋନିକ୍ ନାସିକା’ ଏବଂ ‘ଇଲେକ୍ଟ୍ରୋନିକ୍ ଜିହ୍ବା’ ବ୍ୟତିରେକେ ଉକ୍ତ ପରୀକ୍ଷାଗାରରେ ଆହୁରି ଅନେକ ପ୍ରକାର ଯନ୍ତ୍ରପାତି ବି ରହିଛି। କଞ୍ଚାମାଲ୍ ସବୁର ଶୁଦ୍ଧତା ଓ ସତେଜତା ପରଖିବା ପାଇଁ ଅଛି ବିଭିନ୍ନ ସେନ୍ସର୍। ଅଣୁଜୀବ ପରୀକ୍ଷା ନିମନ୍ତେ ରହିଛି ଆହୁରି କେତେକ ଉପକରଣ। କଞ୍ଚାମାଲ୍ରେ କୌଣସି ଧାତବ ପଦାର୍ଥ ମିଶିଯାଇଥିଲେ ଅଥବା କୀଟନାଶକ ଅବଶେଷ ରହିଯାଇଥିଲେ- ସେ ସବୁ ଚିହ୍ନଟ କରିବା ଲାଗି ମଧ୍ୟ ମେସିନ୍ ବସାଯାଇଛି। ଘିଅ, କାଜୁ, ଅଳେଇଚ, ଚିନି, ଆଲ୍ମଣ୍ଡ୍ ବାଦାମ, ଜିରା, ଜଳ, ଶୁଷ୍କ ଫଳ, ଚାଉଳ, କିସ୍ମିସ୍ ଓ ସୋଲା ଭଳି ୬୦ରୁ ଅଧିକ ଉପାଦାନ ଉକ୍ତ ପରୀକ୍ଷାଗାରରେ ଯାଞ୍ଚ କରାଯିବ।
PMGSY: ଯାତାୟାତ ଯନ୍ତ୍ରଣା ଅସହ୍ୟ, ନୂତନ ରାସ୍ତା ନିର୍ମାଣ ପାଇଁ ଦାବି
ଆନ୍ଧ୍ରପ୍ରଦେଶ ସରକାର ଓ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆଙ୍କ ମିଳିତ ଉଦ୍ୟମରେ ତିରୁପତି ଜିଲ୍ଲା ଅନ୍ତର୍ଗତ ତିରୁମାଳାରେ ଏହି ନୂତନ ପରୀକ୍ଷାଗାର ସ୍ଥାପନ କରାଯାଉଛି। ‘ଇଲେକ୍ଟ୍ରୋନିକ୍ ନାସିକା’ ଏବଂ ‘ଇଲେକ୍ଟ୍ରୋନିକ୍ ଜିହ୍ବା’ କିନ୍ତୁ, ଖାଦ୍ୟ ଶିଳ୍ପ କ୍ଷେତ୍ରରେ ନୂଆ ନୁହେଁ। ଖାଦ୍ୟ ଓ ପାନୀୟ ପରୀକ୍ଷା ନିମନ୍ତେ ଅନେକ ଦେଶ ଏହା ବ୍ୟବହାର କରୁଛନ୍ତି। ଦୁଗ୍ଧଜାତ ଉତ୍ପାଦ, ତୈଳ, ମସଲା, ଚା, କଫି ଓ ପ୍ୟାକେଜ୍ଡ ଫୁଡ୍ ଯାଞ୍ଚ କରିବା ନିମନ୍ତେ ଏହା ବ୍ୟବହୃତ ହେଉଛି। ଭେଜାଲ ଘିଅରେ ତିରୁମାଳା ମନ୍ଦିର ଲଡୁ ପ୍ରସ୍ତୁତ କରାଯାଉଛି ବୋଲି ପ୍ରମାଣିତ ହେବାରୁ ଏହି ପରୀକ୍ଷାଗାର ବସାଇବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପ୍ରଯୁକ୍ତିବିଦ୍ୟା ଦ୍ବାରା ଖାଦ୍ୟ ପରୀକ୍ଷା ଅପେକ୍ଷାକୃତ ଦ୍ରୁତ ଏବଂ ସଠିକ୍ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/26/fhfsshfxbvb-2026-02-26-01-30-03.jpg)