ଆସନ୍ତୁ ଜାଣିବା ଭାରତର ପ୍ରସିଦ୍ଧ ପାଞ୍ଚଟି ସ୍କାଏ ଡାଇଭିଙ୍ଗ୍‌ ସ୍ଥାନ ବିଷୟରେ

ବ୍ୟସ୍ତବହୁଳ ଜୀବନରୁ ଟିକେ ଆନନ୍ଦ ପାଇଁ ଲୋକମାନେ ଦୂର ସ୍ଥାନକୁ ବୁଲିିବାକୁ ଯାଆନ୍ତି। କିଛି ଲୋକ ଟ୍ରାଭେଲିଂ କରିବା ସହିତ ଦୁଃସାହସିକ କାର୍ଯ୍ୟ କରି ସେଥିରୁ ମଧ୍ୟ ଆନନ୍ଦ ପାଇଥାନ୍ତି। ତେବେ ଏହି ଦୁଃସାହସିକ କାର୍ଯ୍ୟ ମଧ୍ୟରେ ସ୍କାଏ ଡାଇଭିଙ୍ଗ୍‌ ଅନ୍ୟତମ। ତେବେ ଭାରତରେ ଏଭଳି କିଛି ସ୍ଥାନ ଅଛି ଯାହା ସ୍କାଏ ଡାଇଭିଙ୍ଗ୍‌ ପାଇଁ ଉପଯୁକ୍ତ। ଏବେ ଆସନ୍ତୁ ଏଭଳି ସ୍ଥାନ ବିଷୟରେ ଜାଣିବା।

ମହିଶୂର, କର୍ଣ୍ଣାଟକ : କର୍ଣ୍ଣାଟକ ରାଜ୍ୟର ମୁଖ୍ୟ ସହର ହେଉଛି ମହିଶୂର। ସ୍କାଏ ଡାଇଭିଙ୍ଗ୍‌ ପାଇଁ ମହିଶୂର ଏକ ପ୍ରମୁଖ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚାମୁଣ୍ଡୀ ହିଲ୍‌ ଠାରୁ ଏହି ସ୍କାଏ ଡାଇଭିଙ୍ଗ୍‌ ପ୍ରକ୍ରିୟା ଆରମ୍ଭ ହୁଏ। ସ୍କାଏ ଡାଇଭିଙ୍ଗର ମଜା ଉଠାଇବାକୁ ହେଲେ ଆପଣଙ୍କୁ ମହିଶୂର ସ୍କାଏ ରାଇଡର୍ସ ୱେବସାଇଟ୍‌ ନିଜ ନାମ ପଞ୍ଜୀକରଣ କରିବାକୁ ହେବ। ସକାଳ ୭ ରୁ ୯ ପର୍ଯ୍ୟନ୍ତ ଏଠାକାର ପାଗ ସ୍କାଏ ଡାଇଭିଙ୍ଗ୍‌ ପାଇଁ ପ୍ରକୃଷ୍ଟ ଥାଏ

ଦିସା, ଗୁଜୁରାଟ : ଖୋଲା ଆକାଶରେ ପକ୍ଷୀ ଭଳି ଉଡିବୁଲିବା ଏବଂ ଆକାଶ ମାର୍ଗରୁ ନୀଳ ଜଳରାଶିକୁ ଦେଖିବାର ମଜା ଯଦି ଉଠାଇବାକୁ ଚାହୁଁଛନ୍ତି, ତେବେ ଗୁଜୁରାଟର ଡେଶା ଆପଣଙ୍କ ପାଇଁ ପ୍ରକୃତିର ଉପହାର ଭାବେ ସାବ୍ୟସ୍ତ ହୋଇପାରିବ। ସମୟ ୭ ଟାରୁ ଏଠାରେ ସ୍କାଏ ଡାଇଭିଙ୍ଗ୍‌ କରିବା ପାଇଁ ଅନୁମତି ମିଳିଥାଏ। ସ୍କାଏ ଡାଇଭିଙ୍ଗର ମଜା ଉଠାଇବା ପାଇଁ ଆପଣଙ୍କୁ ଇଣ୍ଡିଆନ୍‌ ପାରାସୁଟିଙ୍ଗ୍‌ ଫେଡେରେସନ୍‌ ୱେବସାଇଟ୍‌ ନିଜ ନାମ ପଞ୍ଜୀକରଣ କରିବାକୁ ହେବ।

ପଣ୍ଡିଚେରୀ, ତାମିଲନାଡ଼ୁ : ଅତି ଉଚ୍ଚରୁ ଭୂମିର ସୁନ୍ଦରତା ଦେଖି ଆତ୍ମହରା ହେଲାଭଳି ଦୃଶ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ। ଚାରିଆଡେ ସବୁଜିମାଭରା ଗଛ ଏବଂ ଭସାବାଦଲର ଅନୁଭୂତି ଆପଣଙ୍କୁ ଖୁବ୍‌ ଆନନ୍ଦ ଦେଇପାରିବ। ସକାଳ ୭ ରୁ ୯ ପର୍ଯ୍ୟନ୍ତ ଏଠାକାର ପାଣିପାଗ ସ୍କାଏ ଡାଇଭିଙ୍ଗ୍‌ ପାଇଁ ପ୍ରକୃଷ୍ଟ ଥାଏ। ସ୍କାଏ ଡାଇଭିଙ୍ଗର ମଜା ଉଠାଇବାକୁ ହେଲେ ଆପଣଙ୍କୁ ମହିଶୂର ସ୍କାଏ ରାଇଡର୍ସ ୱେବସାଇଟ୍‌ ଏବଂ ୱାଲଟେର୍‌ ଏସ୍କାପେଡ୍‌ ଥ୍ରୀଲସରେ ନିଜ ନାମ ପଞ୍ଜିକରଣ କରିବାକୁ ହେବ।

ଆମ୍ବେ ଭ୍ୟାଲି ,ମହାରାଷ୍ଟ୍ର : ମହାରାଷ୍ଟ୍ର ରାଜ୍ୟର ଆମ୍ବେ ଭ୍ୟାଲି, ବିପଦପୂର୍ଣ୍ଣ ସ୍କାଏ ଡାଇଭିଙ୍ଗ୍‌ ପାଇଁ ପ୍ରସିଦ୍ଧ ଅଟେ। ଏଠାରେ କେବଳ ଅଭିଜ୍ଞ ସ୍କାଏ ଡାଇଭରଙ୍କୁ ଡାଇଭିଙ୍ଗ୍‌ କରିବା ପାଇଁ ସୁଯୋଗ ଦିଆଯାଏ। କିନ୍ତୁ ଯଦିି ଆପଣ ନିଜ ରିସ୍କରେ ଏହି ସ୍ଥାନକୁ ଯିବାକୁ ଚାହାନ୍ତି, ତେବେ ଆପଣଙ୍କ ସହ ପ୍ରଶିକ୍ଷକଙ୍କୁ ମଧ୍ୟ ଯିବାକୁ ପଡିବ। ସକାଳ ୮ ରୁ ୧୦ ପର୍ଯ୍ୟନ୍ତ ଏଠାକାର ପାଗ ସ୍କାଏ ଡାଇଭିଙ୍ଗ୍‌ ପାଇଁ ପ୍ରକୃଷ୍ଟ ଥାଏ। ୩୬୦ ଗ୍ଲୋବାଲ୍‌ ୱେବସାଇଟରେ ଆପଣଙ୍କୁ ଏହି ସ୍ଥାନ ବିଷୟରେ ଅଧିକ ସୂଚନା ମିଳିପାରିବ।

ଧାନା,ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଧାନାଠାରେ ମଧ୍ୟ ସ୍କାଏ ଡାଇଭିଙ୍ଗ୍‌ ପାଇଁ ବିଭିନ୍ନ କ୍ୟାମ୍ପ୍ର ସୁବିଧା ରହିଛି। ସକାଳ ୮.୩୦ ରୁ ଏଠାରେ ଡାଇଭିଙ୍ଗ୍‌ କରିବା ପାଇଁ ଅନୁମତି ମିଳିଥାଏ। ଆପଣ ଏହି ସ୍ଥାନ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ ଚାଇମେସ୍‌ ଏଭିଏସନ୍‌ ଆକାଡେମୀ ୱେବସାଇଟ୍‌ ଉପରେ ନଜର ପକାନ୍ତୁ।

ସମ୍ବନ୍ଧିତ ଖବର