ଗୌରୀଶଙ୍କର ରାୟ ଓଡ଼ିଆ ସାମ୍ବାଦିକତାର ଜନକ। ତାଙ୍କ ଦ୍ବାରା ପ୍ରକାଶିତ ‘ଉତ୍କଳ ଦୀପିକା’ ଥିଲା ପ୍ରଥମ ଓଡ଼ିଆ ସମ୍ବାଦପତ୍ର। ସେ ‘କର୍ମବୀର’ ନାମରେ ସୁପରିଚିତ। ୧୮୩୮ ମସିହା ଜୁଲାଇ ଆଜି ଦିନରେ କଟକର ଅସୁରେଶ୍ବର ନିକଟସ୍ଥ ଦୀକ୍ଷିତପଡ଼ା ଗ୍ରାମରେ ସେ ଜନ୍ମ ହୋଇଥିଲା। ଏକ ବଙ୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ବି ଓଡ଼ିଆକୁ ମାତୃଭାଷା ରୂପେ ଗ୍ରହଣ କରି ସେ ଏହାର ଉନ୍ନତି ପାଇଁ ଆଜୀବନ କାର୍ଯ୍ୟ କରିଥିଲେ। ଗୌରୀଶଙ୍କର ଏବ˚ ତାଙ୍କର ଅ˚ଶୀଦାର ବନ୍ଧୁ ବିଚିତ୍ରାନନ୍ଦ ଦାସ ଓ ଲାଲା ଜଗମୋହନ ରାୟ ମିଳିତ ଭାବେ ୧୮୬୫ରେ ‘କଟକ ପ୍ରିଣ୍ଟି˚ କ˚ପାନି’ ଆରମ୍ଭ କରିଥିଲେ। ଏହାର ପରିଚାଳକ ଥିଲେ ଗୌରୀଶଙ୍କର। ଏଠାରୁ ହିଁ ୧୮୬୬ରେ ଜନ୍ମ ନେଇଥିଲା ‘ଉତ୍କଳ ଦୀପିକା’।
ଏହା ଓଡ଼ିଶାରେ ଏକ ନବ ଯୁଗର ପ୍ରବର୍ତ୍ତକ ଥିଲା। ଏହାର ବିକାଶ ପାଇଁ ଗୌରୀଶଙ୍କର ସରକାରୀ ଚାକିରି ଛାଡ଼ିଥିଲେ। ଓଡ଼ିଆ ସାହିତ୍ୟକୁ ଆଧୁନିକ ଓ ଶକ୍ତିଶାଳୀ କରିବା ଦିଗରେ ମଧ୍ୟ ସେ ନିରବଚ୍ଛିନ୍ନ ସାଧନା କରିଥିଲେ। ଗୌରୀଶଙ୍କର ପ୍ରାୟ ୫୨ ବର୍ଷ ଧରି ‘ଉତ୍କଳ ଦୀପିକା’ର ସ˚ପାଦକ ଦାୟିତ୍ବ ତୁଲାଇଥିଲେ। ଏହା ସତୁରି ବର୍ଷ ଧରି ଓଡ଼ିଆ ଜାତୀୟ ଜୀବନର ବାର୍ତ୍ତାବହ ତଥା ଓଡ଼ିଶାର ମୁଖପତ୍ର ଥିଲା। ଏହା ଓଡ଼ିଆ ଜାତୀୟ ଜୀବନକୁ ନେତୃତ୍ବ ଦେଇଥିଲା। ଭାଷା ସୁରକ୍ଷା ଆନ୍ଦୋଳନ କାଳରେ ‘ଉତ୍କଳ ଦୀପିକା’ ମାଧ୍ୟମରେ ଗୌରୀଶଙ୍କର ଯେଉଁଭଳି ଭାବେ ଓଡ଼ିଆ ବିରୋଧୀ ଶକ୍ତିମାନଙ୍କର ମୁକାବିଲା କରିଥିଲେ, ଯେକୌଣସି ଜାତିର ଇତିହାସରେ ତାହାର ପଟାନ୍ତର ନାହିଁ। ୧୯୧୭ ମାର୍ଚ୍ଚ ୭ ତାରିଖରେ କର୍ମବୀର ଗୌରୀଶଙ୍କର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।