ଲୋକଙ୍କୁ ଟିକା ଦେବା ନେଇ ଉତ୍ସାହିତ କରିବା ପାଇଁ ଉପହାର ବାଣ୍ଟୁଛନ୍ତି ତାମିଲନାଡୁର ଏହି ଯୁବକ

ଚେନ୍ନାଇ: କରୋନା ଭଳି ମହାମାରୀ ସହ ମୁକାବିଲା କରିବା ପାଇଁ ଦେଶରେ ଏବେ ସରକାର ଟିକାକରଣ ଆରମ୍ଭ କରିଛନ୍ତି | ଦେଶରେ ଏବେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୧୮ବର୍ଷରୁ ଉର୍ଧ୍ଵଙ୍କୁ କରୋନା ଟିକା ଦିଆଯାଉଛି | ହେଲେ ଦେଶର କିଛି ଅଞ୍ଚଳରେ କରୋନା ଟିକାକୁ ନେଇ ଭୁଲ ଧାରଣା ଥିବାରୁ ଲୋକେ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି, ଯାହାର ଅନେକ ଖବର ଆମେ ପୂର୍ବରୁ ଆପଣଙ୍କୁ ଦେଇଛୁ |

ତେବେ ଲୋକଙ୍କ ମନରୁ ଭୁଲ ଧାରଣାକୁ କାଢି ସେମାନଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରିବାକୁ ତାମିଲନାଡୁର ଯୁବକ ଯାହା କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ତାମିଲନାଡୁର ଆର ଥମ୍ବିବିଦୁରେଇ(୩୦) ନିଜ ଅଞ୍ଚଳର ଲୋକଙ୍କୁ ଉପହାରର ଲୋଭ ଦେଖାଇ ଟିକା ନେବା ପାଇଁ କହୁଥିବା ଜଣାପଡିଛି | ଥମ୍ବିବିଦୁରେଇ ପେସାରେ ଜଣେ ଫଟୋ ଷ୍ଟୁଡ଼ିଓର ମାଲିକ ହୋଇଥିବା ବେଳେ ନିଜ ଅଞ୍ଚଳରେ ଲୋକେ ଟିକା ନେଉନଥିବା ଦେଖି ସେ ଏଭଳି ବାଟ ଆପଣାଇଥିବା କହିଛନ୍ତି |

COVID vaccine | Latest and Breaking News on COVID vaccine | TNIE
New Indian Express

ସେ କହିଛନ୍ତି ଯେ, ମୁଁ ପ୍ଲେଟ୍, ଟିଫିନ୍ ବାକ୍ସ ପରି କିଛି ରୋଷେଇ ଘରର ଜିନିଷ କିଣି ଟିକା ନେଉଥିବା ଲୋକଙ୍କୁ ଉପହାର ଦେବାକୁ ନିଷ୍ପତ୍ତି ନେଲି | ମୋର କୌଶଳ କାମ କଲା ଏବଂ ରାଜି ହେଉନଥିବା ଗାଁର ୮୦ ଜଣ ଲୋକ ଟିକା ଗ୍ରହଣ କଲେ, ଯାହା ପ୍ରଥମ ଦୁଇ ଦିନରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟାଠାରୁ ତିନି ଗୁଣ ଅଧିକ ଥିଲା | ବାସ୍ତବରେ, ଯଦି ଟିକା ଷ୍ଟକ୍ ଉପଲବ୍ଧ ଥାନ୍ତା ତେବେ ଅଧିକ ଲୋକ ଟିକା ନେଇଥାନ୍ତେ | ଡାକ୍ତରୀ ଦଳ ପୂର୍ବ ଦିନ କମ ଲୋକ ଆସିଥିବା ଦେଖି କମ୍ ଡୋଜ ଆଣିଥିଲେ।

ସମ୍ବନ୍ଧିତ ଖବର