‘ଦ ଟୁମ୍ବ୍ ଅଫ୍ ଅସ୍କିଆ’ ବା ‘ଅସ୍କିଆଙ୍କ ସମାଧି’ ମାଲି ଅନ୍ତର୍ଗତ ଗାଓରେ ଅବସ୍ଥିତ। ଏହା ସୋନ୍ଘାଇ ସାମ୍ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ଶାସକ ପ୍ରଥମ ଅସ୍କିଆ ମୁହମ୍ମଦଙ୍କ ସମାଧି। ସମାଧିର ଉଚ୍ଚତା ସତର ମିଟର୍। ୧୪୯୫ରେ ସମାଧି ନିର୍ମିତ ହୋଇଥିଲା। ଅସ୍କିଆ ଇସଲାମ ଧର୍ମ ଗ୍ରହଣ କରିବା ପରେ ମକ୍କା ଯାଇଥିଲେ। ସେଠାରୁ ଫେରି ସମାଧିର ନିର୍ମାଣ ଆରମ୍ଭ କରାଇଥିଲେ। ସମାଧିରେ ବ୍ୟବହୃତ ସମସ୍ତ ସାମଗ୍ରୀ ମକ୍କାରୁ ଆଣିଥିଲେ। ତାଙ୍କ ଶାସନ କାଳରେ ସୋନ୍ଘାଇ ସାମ୍ରାଜ୍ୟ ବେଶ୍ ଶକ୍ତିଶାଳୀ ଥିଲା। ଟ୍ରାନ୍ସ-ସାହାରାନ୍ ଅଞ୍ଚଳର ଲବଣ ଓ ସ୍ୱର୍ଣ୍ଣ କାରବାର, ତାଙ୍କ ନିୟନ୍ତ୍ରଣରେ ଥିଲା। ସେ ଗାଓକୁ ନିଜ ରାଜଧାନୀରେ ପରିଣତ କରିଥିଲେ ଏବ˚ ନିଜ ସାମ୍ରାଜ୍ୟକୁ ଇସଲାମୀୟ ଘୋଷିତ କରିଥିଲେ। ୨୦୦୪ରେ ଅସ୍କିଆ ସମାଧି ବିଶ୍ୱ ଐତିହ୍ୟ ମାନ୍ୟତା ଲାଭକରିଥିଲା। ଏହା ବିପଦ ମୁହଁରେ ଥିବା ଏକ ବିଶ୍ୱ ଐତିହ୍ୟ।
ବିପଦ ମୁହଁରେ ଥିବା ଏକ ବିଶ୍ୱ ଐତିହ୍ୟ ସୋନ୍ଘାଇ ସାମ୍ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ଶାସକ ପ୍ରଥମ ଅସ୍କିଆ ମୁହମ୍ମଦଙ୍କ ସମାଧି
/sambad/media/post_attachments/wp-content/uploads/2019/11/tomb-of-askia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)