ବାମଣ୍ତାର ପ୍ରଜାବତ୍ସଳ ରାଜା ବାସୁଦେବ ସୁଢ଼ଳଦେବ ୧୮୫୦ ମେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ଅଠର ବର୍ଷ ବୟସରେ ସେ ଶାସନ ଭାର ଗ୍ରହଣ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ, ସ˚ସ୍କୃତି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଥିଲେ। ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ସେ ଛାପାଖାନା ସ୍ଥାପନ କରିଥିଲେ। ତାଙ୍କ ପୃଷ୍ଠପୋଷକତାରେ ‘ସମ୍ବଲପୁର ହିତୈଷିଣୀ’ ପ୍ରକାଶିତ ହୋଇଥିଲା। ଏହି ପତ୍ରିକାର ସ˚ପାଦକ ଥିଲେ ପଣ୍ତିତ ନୀଳମଣି ବିଦ୍ୟାରତ୍ନ। ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ଦାସଙ୍କ ଲେଖା ଏଥିରେ ନିୟମିତ ପ୍ରକାଶ ପାଉଥିଲା ଏବ˚ ଓଡ଼ିଆ ଭାଷାର ଶ୍ରୀବୃଦ୍ଧି ଘଟିଥିଲା। ସେ ନିଜେ କବିତା ଲେଖୁଥିଲେ।
‘ଅଳଙ୍କାର ବୋଧୋଦୟ’, ‘ଚିତ୍ରୋତ୍ପଳା’, ‘ବୀରବାମା’ ତାଙ୍କ ଦ୍ବାରା ରଚିତ କାବ୍ୟ-କବିତା। କୃଷି କ୍ଷେତ୍ରରେ ଉନ୍ନତି ପାଇଁ ସେ କାର୍ଯ୍ୟ କରିଥିଲେ। କୃଷି ଉପଯୋଗୀ ଜମିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରି କିସମଵାରି କର ନିର୍ଦ୍ଧାରିତ କରିଥିଲେ। ଏହା ଦ୍ବାରା ବାମଣ୍ତା ରାଜ୍ୟର ଆୟ ତିନି ଗୁଣ ବଢ଼ିିଥିଲା। ତାଙ୍କ ଦ୍ବାରା ବାମଣ୍ତାରେ କରତ କଳ, ଚିନି କଳ, ଲୁଗା କଳ ଆଦି ପ୍ରତିଷ୍ଠିତ ହୋଇଥିଲା। କଟକର ସେ ଏକ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା କରାଇଥିଲେ। ଶିକ୍ଷାର ପ୍ରସାର ପାଇଁ ଅନେକ ସ୍କୁଲ ଖୋଲିଥିଲେ। ରାଜ୍ୟର ଅନେକ ଦୁର୍ଗମ ଇଲାକାରେ ରାସ୍ତା ନିର୍ମାଣ କରାଇଥିିଲେ। ସେ ବାଲ୍ୟ ବିବାହ, ଯୌତୁକ ପ୍ରଥା, ମାଦକ ଦ୍ରବ୍ୟର ଘୋର ବିରୋଧୀ ଥିଲେ। ୧୯୦୩ ନଭେମ୍ବର ୧୯ରେ ବାସୁଦେବ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/564f654fh6fkhhkffhkfhk.jpg)