ସେ ଓଡ଼ିଶାର ହର୍ଡଲ୍ସ ରାଣୀ। ଟ୍ରାକ୍ ଓ ଫିଲ୍ଡରେ ତାଙ୍କ ସଫଳତାର ଫର୍ଦ ଲମ୍ବା। ତାଙ୍କ ବେକରେ ଅନେକ ସୁନା, ରୁପା ଓ ବ୍ରୋଞ୍ଜର ପଦକ। ତେବେ ପ୍ରଥମ ମହିଳା ଅଲିମ୍ପିଆନ୍ ଭାବେ ତାଙ୍କର ରହିଛି ସ୍ବତନ୍ତ୍ର ସମ୍ମାନ। ଶିରୋନାମ: ନାରୀ କ୍ରମରେ ଏଥର ସଫଳ ଆଥ୍ଲେଟ୍ ଅନୁରାଧା ବିଶ୍ବାଳ
ଶହେ ମିଟର ବାଧା ଦୌଡ଼ ଆପଣଙ୍କର ପସନ୍ଦର ଇଭେଣ୍ଟ। ଏଇ ଦୌଡ଼ଟି ଆପଣ ବାଛିଲେ କାହଁିକି?
ଉ: ମଁୁ ପ୍ରଥମେ ୧୦୦ ମିଟର, ୨୦୦ ମିଟର, ହାଇ ଜମ୍ପ୍, ଲଙ୍ଗ୍ ଜମ୍ପ୍ ପ୍ରଭୃତି ଖେଳୁଥିଲି। ସେ ସବୁରେ ମଁୁ ସଫଳ ହୋଇଛି। ଅନେକ ରାଜ୍ୟ ଓ ଜାତୀୟସ୍ତରୀୟ ପଦକ ମଧ୍ୟ ପାଇଛି। ହେଲେ ୧୯୮୭ରେ ଜଳନ୍ଧରରେ ଅନୁଷ୍ଠିତ ୧୦୦ ମିଟର ହର୍ଡଲ୍ସ ଜାତୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲି ଏବଂ ରେକର୍ଡ ମଧ୍ୟ କରିଥିଲି। ସେଥିପାଇଁ ଭାବିଲି ଯେ ଏହି ଖେଳରେ ଦୌଡ଼ ଅଛି ଏବଂ ଜମ୍ପ୍ ବି ଅଛି। ଏଣୁ ଏହି ଇଭେଣ୍ଟରେ ଧ୍ୟାନକେନ୍ଦ୍ରିତ କଲି ଏବଂ ସୁନାମ ଅର୍ଜନ କରିଲି।
ଆପଣ ଜଣେ ଧାବିକା; ମାତୃତ୍ବ ଆପଣଙ୍କ ଖେଳ ଜୀବନକୁ କିପରି ପ୍ରଭାବିତ କରିଛି?
ସମସ୍ତେ ଭାବନ୍ତି ମା’ ହେଲାପରେ କ୍ୟାରିୟର୍ େଶଷ ହୋଇଯାଏ। କିନ୍ତୁ ମୋ କ୍ଷେତ୍ରରେ ମଁୁ କହିବି ମାତୃତ୍ବ ଲାଭ କରିବା ପରେ ମଁୁ ଟ୍ରାକ୍କୁ ଫେରି ୧୦୦ ମିଟର ହର୍ଡଲ୍ସରେ ସ୍ବର୍ଣ୍ଣପଦକ ବିଜୟିନୀ ହୋଇଥିଲି। ଏସିୟାନ୍ ଗେମ୍ସ, କମ୍ନୱେଲ୍ଥ ଗେମ୍ସ ଓ ସାଉଥ୍ ଏସିୟାନ୍ ପ୍ରଭୃତି ୧୦୦ ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲି। ତେବେ ଏସବୁ ସଫଳତା ରାତାରାତି ମିଳିନାହିଁ। ଏଥିପାଇଁ କଠିନ ପରିଶ୍ରମ କରିଛି। ମୋର ବାପାମାଆ, ଶାଶୂ, ଶଶୁର ବିଶେଷ କରି ମୋ ସ୍ବାମୀ ପରମାନନ୍ଦ ରାଉତରାୟ ମୋତେ ଖେଳିବା ପାଇଁ ଉତ୍ସାହିତ କରିଛନ୍ତି ଓ ଝିଅର ଦାୟିତ୍ବ ନେଇଛନ୍ତି। ଏଣୁ ମଁୁ କ୍ରୀଡ଼ାରେ ଧ୍ୟାନ ଦେଇପାରିଛି। ମୋର କର୍ମ େକ୍ଷତ୍ର ନାଲ୍କୋକୁ ଯେତେ ଧନ୍ୟବାଦ ଦେଲେ ବି କମ୍ େହବ। ମଁୁ ନିଶ୍ଚିତ ଭାବେ କହିପାରିବି ଯେ ଗୋଟେ ଝିଅ ମାତୃତ୍ବଲାଭ କଲାପରେ କେବେବି ପଛରେ ରହିଯିବା ଉଚିତ ନୁହେଁ ସେ ଆଗକୁ ବଢ଼ିବା ଦରକାର। ନିଷ୍ଠାର ସହ ପରିଶ୍ରମ କେଲ, ନିଶ୍ଚୟ ସଫଳତା ମିଳିବ।
୨୦୦୦ ମସିହାରେ ଆପଣ ପ୍ରତିଷ୍ଠା କରିଥିବା ୧୩:୩୮ ସେକେଣ୍ଡର ରେକର୍ଡ ୨୦୨୨ରେ ଭାଙ୍ଗିଲା। ଜ୍ୟୋଥି ୟାରଜୀ ୧୩:୨୩ ସେକେଣ୍ଡରେ ଆପଣଙ୍କୁ ଅତିକ୍ରମ କଲେ, ସେ ସମୟର ଅନୁଭବ କିପରି ଥିଲା?
ମୋର ମନେଅଛି ମଁୁ ଯେତେବେଳେ ଏମ୍ଡି. ଭାଲ୍ସାମା ଓ ପରେପରେ ଦେବୀ ବୋଷଙ୍କ ରେକର୍ଡ ଭାଙ୍ଗିଥିଲି ସେତେବେଳେ ମୋତେ ବହୁତ ଖୁସି ଲାଗିଥିଲା। କାରଣ ଜାତୀୟସ୍ତରରେ ଖେଳୁଥିବା ପ୍ରିୟ ଖେଳାଳିମାନଙ୍କଠାରୁ ଆଗକୁ ଯିବାର ଖୁସି ନିଆରା। ଏଣୁ ଜ୍ୟୋଥି ୟାରଜୀ ଯେତେବେଳେ ଏହି ରେକର୍ଡ ଭାଙ୍ଗିଲେ ମୋ ଝିଅ ଆଶିଂକା ମତେ ଜଣେଇଲେ, ମଁୁ ପ୍ରଥମେ ଶୁଣି ଟିକେ ସ୍ତବ୍ଧ ହୋଇଗଲି ଏବଂ ବିଶ୍ବାସ କରିପାରିଲି ନାହିଁ। ପରବର୍ତ୍ତୀ ସମୟେର ଭାବିଲି ଜଣେ ଭାରତୀୟ ଝିଅ ରେକର୍ଡ କରି ଆନ୍ତର୍ଜାତିକ ସ୍ତରରେ ଏହାକୁ ଆହୁରି ଆଗକୁ ନେବେ। ଏହା ବ୍ୟକ୍ତିଗତ ଭାବରେ ମୋତେ ଆନନ୍ଦ ଦେଲା ଏବଂ ମଁୁ ଜ୍ୟୋଥି ୟାରଜୀ ଓ ତାଙ୍କ କୋଚ୍ ଜେମ୍ସଙ୍କୁ ଶୁଭେଚ୍ଛା ଜଣାଇଥିଲି। ରେକର୍ଡ କରିବା ଇଚ୍ଛାରେ ଯଦି ଆଜିର ଯୁବପିଢ଼ିମାନେ ଖେଳିବେ ତା’ହାଲେ ଆଗକୁ ଯାଇପାରିବେ ଏବଂ ଭାରତ ପାଇଁ ଗୌରବ ଆଣିବା ସହ ମେଡାଲ୍ ମଧ୍ୟ ଜିତିପାରିବେ।
ସିଡ୍ନି, ଜାକର୍ତ୍ତା, ଶ୍ରୀଲଙ୍କା ଇତ୍ୟାଦି ସ୍ଥାନରେ ଆପଣ ଆନ୍ତର୍ଜାତିକସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଛନ୍ତି। କେଉଁ ସ୍ଥାନର ସ୍ମୃତି ଆପଣଙ୍କ ପାଇଁ ସବୁଠୁ ମଧୁର ଓ ସ୍ମରଣୀୟ।
୨୦୦୬ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ସାଉଥ୍ ଏସିଆନ୍ ଗେମସ୍ରେ ମଁୁ ପ୍ରଥମଥର ୧୦୦ ମିଟର ହର୍ଡଲ୍ସରେ ସ୍ବର୍ଣ୍ଣପଦକ ପାଇଲି। ଯେତେବେଳେ ମେଡାଲ୍ ଆଣିବା ପାଇଁ ମୋ ନାମ ଡକାଗଲା, ସେତେବେଳେ ଭାରତର ଜାତୀୟ ପତକା ଉଡ଼ିଲା ଓ ଜାତୀୟ ସଙ୍ଗୀତ ଗାନ ହେଲା। ଜଣେ ଖେଳାଳି ଭାବେ ବିଜୟର ସେହି ମୁହୂର୍ତ୍ତ ମୋ ପାଇଁ ଚିରସ୍ମରଣୀୟ ହୋଇରହିବ। ୨୦୦୦ ମସିହାରେ ଅଷ୍ଟ୍ରେଲିଆର ସିଡ୍ନିରେ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା ଏବଂ ମୁଁ ସେଥିରେ ଖେଳିବାକୁ ଯାଇଥିଲି। ଏତେ ବଡ଼ ଷ୍ଟାଡିଅମ୍ ଓ ତା’ ଭିତରେ ଭରପୂର ଦର୍ଶକମାନଙ୍କୁ ଦେଖି ସେତେବେଳେ ମୋତେ ବହୁତ ଖୁସି ଲାଗିଥିଲା। ତା’ ଛଡ଼ା ବଡ଼ ବଡ଼ ପ୍ରତିଯୋଗୀମାନଙ୍କୁ ଦେଖିବା ଏବଂ ତାଙ୍କ ସହିତ ଏକାଠି ବସି ଖାଇବା, ବସିବା ଓ ଗପସପ ହେବା ମୋ ପାଇଁ ଗୋଟିଏ ଅନନ୍ୟ ଅନୁଭୂତି ଥିଲା। ଏହା ବାଦ୍ ସେହି ଖେଳାଳିମାନେ କିଭଳି ଟ୍ରେନିଂ ନେଉଛନ୍ତି ତାହାକୁ ମୁଁ ଦେଖୁଥିଲି। ତେବେ ଅଲିମ୍ପିକ୍ସ ଖେଳି ଆସିବା ପରେ ମୋ ମନରେ ଖେଳ ପ୍ରତି ରହିଥିବା ଭୟ ସଂପୂର୍ଣ୍ଣ ଦୂରେଇ ଯାଇଥିଲା। କେବଳ ମୁଁ କାହିଁକି, ଯେ କୌଣସି ଖେଳାଳି ଅଲିମ୍ପିକ୍ସ ଖେଳିଥିବ ସେ କେବେହେଲେ ଅନ୍ୟ ଖେଳ ଖେଳିବାକୁ ଭୟ କରିବ ନାହିଁ। ଏହି ଖେଳାଳିମାନେ ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ଓ ସଫଳ ମଧ୍ୟ ହୋଇଥାନ୍ତି।
ଆପଣଙ୍କ ଏକମାତ୍ର ଝିଅ ବି କ୍ରୀଡ଼ା ପ୍ରତି ରୁଚି ରଖନ୍ତି। ତାଙ୍କୁ ଓ କ୍ରୀଡ଼ାକୁ ନିଜର କ୍ୟାରିୟର୍ କରିବାକୁ ଚାହୁଥିବା ଝିଅମାନଙ୍କୁ ଜଣେ ଅନୁଭବୀ ଖେଳାଳି ଭାବରେ ଆପଣଙ୍କର ସଂକ୍ଷିପ୍ତ ମାର୍ଗଦର୍ଶନ କ’ଣ ରହିବ?
ମୋ ଝିଅ ଆଂଶିକାର ସଟ୍ପୁଟ୍ ଓ ଡିସ୍କସ୍ ଥ୍ରୋରେ ରୁଚି ରହିଛି। ସେହି ଖେଳରେ ସେ ରାଜ୍ୟ ଓ ଜାତୀୟସ୍ତରରେ ପଦକ ବିଜେତା ମଧ୍ୟ ହେଲାଣି। ଫିନ୍ଲାଣ୍ଡରେ ଯୁରୋପିୟାନ୍ ସର୍କିଟ୍ରେ ସେ ରୌପ୍ୟପଦକ ପାଇଛି। ଝିଅମାନଙ୍କୁ କୌଣସି କ୍ଷେତ୍ରରେ କମ୍ ଭାବିବା ଉଚିତ ନୁହେଁ; ସେ କ୍ରୀଡ଼ା ହେଉ ବା ସାହିତ୍ୟ ସେମାନଙ୍କୁ ଆଗକୁ ଯିବାକୁ ସମସ୍ତେ ଉତ୍ସାହିତ କରିବା ଦରକାର। ପିଭି ସିନ୍ଧୁ, ସାଇନା ନେହାୱାଲ, ମେରି କମ୍ ପ୍ରଭୃତିଙ୍କ ରେକର୍ଡ ଦେଖି ଏବେର ଝିଅମାନେ ଖେଳିବା ପାଇଁ ଉତ୍ସାହିତ ହେଉଛନ୍ତି। ଏଣୁ ପରିବାର ଓ ସାଙ୍ଗସାଥୀ ଏଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ, ତାହାଲେ ସେମାନେ ମଧ୍ୟ ଭବିଷ୍ୟତରେ ଭାରତ ପାଇଁ ଗୌରବ ଆଣିପାରିବେ। ମୋ ଝିଅ ଥ୍ରୋ ଇଭେଣ୍ଟର୍ ଓ ମୁଁ ଟ୍ରାକ୍ ଇଭେଣ୍ଟର୍; ଆମେ ଦୁହେଁ ମିଶି ଗୋଟିଏ କ୍ରୀଡ଼ା ଏକାଡେମୀ କରିବାକୁ ଭବିଷ୍ୟତରେ ଲକ୍ଷ୍ୟ ରଖିଛୁ। ଏଥିରେ ଆମେ ପିଲାମାନଙ୍କୁ ଟ୍ରେନିଂ ଦେବୁ ଏବଂ ସେମାନେ କିଭଳି ସଫଳ ହୋଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ତାହା ମୁଁ ଚାହୁଛି।
ଏବେ ଆପଣ ନାଲ୍କୋରେ ଅଛନ୍ତି, ହକି ପ୍ରତି ଆପଣ ଆଗ୍ରହ ରଖୁଛନ୍ତି, ତେବେ ଭବିଷ୍ୟତ ପାଇଁ କ’ଣ ଯୋଜନା କରିଛନ୍ତି?
ମୁଁ ଏବେ ନାଲ୍କୋରେ ସିନିଅର୍ ମ୍ୟାନେଜର୍ ଭାବେ କାର୍ଯ୍ୟ କରୁଛି। ନାଲ୍କୋ ମୋତେ ସହଯୋଗ କରୁଥିବାରୁ ମୁଁ ଆଜି ଏପର୍ଯ୍ୟନ୍ତ ଯାଇପାରିଛି। ନାଲ୍କୋର କର୍ମଚାରୀ ଭାବେ ମୁଁ ନିଜକୁ ଗର୍ବ ଅନୁଭବ କରେ। ତା’ଛଡ଼ା ଓଡ଼ିଶା ହକି ହବ୍ ଭାବେ ପରିଚିତ। ଓଡ଼ିଶା ହକି ୱାରିଅର୍ସର ମୁଁ ବ୍ରାଣ୍ଡ୍ ଆମ୍ବାସଡର୍ ରହିଥିଲି। ଆମର ଝିଅ ପ୍ରତିଯୋଗୀମାନେ ସେହି ହକି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ତେବେ ପ୍ରତ୍ୟେକ ଖେଳରେ ଆମେ ରୁଚି ରଖିବା ଦରକାର। ଗୋଟିଏ ପିଲା ଯଦି ହକି ଖେଳିପାରୁଛି ତେବେ ସେ ଆଗକୁ ବହୁତ ଖେଳ ଖେଳିପାରିବ। ଆମ ସମୟରେ ତଥା ୩୦ ବର୍ଷ ତଳର କଥା। ପ୍ରୋତ୍ସାହନ ଅଭାବରୁ ସେତେବେଳେ ଝିଅମାନେ ଆଗକୁ ଆସିପାରୁ ନଥିଲେ। ମୁଁ ଚାହୁଛି, ଝିଅମାନେ ଆଗକୁ ଆସନ୍ତୁ ଓ ତାଙ୍କ ପରିବାର ତାଙ୍କୁ ସହଯୋଗ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/03/untitled-24wt-2025-11-03-10-22-40.jpg)