ଆଜି ‘ବିଶ୍ୱ ନୁଡଲ୍ସ ଦିବସ’। ‘ନୁଡଲ୍ସ’ ବିଶ୍ୱର ଏକ ଲୋକପ୍ରିୟ ଖାଦ୍ୟ। ଏହାର ଉତ୍ପତ୍ତି କେଉଁଠାରୁ, ନିର୍ଦିଷ୍ଟ ଭାବେ ଜଣାଯାଏନାହିଁ। ତେବେ, ଚାଇନାକୁ ଏହାର ଉତ୍ପତ୍ତି ସ୍ଥାନ ଭାବେ ଅନେକ ଗ୍ରହଣ କରିଛନ୍ତି। ଚାରି ହଜାର ବର୍ଷ ତଳେ ଚାଇନିଜ୍ମାନେ ନୁଡଲ୍ସ ଖାଉଥିବାର ପ୍ରମାଣ ମିଳେ। ସେମାନେ ବାଜରାରୁ ଏହା ପ୍ରସ୍ତୁତ କରୁଥିଲେ। ପରେ ଗହମ ଓ ଚାଉଳ ନୁଡଲ୍ସ ଲୋକପ୍ରିୟ ହୋଇଥିଲା।
ନବମ ଶତାବ୍ଦୀରେ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ଦ୍ୱାରା ଏହା ଜାପାନ୍ ଯାଇଥିଲା। ପ୍ରାଚୀନ ପର୍ସିଆନ୍ମାନେ ବି ଏହା ଖାଉଥିଲେ। କୋରିଆକୁ ଏହାର ପ୍ରବେଶ ମଧ୍ୟ ଯୁଗୀୟ ଘଟନା। ହୋରେସ୍ଙ୍କ ରଚନାରେ ଏହାର ବର୍ଣ୍ଣନା ମିଳେ। ତେଣୁ, କ୍ରାଏଷ୍ଟ୍ଙ୍କ ଜନ୍ମର ବହୁ ପୂର୍ବରୁ ଗ୍ରିକ୍ମାନେ ଏହା ଖାଉଥିବା ବିଶ୍ୱାସ କରାଯାଏ। ଏହାର ଲୋକପ୍ରିୟତାର ମୁଖ୍ୟ କାରଣ, ଏହା ରାନ୍ଧିବା ସହଜ ଓ ଶୀଘ୍ର ହଜମ ହୁଏ। ଇଟାଲିରେ ସବୁଠାରୁ ଅଧିକ ପ୍ରକାରର ନୁଡଲ୍ସ ମିଳେ।