ଭାରତୀୟ ପର˚ପରାରେ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକାଧିକ ଶ୍ରାଦ୍ଧାନୁଷ୍ଠାନ କରାଯାଏ। ସେଗୁଡ଼ିକ ମଧୢରେ ମହାଳୟା ଶ୍ରାଦ୍ଧ ଶ୍ରେଷ୍ଠ। ମହାଳୟା ସର୍ବଭାରତୀୟ ପର୍ବ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ କହାଯାଏ। ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ହେଉଛି ପିତୃ ପକ୍ଷ। ଚତୁର୍ଦଶୀ ପର୍ଯ୍ୟନ୍ତ ତର୍ପଣ କଲା ପରେ ଅମାବାସ୍ୟା ଦିନ ପିଣ୍ତ ଦାନ କରାଯାଏ। ସୂର୍ଯ୍ୟ କନ୍ୟା ରାଶିରେ ଥିବା ବେଳେ ଯେଉଁ ଅମାବାସ୍ୟା ପଡେ଼ ତାହା ମହାଳୟା ଅମାବାସ୍ୟା। ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧର ବିଭିନ୍ନ ନାମ: ମହାଳୟା ଶ୍ରାଦ୍ଧ, ସାମ୍ବତ୍ସରିକ ଶ୍ରାଦ୍ଧ, ପାର୍ବଣ ଶ୍ରାଦ୍ଧ, ମଉଳା ଶ୍ରାଦ୍ଧ। ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ତାହା ଦ୍ବାରା ପୁଣ୍ୟ ଲାଭ ଏବ˚ ବ˚ଶର ଉତ୍ତର ପିଢିର ସମସ୍ତ ପ୍ରକାର ଉନ୍ନତି ହେଉଥିବା ହିନ୍ଦୁ ବିଶ୍ବାସ। ପୁରାଣ ଅନୁଯାୟୀ, ମହାଦାନୀ କର୍ଣ୍ଣଙ୍କର ମୃତ୍ୟୁ ପରେ, ତାଙ୍କ ଦାତାପଣିଆର ପୁରସ୍କାର ସ୍ବରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଲା, କିନ୍ତୁ କିଛି ଖାଦ୍ୟ ଦିଆଗଲାନାହିଁ। କାରଣ ଜୀବିତାବସ୍ଥାରେ ସେ କେବେ କୌଣସି ବ୍ୟକ୍ତିକୁ ଅନ୍ନଦାନ ଦେଇ ନ ଥିଲେ ା ସେ ଚିନ୍ତିତ ହୋଇ ଯମରାଜଙ୍କୁ ପ୍ରାର୍ଥନା କରିବାରୁ, ତାଙ୍କୁ ଚଉଦ ଦିନ ପାଇଁ ମର୍ତ୍ତମଣ୍ଡଳକୁ ପଠାଯାଇଥିଲା। ସେହି ଚଉଦ ଦିନ ମଧ୍ୟରେ ସେ ବ୍ରାହ୍ମଣ ତଥା ଗରିବଙ୍କୁ ଅନ୍ନଦାନ ଦେଇଥିଲେ। ଫଳସ୍ବରୂପ ତାଙ୍କୁ ଆଉ ଯମପୁରରେ ଅନ୍ନରୁ ବଞ୍ଚିତ ହେବାକୁ ପଡ଼ି ନ ଥିଲା। ମର୍ତ୍ତଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ପିତୃ ପକ୍ଷ ଥିଲା।
ଆଜି ମହାଳୟା: ପିତୃପୁରୁଷଙ୍କୁ ଶ୍ରାଦ୍ଧ ପାଇଁ ଶ୍ରେଷ୍ଠ ଦିନ
/sambad/media/post_attachments/wp-content/uploads/2018/10/pindadan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)