ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ର ୧୯୧୭ ନଭେମ୍ବର ଆଜି ଦିନରେ କଟକ ସହର ଅନ୍ତର୍ଗତ କାଠଗଡ଼ା ସାହିରେ ଜନ୍ମ ହୋଇଥିଲେ। ତାଙ୍କ ଶିକ୍ଷା ଜୀବନ କଟିଥିଲା ପ୍ୟାରୀ‌େମାହନ ଏକାଡେମି ଓ ରେଭେନ୍‌ସା କଲେଜରେ। ଅଧ୍ୟୟନ ବେଳେ ସେ ‘ଷ୍ଟୁଡେଣ୍ଟ୍‌ସ ଫେଡରେସନ୍‌ ଅଫ୍‌ ଇଣ୍ଡିଆ’ର ସକ୍ରିୟ ସଦସ୍ୟ ଥିଲେ। ୧୯୩୯ରେ ମେଡିକାଲ୍‌ ଛାତ୍ର ଆନ୍ଦୋଳନରେ ଯୋଗଦେଇ ପ୍ରଥମ ଥର ପାଇଁ କାରାବରଣ କରିଥିଲେ। ୧୯୪୨ରେ ‘ଭାରତ ଛାଡ଼ ଆନ୍ଦୋଳନ’ରେ ଯୋଗଦେଇ ଦ୍ବିତୀୟ ଥର ପାଇଁ ବ୍ରହ୍ମପୁର କାରାଗାରରେ ଅଟକ ଥିଲେ।

Advertisment

ସ୍ବାଧୀନତା ଆନ୍ଦୋଳନରେ ସଂପୃକ୍ତି ଯୋଗୁଁ ସେ ଆଇନ ମହାବିଦ୍ୟାଳୟରୁ ବହିଷ୍କୃତ ହୋଇଥିଲେ ଏବଂ ଘରୁ ମଧ୍ୟ ତଡ଼ା ଖାଇଥିଲେ। ସେ ଜମିଦାର ପରିବାରରେ ଜନ୍ମ ହୋଇ ବି ଜମିଦାରି ହଟାଇବା ଲାଗି ଆନ୍ଦୋଳନ କରୁଥିଲେ। କୃଷକ ଓ ଶ୍ରମିକ ଆନ୍ଦୋଳନର ନେତୃତ୍ବ ନେଉଥିଲେ। ବୀରେନ ନିଜ ଜାତି ବାହାରୁ ବିବାହ କରିଥିଲେ। ୧୯୬୩ରୁ ୧୯୬୫ ଯାଏ ସେ ମୁଖ୍ୟମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ୧୯୬୧-୬୩ରେ ମନ୍ତ୍ରୀ ଥିଲେ। ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ରେ କଟକ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ବୀରେନ ମିତ୍ର ଥିଲେ ସାଧାରଣ ଜନତାର ପ୍ରିୟ ନେତା। ତାଙ୍କ ଘର ସମସ୍ତଙ୍କ ପାଇଁ ଖୋଲା ରହୁଥିଲା। ଏପରିକି ମୁଖ୍ୟମନ୍ତ୍ରୀ ଥିବା ବେଳେ ମଧ୍ୟ ଏଥି ପାଇଁ କୌଣସି କଟକଣା ନ ଥିଲା। ସେ କଂଗ୍ରେସ ଦଳର ଏଭଳି ଜଣେ ନେତା ଥିଲେ, ଯାହାଙ୍କର ବିଭିନ୍ନ ଶ୍ରମିକ ସଂଘ ସହ ଆଜୀବନ ସଂପର୍କ ଥିଲା। ୧୯୭୮ ମେ ୨୫ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ରବି ରାୟ

publive-image Wikipedia

ଲୋକସଭାର ବାଚସ୍ପତି ହୋଇଥିବା ପ୍ରଥମ ଓ ଏକମାତ୍ର ଓଡ଼ିଆ ରବି ରାୟ ୧୯୨୬ ନଭେମ୍ବର ଆଜି ତାରିଖରେ ପୁରୀ ଜିଲ୍ଲା ଅନ୍ତର୍ଗତ ଭଅଁରାଗଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଜଣେ ଅଗ୍ରଣୀ ଛାତ୍ର-ନେତା ଭାବେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ସେ ରେଭେନ୍‌ସା ଛାତ୍ର ସ˚ସଦର ସଭାପତି ତଥା ମଧୁସୂଦନ ଆଇନ ମହାବିଦ୍ୟାଳୟ ଛାତ୍ର ସ˚ସଦର ପ୍ରଥମ ସଭାପତି ହୋଇଥିଲେ। ସେ ରେଭେନ୍‌ସାରେ ପଢ଼ିବା ପୂର୍ବରୁ ସ୍ବାଧୀନତା ସ˚ଗ୍ରାମରେ ଯୋଗଦେଇଥିଲେ। ସ୍ବାଧୀନତା ପ୍ରାପ୍ତିର କିଛି କାଳ ପୂର୍ବରୁ ରେଭେନ୍‌ସା ମହାବିଦ୍ୟାଳୟରେ ତ୍ରିରଙ୍ଗା ଉଡ଼ାଇ ସେ ଗିରଫ ହୋଇଥିଲେ। ୧୯୪୮ରେ ସେ ସୋସାଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ। ପରେ ସ˚ଯୁକ୍ତ ସୋସାଲିଷ୍ଟ ପାର୍ଟି, ଜନତା ପାର୍ଟି ଓ ଜନତା ଦଳକୁ ଯାଇଥିଲେ।

୧୯୬୭ରେ ପୁରୀ ଆସନରୁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪ରେ ରାଜ୍ୟସଭାକୁ ଯାଇ କାର୍ଯ୍ୟକାଳ ସମାପ୍ତ କରିଥିଲେ। ୧୯୮୯ରେ କେନ୍ଦ୍ରାପଡ଼ା ଆସନରୁ ଲଢ଼ି ପୁଣି ଲୋକସଭାକୁ ଫେରିଥିଲେ। ସେହି ବର୍ଷ ଡିସେମ୍ବର ୧୯ରେ ସେ ଲୋକସଭାର ନବମ ବାଚସ୍ପତି ନିର୍ବାଚିତ ହୋଇଥିଲେ। ସେ ଥିଲେ ଗାନ୍ଧୀବାଦୀ ଓ ସ˚ପୂର୍ଣ୍ଣ ଦୁର୍ନୀତି-ମୁକ୍ତ ବ୍ୟକ୍ତିତ୍ବ। ଲୋକସଭାରେ ‘ଶୂନ୍ୟ କାଳ’ର ବ୍ୟବସ୍ଥା ସେ ଆରମ୍ଭ କରାଇଥିଲେ। ସେ ବିଭିନ୍ନ ପ୍ରସଙ୍ଗ ନେଇ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖୁଥିଲେ। ‘ସିଟିଜେନ୍‌ସ ଇନିସିଏଟିଭ୍‌ ଫର‌୍‌ ପିସ୍‌’ ସଂଗଠନ ମାଧ୍ୟମରେ ନକ୍ସଲପନ୍ଥୀ ଓ ମାଓବାଦୀ ସମସ୍ୟାର ମାନବୀୟ ଏବ˚ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ପ୍ରଚେଷ୍ଟା ଚଳାଇଥିଲେ। ୨୦୧୭ ମାର୍ଚ୍ଚ ୬ରେ ରବି ରାୟଙ୍କର ପରଲୋକ ଘଟିଥିଲା।