ଆଜି ବିଶ୍ୱ ମଧୁମେହ ଦିବସ

‘ବିଶ୍ୱ ସ୍ୱାସ୍ଥ୍ୟ ସ˚ସ୍ଥା’ ଓ ‘ଅନ୍ତର୍ଜାତୀୟ ମଧୁମେହ ସ˚ଘ’ ଆନୁକୂଲ୍ୟରେ ୧୯୯୧ରୁ ନଭେମ୍ବର‌ ୧୪ରେ ପାଳିତ ହେଉଛି ‘ବିଶ୍ୱ ମଧୁମେହ ଦିବସ’। ୧୮୯୧ ନଭେମ୍ବର‌ ଏହି ଦିନରେ ଜନ୍ମ ହୋଇଥିଲେ, ଇନ୍‌ସୁଲିନ୍‌ର ସହ-ଆବିଷ୍କାରକ ସାର‌୍‌ ଫ୍ରେଡ୍‌ରିକ୍‌ ବାଣ୍ଟି˚। ସେ ମଣିଷ ଶରୀରରେ ଇନ୍‌ସୁଲିନ୍‌ ପ୍ରୟୋଗ କରିଥିବା ବିଶ୍ୱର ପ୍ରଥମ ବିଜ୍ଞାନୀ। ପରିବର୍ତ୍ତିତ ଜୀବନ-ଶୈଳୀ ଯୋଗୁଁ ସାରା ବିଶ୍ୱରେ ପ୍ରତି ବର୍ଷ ମଧୁମେହ ରୋଗୀଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ସ˚ପ୍ରତି ମଧୁମେହ ରୋଗୀଙ୍କ ସ˚ଖ୍ୟା ଆଠ କୋଟିରୁ ଅଧିକ। ଏହି ରୋଗ ବାବଦରେ ଜନସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଏହାକୁ ବିଷୟ ତଥା ବାର୍ତ୍ତା ଭିତ୍ତିକ ପାଳନ କରଯାଉଛି।

ସମ୍ବନ୍ଧିତ ଖବର