ବିଶିଷ୍ଟ ସମାଜସେବୀ ତଥା ଲେଖକ ଗିରିଜାଭୂଷଣ ପଟ୍ଟନାୟକ ୧୯୩୧ ଫେବ୍ରୁଆରି ଆଜି ଦିନରେ ଅନୁଗୋଳର ବାଘମୁଣ୍ଡାରେ ଜନ୍ମ ହୋଇଥିଲେ। ବାପା ଶଶୀଭୂଷଣ ପଟ୍ଟନାୟକ ଓ ମାଆ ଚନ୍ଦ୍ରମଣି ଦେବୀଙ୍କର ସେ ଥିଲେ ଦ୍ବିତୀୟ ସନ୍ତାନ। ଜଙ୍ଗଲ ବିଭାଗରେ କାର୍ଯ୍ୟରତ ବାପାଙ୍କର ବଦଳି ସଙ୍ଗେ ସଙ୍ଗେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସହ ପରିଚିତ ହୋଇଥିଲେ ଗିରିଜାଭୂଷଣ। ମାଟ୍ରିକ୍ ପାସ୍ କଲାପରେ ଉଚ୍ଚଶିକ୍ଷା ପାଇଁ ରେଭେନ୍ସା କଲେଜରେ ଭର୍ତ୍ତି ହୋଇଥିଲେ। ବାମପନ୍ଥୀ ଆଦର୍ଶରେ ବିଶ୍ବାସୀ ଗିରିଜାଭୂଷଣ ରେଭେନ୍ସା ଛାତ୍ର ସ˚ଘର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ କଲେଜକୁ ଅତିଥି ଭାବରେ ନିମନ୍ତ୍ରଣ କରି ଆଣିଥିଲେ। ଗିରିଜାଭୂଷଣ ଛାତ୍ର ଆନ୍ଦୋଳନ ଓ ସୀମା ଆନ୍ଦୋଳନରେ ସାମିଲ ହୋଇ କାରାବରଣ କରିଥିଲେ। ପାଠପଢ଼ା ସାରି ଓରିଏଣ୍ଟ କାଗଜ କଳରେ ଲିଆସନ୍ ଅଫିସର୍ ଭାବରେ ଯୋଗ ଦେଇଥିଲେ। ସେଥିରେ ମନ ନ ଲାଗିବାରୁ ଓକିଲାତି ଆରମ୍ଭ କରିଥିଲେ। ୧୯୭୩ରେ ‘ଦି ୟୁନିଭର୍ସ’ ଅନୁଷ୍ଠାନ ପ୍ରତିଷ୍ଠା କରି ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ଓଡ଼ିଶା ସମେତ ବାହାରର ସାହିତ୍ୟ ସ˚ସ୍କୃତି ଅନୁରାଗୀ ଯୁବପିଢ଼ିଙ୍କୁ ସେ ଘନିଷ୍ଠ ଭାବରେ ଆକୃଷ୍ଟ ଓ ବିମୁଗ୍ଧ କରିପାରିଥିଲେ। ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ଏସିଆ ଭୂଖଣ୍ତର ପ୍ରମୁଖ ଆକର୍ଷଣୀୟ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ସେ ୧୯୭୬ରେ ୟୁନିଭର୍ସ ଆନୁକୂଲ୍ୟରେ ବୌଦ୍ଧ ଓ ଜୈନ ଧର୍ମ ସମ୍ମିଳନୀ ଆୟୋଜନ କରିଥିଲେ। ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଏହିପରି ଅନ୍ତର୍ଜାତୀୟ ଆଲୋଚନାଚକ୍ର ଆୟୋଜନ କରି ଗିରିଜାଭୂଷଣ କଟକ ତଥା ଓଡ଼ିଶାକୁ ବିଶ୍ବମୁଖୀ କରିବାରେ ସଫଳ ହୋଇଥିଲେ। ବହୁ ଦେଶ ସହିତ ମୈତ୍ରୀ ସମିତିମାନ ଗଢ଼ି ସା˚ସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଜରିଆରେ ଆମ ରାଜ୍ୟର ବହୁ ଲୋକଙ୍କ ପାଇଁ ବିଦେଶ ଯିବାର ସୁଯୋଗ ସୃଷ୍ଟି କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଅଦ୍ଭୁତ ସାଙ୍ଗଠନିକ ଓ ଜୀବନୀ ଶକ୍ତିରେ ପରିପୂର୍ଣ୍ଣ ଥିଲେ। ଆତ୍ମଜୀବନୀ ‘ଜୀବନର ବାଟେଘାଟେ’ ପାଇଁ ତାଙ୍କୁ ୨୦୦୨ରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମିିଳିଥିଲା। ୨୦୧୬ ଜାନୁଆରି ୩ ତାରିଖରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।ବିଶିଷ୍ଟ ସମାଜସେବୀ ତଥା ଲେଖକ ଗିରିଜାଭୂଷଣ ପଟ୍ଟନାୟକ ୧୯୩୧ ଫେବ୍ରୁଆରି ଆଜି ଦିନରେ ଅନୁଗୋଳର ବାଘମୁଣ୍ଡାରେ ଜନ୍ମ ହୋଇଥିଲେ। ବାପା ଶଶୀଭୂଷଣ ପଟ୍ଟନାୟକ ଓ ମାଆ ଚନ୍ଦ୍ରମଣି ଦେବୀଙ୍କର ସେ ଥିଲେ ଦ୍ବିତୀୟ ସନ୍ତାନ। ଜଙ୍ଗଲ ବିଭାଗରେ କାର୍ଯ୍ୟରତ ବାପାଙ୍କର ବଦଳି ସଙ୍ଗେ ସଙ୍ଗେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସହ ପରିଚିତ ହୋଇଥିଲେ ଗିରିଜାଭୂଷଣ। ମାଟ୍ରିକ୍ ପାସ୍ କଲାପରେ ଉଚ୍ଚଶିକ୍ଷା ପାଇଁ ରେଭେନ୍ସା କଲେଜରେ ଭର୍ତ୍ତି ହୋଇଥିଲେ। ବାମପନ୍ଥୀ ଆଦର୍ଶରେ ବିଶ୍ବାସୀ ଗିରିଜାଭୂଷଣ ରେଭେନ୍ସା ଛାତ୍ର ସ˚ଘର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ କଲେଜକୁ ଅତିଥି ଭାବରେ ନିମନ୍ତ୍ରଣ କରି ଆଣିଥିଲେ। ଗିରିଜାଭୂଷଣ ଛାତ୍ର ଆନ୍ଦୋଳନ ଓ ସୀମା ଆନ୍ଦୋଳନରେ ସାମିଲ ହୋଇ କାରାବରଣ କରିଥିଲେ।
ପାଠପଢ଼ା ସାରି ଓରିଏଣ୍ଟ କାଗଜ କଳରେ ଲିଆସନ୍ ଅଫିସର୍ ଭାବରେ ଯୋଗ ଦେଇଥିଲେ। ସେଥିରେ ମନ ନ ଲାଗିବାରୁ ଓକିଲାତି ଆରମ୍ଭ କରିଥିଲେ। ୧୯୭୩ରେ ‘ଦି ୟୁନିଭର୍ସ’ ଅନୁଷ୍ଠାନ ପ୍ରତିଷ୍ଠା କରି ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ଓଡ଼ିଶା ସମେତ ବାହାରର ସାହିତ୍ୟ ସ˚ସ୍କୃତି ଅନୁରାଗୀ ଯୁବପିଢ଼ିଙ୍କୁ ସେ ଘନିଷ୍ଠ ଭାବରେ ଆକୃଷ୍ଟ ଓ ବିମୁଗ୍ଧ କରିପାରିଥିଲେ। ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ଏସିଆ ଭୂଖଣ୍ତର ପ୍ରମୁଖ ଆକର୍ଷଣୀୟ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ସେ ୧୯୭୬ରେ ୟୁନିଭର୍ସ ଆନୁକୂଲ୍ୟରେ ବୌଦ୍ଧ ଓ ଜୈନ ଧର୍ମ ସମ୍ମିଳନୀ ଆୟୋଜନ କରିଥିଲେ। ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଏହିପରି ଅନ୍ତର୍ଜାତୀୟ ଆଲୋଚନାଚକ୍ର ଆୟୋଜନ କରି ଗିରିଜାଭୂଷଣ କଟକ ତଥା ଓଡ଼ିଶାକୁ ବିଶ୍ବମୁଖୀ କରିବାରେ ସଫଳ ହୋଇଥିଲେ। ବହୁ ଦେଶ ସହିତ ମୈତ୍ରୀ ସମିତିମାନ ଗଢ଼ି ସା˚ସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଜରିଆରେ ଆମ ରାଜ୍ୟର ବହୁ ଲୋକଙ୍କ ପାଇଁ ବିଦେଶ ଯିବାର ସୁଯୋଗ ସୃଷ୍ଟି କରିଥିଲେ। ସେ ଅଦ୍ଭୁତ ସାଙ୍ଗଠନିକ ଓ ଜୀବନୀ ଶକ୍ତିରେ ପରିପୂର୍ଣ୍ଣ ଥିଲେ। ଆତ୍ମଜୀବନୀ ‘ଜୀବନର ବାଟେଘାଟେ’ ପାଇଁ ତାଙ୍କୁ ୨୦୦୨ରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମିିଳିଥିଲା। ୨୦୧୬ ଜାନୁଆରି ୩ ତାରିଖରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।