ଭୂତାଣୁ ଦିବସ ଆଜି
ଆଜି ‘ଭୂତାଣୁ ପ୍ରଶ˚ସା ଦିବସ’ ବା ‘ଭାଇରସ୍ ଆପ୍ରିସିଏସନ୍ ଡେ’। ‘ଭାଇରସ୍’ ମୂଳତଃ ଏକ ଲାଟିନ୍ ଶବ୍ଦ; ଏହାର ଓଡ଼ିଆ ଭାଷାନ୍ତର ‘ବିଷ’। ‘ଭାଇରସ୍’କୁ ହିନ୍ଦୀରେ ‘ବିଷାଣୁ’ କହାଯାଏ। ଏହା କୋଷହୀନ ଅତି ସୂକ୍ଷ୍ମ ଜୀବ ଏବ˚ କେବଳ ଜୀବିତ କୋଷରେ ହିଁ ବ˚ଶ ବଢ଼ାଇପାରେ। ଶରୀର ବାହାରେ ଏହା ମୃତ ପ୍ରାୟ। ଶରୀର ଭିତରକୁ ଆସିଲେ, ନବ ଜୀବନ ପାଏ। ଏହା ନାଭିକୀୟ ଅମ୍ଳ ଓ ପୁଷ୍ଟିସାରରେ ଗଠିତ। ଏହା ଯେ କେବଳ କ୍ଷତିକାରକ, ତାହା ନୁହେଁ; ବେଳେ ବେଳେ ଲାଭ ବି କରିଥାଏ। କେତେକ ଭୂତାଣୁ ବିଭିନ୍ନ ପ୍ରକାରର ଜୀବାଣୁକୁ ନଷ୍ଟ କରିପାରନ୍ତି। ସ୍ଫୁଟ୍ନିକ୍ ଓ ମାମାଭାଇରସ୍ ଅନ୍ୟ କେତେକ ଭୂତାଣୁକୁ ନଷ୍ଟ କରିପାରନ୍ତି। ୧୮୯୨ରେ ରଷିଆନ୍ ବିଜ୍ଞାନୀ ଡିମିଟ୍ରି ଇଭାନୋଭ୍ସ୍କି ପ୍ରଥମେ ଏହା ସ˚ପର୍କରେ ବିଶେଷ ସୂଚନା ଦେଇଥିଲେ। ୧୮୯୮ରେ ଡଚ୍ ବିଜ୍ଞାନୀ ମାର୍ଟିନସ୍ ବେଜରି˚କ୍ ଗଛ-ପତ୍ର ନଷ୍ଟ କରୁଥିବା ‘ଟୁବାକୋ ମୋଜାଇକ୍ ଭାଇରସ୍’ ଆବିଷ୍କାର କରିଥିଲେ। ଅଦ୍ୟାବଧି ପାଞ୍ଚ ହଜାର ପ୍ରକାରର ଭୂତାଣୁକୁ ସବିଶେଷ ଭାବେ ଚିହ୍ନଟ କରାଯାଇପାରିଛି। ତେବେ, ପୃଥିବୀରେ ଲକ୍ଷାଧିକ ପ୍ରକାରର ଭୂତାଣୁ ଥିବା ଜଣାଯାଏ। ପୃଥିବୀର ଏ ଭଳି କୌଣସି ଅଞ୍ଚଳ ନାହିଁ, ଯେଉଁଠି ଭୂତାଣୁ ନାହାନ୍ତି।