ନୂଆଦିଲ୍ଲୀ: ନିକଟରେ ଏକ ବିିଚିତ୍ର ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଜଣେ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରି ତାଙ୍କ ଖାଦ୍ୟ ନଳୀର ନିମ୍ନ ଭାଗରୁ ୨୦ବର୍ଷ ପୂର୍ବେ ଗିଳି ଥିବା ଏକ ଟୁଥବ୍ରସ ବାହାର କରିଛନ୍ତି।
ଗତ ୨୦ବର୍ଷ ପୂର୍ବେ ଜଣେ କଏଦୀ ସଲିମ୍ (ଛଦ୍ମନାମ)ଏକ ଟୁଥ୍ବ୍ରସକୁ ଗିଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ୨୦ବର୍ଷ ଭିତରେ ସଲିମ୍ର ମଝିରେ ମଝିରେ ପେଟରେ ଯନ୍ତ୍ରଣା ହୋଇଥାଏ। କିନ୍ତୁ ସେ ଔଷଧ ଖାଇଲା ପରେ ଏହି ଯନ୍ତ୍ରଣା କମି ଯାଇଥାଏ। କିଛିଦିନ ତଳେ ସଲିମ୍ର ପେଟର ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା। ତେଣୁ ସେ ଚକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଆସିଥିଲା। ଡାକ୍ତର ପେଟର ସିଟି ସ୍କାନ୍ କରି ଖାଦ୍ୟନଳୀ ନିମ୍ନରେ ଏକ ଟୁଥ୍ବ୍ରସ ଥିବା ଜାଣିବାକୁ ପାଇଥିଲେ। ଏହି ବ୍ରସ୍ଟି ସମ୍ପୂର୍ଣ୍ଣ ଭାବେ କଳା ପଡ଼ି ଯାଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଇଣ୍ଡୋସ୍କୋପି ଜରିଆରେ ସଲିମ୍ର ଖାଦ୍ୟନଳୀର ନିମ୍ନ ଭାଗରୁ ଟୁଥବ୍ରସ୍କୁ ବାହାର କରାଯାଇଥିଲା। ଏହି ଟୁଥ୍ବ୍ରସ୍ ଯକୃତ ପର୍ଯ୍ୟନ୍ତ ପହଞ୍ଚିବା ସହିତ ଘାତକ ଇନ୍ଫେକ୍ସନ୍ ହେବାର ଅନେକ ଆଶଙ୍କା ରହିଥିଲା।
/sambad/media/post_attachments/wp-content/uploads/2019/08/Toothpaste-300x169.jpg)
ଅସ୍ତ୍ରୋପଚାର ପରେ କିଭଳି ଖାଦ୍ୟନଳୀରେ ଟୁଥ୍ବ୍ରସ୍ ଆସିଲା ସେ ନେଇ ସଲିମ୍ ଡାକ୍ତରଙ୍କୁ କହିଥିଲା କି, ସେ ଡ୍ରଗସ୍ ନେଉଥିବା ସମୟରେ ଏଚଆଇଭି ସଂକ୍ରମିତ ହୋଇଥିଲା। ଯାହାପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା। ତେଣୁ ୨୦ବର୍ଷ ପୂର୍ବେ ଜେଲରେ ଥିବା ସମୟରେ ଟୁଥ୍ବ୍ରସ୍ ଗିଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏଭଳି କରିବା ଦ୍ୱାରା କିିଛି ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଡ୍ରଗସ୍ ନେବା ଛାଡ଼ି ଦେଇଥିଲା ଓ ଏଚଆଇଭି ସଂକ୍ରମଣର ଚିକିତ୍ସା କରାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
