୧୮୯୨ ଏପ୍ରିଲ ୨୬ ତାରିଖରେ ଜନ୍ମ ହୋଇଥିଲେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ସେ ଥିଲେ ସ୍ବାଭିମାନୀ, ନିରହଂକାର ତଥା ଆତ୍ମମର୍ଯ୍ୟାଦା ସଚେତନ ଜନନାୟକ। ଓଡ଼ିଆ ଭାଷା ଓ ଓଡ଼ିଶା ମାଟି ଏକ ସଂକଟାପନ୍ନ ପରିସ୍ଥିତିରେ ପଡ଼ିଥିବା ବେଳେ ତାଙ୍କର ଆବିର୍ଭାବ ଘଟିଥିଲା। ଓଡ଼ିଶାର ସ୍ବାଭିମାନ ରକ୍ଷା ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ। ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଓଡ଼ିଶାର ଭାଷା, ସଂସ୍କୃତି, କଳା ଓ ସାହିତ୍ୟର ଉନ୍ନତି ପାଇଁ ସେ ଅକୁଣ୍ଠ ପୃଷ୍ଠପୋଷକତା କରୁଥିଲେ। ରାଜକୀୟ ବିଳାସ-ବ୍ୟସନଠାରୁ ଦୂରରେ ରହି ପ୍ରଜାଙ୍କ ସେବାକୁ ଗୁରୁତ୍ବ ଦେଇଥିଲେ।
ଓଡ଼ିଆମାନଙ୍କ ପ୍ରତିନିଧି ଭାବେ ସେ ଇ˚ଲଣ୍ତ୍ର ଗୋଲ ଟେବୁଲ ବୈଠକରେ ଯୋଗ ଦେଇ ଭାଷା ଭିତ୍ତିରେ ଓଡ଼ିଶା ଗଠନ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ତାଙ୍କର ବିବିଧ ବିଚକ୍ଷଣ ପଦକ୍ଷେପର ଫଳସ୍ବରୂପ ୧୯୩୬ ଏପ୍ରିଲ ପହିଲାରେ ନୂତନ ଉତ୍କଳ ପ୍ରଦେଶ ଗଠିତ ହୋଇଥିଲା। ସେ ୧୯୩୭ରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୪୧ରେ ସେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ସେ ଅନେକ ଶିକ୍ଷାନୁଷ୍ଠାନ ସ୍ଥାପନ କରିଥିଲେ। କୃଷି, ଶିଳ୍ପ ଆଦିର ବିକାଶ ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିଥିଲେ। ଓଡ଼ିଆ ଜାତି ପାଇଁ ତାଙ୍କର ଅବଦାନ ଓଡ଼ିଶା ଇତିହାସରେ ଚିରସ୍ମରଣୀୟ। ୧୯୭୪ ମେ ୨୫ରେ ଓଡ଼ିଶାର ଏହି ବରପୁତ୍ରଙ୍କର ପରଲୋକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/44654j1g32dj132gjdggjdjgj.jpg)