ଶ୍ରୀଦେବୀଙ୍କ ୧୦ ସୁପର୍‌ହିଟ୍‌ ଚଳଚ୍ଚିତ୍ର

୧. ମମ୍‌ (୨୦୧୭): ମମ୍‌ ଚଳଚ୍ଚିତ୍ରରେ ଶ୍ରୀଦେବୀ ଏଭଳି ଜଣେ ମା’ର ଚରିତ୍ରରେ ଅଭିନୟ କରିଥିଲେ ଯିଏ ନିଜ ଝିଅ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାପାଇଁ ଯେ କୌଣସି ସ୍ତରକୁ ବି ଓହ୍ଲାଇ ପାରନ୍ତି।
୨. ଇଂଲିସ ଭିଂଗ୍‌ଲିସ୍‌ (୨୦୧୨): ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଶ୍ରୀଦେବୀ ଇଂଲିସ ଭିଙ୍ଗ୍‌ଲିସ୍‌ ମାଧ୍ୟମରେ ବଲିଉଡ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ତାଙ୍କ କ୍ୟାରିୟର ପାଇଁ ଏହା ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଥିଲା।
୩. ଲାଡଲା(୧୯୯୪): ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ଅଚାନକ ବିୟୋଗ ଯୋଗୁଁ ଶ୍ରୀଦେବୀ ଏହି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ରାଜି ହୋଇଥିଲେ। ଏହି ଚଳଚ୍ଚିତ୍ରରେ ସେ ଜଣେ ସଫଳ ଶିଳ୍ପୋଦ୍ୟୋଗୀ ଭୂମିକାରେ ଅଭିନୟ କରିଥିଲେ।
୪. ଲମ୍‌ହେ (୧୯୯୧): ଶ୍ରୀଦେବୀ ଏହି ଚଳଚ୍ଚିତ୍ରରେ ଉଭୟ ମା’ ଓ ଝିଅ ଭୂମିକାରେ ଅନିୟ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ତାଙ୍କ ଅସାଧାରଣ ଅଭିନୟ ପ୍ରତିଭା ପ୍ରଦର୍ଶନ କରିଥିଲେ।
୫. କ୍ଷଣ କ୍ଷଣମ (୧୯୯୧-ତେଲୁଗୁ): ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଶ୍ରୀଦେବୀ ତାଙ୍କ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ବର୍ମା ଏହି ଚଳଚ୍ଚିତ୍ରକୁ ହିନ୍ଦୀରେ ‘ଦୌଡ଼’ ନାମରେ ପୁନଃନିର୍ମାଣ କରିଥିଲେ।
୬. ଚାନ୍ଦିନୀ (୧୯୮୯): ୟସ୍‌ ଚୋପ୍ରାଙ୍କ ଏହି କ୍ଲାସିକ୍‌ ଚଳଚ୍ଚିତ୍ର ଶ୍ରୀଦେବୀଙ୍କ ସୌନ୍ଦର୍ଯ୍ୟର ଏକ ଉତ୍ସବ ଥିଲା ବୋଲି କୁହାଯାଏ। ଶ୍ରୀଦେବୀଙ୍କ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଚାନ୍ଦିନି ହେଉଛି ଅନ୍ୟତମ।
୭. ଚାଲ୍‌ବାଜ (୧୯୮୯): ଏହି ଚଳଚ୍ଚିତ୍ରରେ ଶ୍ରୀଦେବୀ ତାଙ୍କର ଅଭିନୟ ପ୍ରତିଭା ଦେଖାଇବାକୁ ଭରପୂର ସୁଯୋଗ ପାଇଥିଲେ। ଏଥିରେ ସେ ଅଂଜୁ ଓ ମଂଜୁ ନାମରେ ଦୁଇଟି ଚରିତ୍ରରେ ଅଭିନୟ କରିଥିଲେ।
୮. ମିଷ୍ଟର ଇଣ୍ଡିଆ (୧୯୮୭): ଅନୀଲ କପୁର ଏବଂ ଶ୍ରୀଦେବୀଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ସୁପର୍‌ ହିଟ୍‌ ହୋଇଥିଲା। ଏଥିରେ ଶ୍ରୀଦେବୀ ଜଣେ ସାମ୍ବାଦିକା ଭୂମିକାରେ ଅଭିନୟ କରିଥିଲେ।
୯. ସଦ୍‌ମା (୧୯୮୩): ୧୯୮୩ ମସିହାର ଏହି ଚଳଚ୍ଚିତ୍ରକୁ ବାଲୁ ମହେନ୍ଦ୍ର ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ଶ୍ରୀଦେବୀ ସ୍ମରଣଶକ୍ତି ହରାଇଥିବା ଜଣେ ଯୁବତୀର ଭୂମିକାରେ ଅଭିନୟ କରିଥିଲେ।
୧୦. ମୀନଦୁମ କୋକିଳା (୧୯୮୧): ଏହି ତାମିଲ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଶ୍ରୀଦେବୀ ଏବଂ କମଲ ହାସନ ଅଭିନୟ କରିଥିଲେ। ନିଜ ବିବାହକୁ ରକ୍ଷା କରିବା ପାଇଁ ସଂଘର୍ଷ କରୁଥିବା ଜଣେ ମହିଳାଙ୍କ ଚରିତ୍ରରେ ଶ୍ରୀଦେବୀ ଅଭିନୟ କରିଥିଲେ।

ସ୍ମରଣୀୟ ସଂଳାପ

ଜୀବନ୍‌ କେ କିସ୍‌ ମୋଡ଼ ପେ କବ୍‌ କୋଇ ମିଲଜାୟେ, କୌନ୍‌ କେହ ସକତା ହୈ (ଚାନ୍ଦନି-୧୯୯୬)
ଇନ୍‌ସାନ୍‌ ଦୌଲତ କେ ଲିୟେ ଅପନୋ କା ଖୂନ୍‌ ଭି ବହା ଦେତା ହୈ
(ଚନ୍ଦ୍ରମୁଖୀ-୧୯୯୩)

ଗଲତ ଔର ବେହତ ଗଲତ ମେ ଚୁନା ହୋ, ତୋ ଆପ୍‌ କ୍ୟା ଚୁନେଙ୍ଗେ?
(ମମ୍‌-୨୦୧୭୦

ମରଦ ଖାନା ବନାୟେ ତୋ କଲା ହୈ.. ଔରତ ବନାୟେ ତୋ ଉସକା ଫର୍ଜ ହୈ
(ଇଂଲିସ ଭିଂଲିସ-୨୦୧୨)

ସବ୍‌ସେ ଜ୍ୟାଦା ଇମ୍ପୋରଟାଣ୍ଟ୍‌ ବାତ୍‌ ୟେ ହୈ.. କି ହସନେ କା ସୌକ୍‌ ଆପ୍‌କୋ ଭି ଔର ହସନେ କା ସୌକ୍‌ ମୁଝେ ଭି ହୈ
(ଲହମେ-୧୯୯୧)

ହେ୍ଵନ୍‌ ୟୁ ଲର୍ନ ଟୁ ଲଭ୍‌ ୟୋରସେଲ୍‌ଫ, ଦେନ୍‌ ଦ ସେମ୍‌ ଓଲ୍‌ଡ ଲାଇଫ୍‌ ଷ୍ଟାର୍ଟସ ଲୁକିଂ ନିଉ । (ଇଂଲିସ ଭିଂଲିସ-୨୦୧୨)

ହର୍‌ ଇନସାନ୍‌ ଅପନେ କର୍ମୋ ସେ ପେହଚନା ଜାତା ହୈ, ଅପନେ ବାପ୍‌ କେ କର୍ମୋ ସେ ନେହିଁ
(ସୋନେ ପେ ସୁହାଗା-୧୯୯୦)

ସମ୍ବନ୍ଧିତ ଖବର