ଜାତିସ˚ଘ ଦିବସ ଆଜି

ପ୍ରତି ବର୍ଷ ଅକ୍‌ଟୋବର‌ ୨୪ ତାରିଖରେ ପାଳିତ ହୁଏ ‘ଜାତି ସ˚ଘ ଦିବସ’। ପ୍ରତି ବର୍ଷ ଅକ୍‌ଟୋବର‌ ୨୦-୨୬ ମଧ୍ୟରେ ପାଳିତ ହେଉଥିବା ‘ଜାତି ସ˚ଘ ସପ୍ତାହ’ର ଏହା ଏକ ଅ˚ଶ। ୧୯୪୮ରେ ‘ଜାତି ସ˚ଘ’ର ସାଧାରଣ ପରିଷଦ ଏହି ଦିନକୁ ‘ଜାତି ସ˚ଘ ସନନ୍ଦର ଜନ୍ମ ବାର୍ଷିକୀ’ ଭାବେ ପାଳିତ କରିବା ପାଇଁ ଘୋଷଣା କରିଥିଲା। ‘ଜାତି ସ˚ଘ’ ଅନୁଯାୟୀ ଏହା ଏକ ଅନ୍ତର୍ଜାତୀୟ ଛୁଟି ଦିବସ। ୧୯୭୨ରୁ ଏହି ଦିନରେ ପାଳିତ ହେଉଛି ‘ଜାତି ସ˚ଘ’ର ‘ବିଶ୍ୱ ବିକାଶ ସୂଚନା ଦିବସ’।

ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ‘ଜାତି ସ˚ଘ’ର ସୃଷ୍ଟି। ଏହି ଅନ୍ତର୍ଜାତୀୟ ସ˚ସ୍ଥା ବିଶ୍ୱ ଶାନ୍ତି ରକ୍ଷା କରିବାରେ କେତେ ଦୂର ସଫଳ ହୋଇଛି, ତାହା ଭିନ୍ନ ପ୍ରସଙ୍ଗ। ଆଜି ଅନେକଙ୍କ ଦୃଷ୍ଟିରେ ଏହା ଆମେରିକା, ଇ˚ଲଣ୍ତ୍‌, ଫ୍ରାନ୍‌ସ ଭଳି କେତେକ ରାଷ୍ଟ୍ର ହାତରେ ଏକ କ୍ରୀଡ଼ନକ। ‘ଜାତି ସ˚ଘ’ର ‘ଶାନ୍ତି ସେନା’ ଆଫ୍ରିକା, ପୂର୍ବ-ଇଉରୋପ୍‌ ଆଦିରେ ସାଧାରଣ ମଣିଷକୁ ସୁରକ୍ଷା ଦେବା ବଦଳରେ ମାନବାଧିକାର କ୍ଷୁଣ୍ଣ କରିବାଠାରୁ ଆରମ୍ଭ କରି ମାନବ-ଚାଲାଣ ଭଳି ସ˚ଗଠିତ ଅପରାଧକୁ ପ୍ରୋତ୍ସାହନ ଦେଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଏକ ମହତ୍‌ ଉଦ୍ଦେଶ୍ୟ ନେଇ ‘ଜାତି ସ˚ଘ’ ସୃଷ୍ଟି କରାଯାଇଥିଲା ଏବ˚ ଏହାର ମୂଳ ଉଦ୍ଦେଶ୍ୟ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ ହେଉ।

ସମ୍ବନ୍ଧିତ ଖବର