ଆପଣଙ୍କ ପାଦର ଆଙ୍ଗୁଠି ଏଭଳି କି ? ଜାଣନ୍ତୁ କିପରି ଆପଣଙ୍କ ସ୍ୱଭାବ

ପାଞ୍ଚ ହଜାର ବର୍ଷ ଆଗରୁ ପାଦରୁ ମଣିଷର ସ୍ୱଭାବ ଜାଣି ହେବାର ପରଂପରା ଭାରତ ଓ ଚୀନରେ ଉପଲବ୍ଧ । ଆଜି ଆସନ୍ତୁ ଜାଣିବା ପାଦର ଆଙ୍ଗୁଳିରୁ ମଣିଷର ସ୍ୱଭାବ । କାରଣ ଅଧିକାଂଶ ଲୋକଙ୍କର ପାଦରେ ଥିବା ଆଙ୍ଗୁଳିମାନଙ୍କର ଆକାର ଭିନ୍ନ ଭିନ୍ନ ।

ବୁଢା ଆଙ୍ଗୁଠି: ଯଦି ଆପଣଙ୍କର ପାଦର ବୁଢା ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ଼ , ତେବେ ଜାଣନ୍ତୁ ଆପଣ ଜଣେ ସୃଜନଶୀଳ ଓ ଦକ୍ଷ ବ୍ୟକ୍ତି । ପ୍ରତ୍ୟେକ ସମସ୍ୟାର ସମାଧାନ ଲାଗି ଆପଣଙ୍କ ପାଖରେ ଉପାୟ ରହିଛି । ଏମାନଙ୍କର ଦୃଷ୍ଟିଭଙ୍ଗୀ ବି ଅନ୍ୟମାନଙ୍କ ଠାରୁ ଭିନ୍ନ । ଅପର ପକ୍ଷରେ ଯଦି ଆପଣଙ୍କର ବୁଢା ଆଙ୍ଗୁଳି ଖୁବ୍‌ ସାନ, ତେବେ ଆପଣ ଏକ ସମୟରେ ଅନେକ ଗୁଡିଏ କାମ କରି ପାରନ୍ତି । ଆପଣ ନିଜର ଦୃଷ୍ଟିଭଙ୍ଗୀ ଦ୍ୱାରା ଅନ୍ୟକୁ ସହଜରେ ପ୍ରଭାବିତ କରିପାରନ୍ତି ।

ଦ୍ୱିତୀୟ ଆଙ୍ଗୁଠି: ଯେଉଁମାନଙ୍କ ପାଦରେ ଥିବା ଦ୍ୱିତୀୟ ଆଙ୍ଗୁଠି ( ବୁଢା ଆଙ୍ଗୁଠି ସହ ସଂଲଗ୍ନ ) ଅନ୍ୟ ଆଙ୍ଗୁଠିମାନଙ୍କ ତୁଳନାରେ ବଡ, ତେବେ ଆପଣଙ୍କଠାରେ ନେତୃତ୍ୱର କ୍ଷମତା ରହିଛି । ଏମାନେ ଅନ୍ୟମାନଙ୍କ ଉପରେ ନିଜର କ୍ଷମତା ଜାହିର କରି ଥାଆନ୍ତି । ଅନ୍ୟପକ୍ଷରେ ଯେଉଁମାନଙ୍କର ଦ୍ୱିତୀୟ ଆଙ୍ଗୁଠି ସାନ, ସେମାନେ ଶାନ୍ତିପ୍ରିୟ ।
ତୃତୀୟ ଆଙ୍ଗୁଠି: ଯଦି ଅନ୍ୟ ଆଙ୍ଗୁଠିମାନଙ୍କ ତୁଳନାରେ ଆପଣଙ୍କର ତୃତୀୟ ଆଙ୍ଗୁଠିଟି ବଡ଼, ତେବେ ଧରି ନିଅନ୍ତୁ ଆପଣ ଅଧିକ କ୍ରିୟାଶୀଳ । ଏମାନେ ପ୍ରତିଟି କାର୍ଯ୍ୟରେ ଶତ ପ୍ରତିଶତ ଦେବାକୁ ଚେଷ୍ଟା କରନ୍ତି । କିନ୍ତୁ ଏମାନେ ଅନେକ ସମୟରେ ନିଜ କାମରେ ଏତେ ମସଗୁଲ ରହନ୍ତି ନିଜ ପରିବାର ଓ ପ୍ରେମକୁ ମଧ୍ୟ ଭୁଲି ଯାଆନ୍ତି । କିନ୍ତୁ ଯେଉଁମାନଙ୍କର ତୃତୀୟ ଆଙ୍ଗୁଠି ସାନ, ସେମାନେ ଜୀବନକୁ ଉପଭୋଗ କରିବାକୁ ଭଲ ପାଆନ୍ତି ।

photo-speakingtree

ଚତୁର୍ଥ ଆଙ୍ଗୁଠି: ଯେଉଁମାନଙ୍କର ଚତୁର୍ଥ ଆଙ୍ଗୁଠି ଅନ୍ୟ ଆଙ୍ଗୁଠିମାନଙ୍କଠାରୁ ବଡ଼ ସେମାନଙ୍କ ପାଇଁ ପରିବାର ସବୁଠୁଁ ବେଶି ମହତ୍ତ୍ୱ ରଖିଥାଏ । ଏମାନେ ଅନ୍ୟମାନଙ୍କ କଥା ଶୁଣି ଥାଆନ୍ତି । ଏମାନେ ଅନ୍ୟମାନଙ୍କ ସମସ୍ୟା ସମାଧାନ ଦିଗରେ ବି ପଦକ୍ଷେପ ଗ୍ରହଣ କରି ଥାଆନ୍ତି । କିନ୍ତୁ ଯେଉଁମାନଙ୍କର ଚତୁର୍ଥ ଆଙ୍ଗୁଠି ସାନ, ସେମାନେ ପରିବାର ଓ ସଂପର୍କକୁ ଆଦୌ ଗୁରୁତ୍ୱ ଦେଇ ନ ଥାଆନ୍ତି ।
ସାନ ଆଙ୍ଗୁଠି: ଯେଉଁମାନଙ୍କର ସାନ ଆଙ୍ଗୁଠି ଖୁବ୍‌ ଛୋଟ, ସେମାନଙ୍କର ପିଲାଳିଆମି ଗୁଣ ଥାଏ । ସେମାନେ ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହଁନ୍ତି । ଅପର ପକ୍ଷରେ ଯଦି ଆପଣଙ୍କ ସାନ ଆଙ୍ଗୁଠି ଖୁବ୍‌ ବଡ଼ ତେବେ ଆପଣ ଖୁବ୍‌ ମାଚୁଅରଡ୍‌।

ଯଦି ସମସ୍ତ ଆଙ୍ଗୁଠି ସମାନ ଥାଏ: ଯଦି ଆପଣଙ୍କର ସବୁ ଆଙ୍ଗୁଠିର ଆକାର ସମାନ, ତେବେ ଜାଣି ରଖନ୍ତୁ ଆପଣଙ୍କର ବ୍ୟାବହାରିକ ଜ୍ଞାନ ଖୁବ୍‌ ଭଲ । ଆପଣ ଜଣେ ବିଶ୍ୱସ୍ତ ବନ୍ଧୁ ଓ ଭଲ କର୍ମଚାରୀ ସାବ୍ୟସ୍ତ ହୋଇଥାଆନ୍ତି ।

ସମ୍ବନ୍ଧିତ ଖବର