ଟପ୍‌ଲେସ ମଡେଲମାନଙ୍କ ଖୋଲା ପିଠିରେ ଲେଖାଥିଲା ଆପାର୍ଟମେଣ୍ଟ ବିକ୍ରିର ପ୍ଲାନ୍‌ , ଜାଣନ୍ତୁ କାହିଁକି ଏମିତି ହୋଇଥିଲା

ଅନେକ ସମୟରେ ଚୀନ୍‌ କିଛି ନା କିଛି କାରନାମା କରି ଚର୍ଚ୍ଚାରେ ରହିଥାଏ। ନିକଟରେ ଦକ୍ଷିଣ ଚୀନ୍‌ରେ ଜଣେ ବିଲ୍‌ଡର ନିଜର ଆପାର୍ଟମେଣ୍ଟ୍‌ ବିକ୍ରି କରିବା ଲାଗି ଏକ ଅଭିନବ କୌଶଳ ଆପଣାଇ ଚର୍ଚ୍ଚାର ବିଷୟ ବନିଥିଲେ। ଏହି କୌଶଳ ଦେଖି ଲୋକେ ବି ଲଜ୍ଜିତ ଓ ବିସ୍ମିତ ହେଲେ।

ପ୍ରାପ୍ତ ସୂଚନା ଅନୁଯାୟୀ ଦକ୍ଷିଣ ଚୀନର ନାନ୍ନିଙ୍କ ସହରରେ ନିଜର ଆପାର୍ଟମେଣ୍ଟର ପ୍ରମୋସନ୍‌ ଲାଗି ଜଣେ ବିଲଡର ଏକ ଲଜ୍ଜାଜନକ ବ୍ୟବସ୍ଥା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ସେହି ବିଲଡର କେତେକ ମଡେଲଙ୍କୁ ପ୍ରଚୁର ଅର୍ଥ ଦେଇ ଆଣିଥିଲେ। ସେହି ବିଲଡର ଯେଉଁ ମହିଳା ମଡେଲମାନଙ୍କୁ ଆଣିଥିଲେ ସେମାନଙ୍କୁ ଟପ୍‌ଲେସ ହେବାର ସର୍ତ୍ତ ରଖିଥିଲେ। ଏହି ପ୍ରମୋସନ୍‌ କାର୍ଯ୍ୟକ୍ରମରେ ଉକ୍ତ ମହିଳା ମଡେଲ୍‌ମାନେ ଖୋଲା ପିଠିରେ ଆପାର୍ଟମେଣ୍ଟର ପ୍ଲାନ୍‌ ପେଣ୍ଟ କରିଥିବାର ଦେଖିବାକୁ ମିଳିଥିଲା।

ଏବେ ସୋସିଆଲ ମିଡିଆରେ ମହିଳାମାନଙ୍କ ପିଠିରେ ଥିବା ଏହି ପେଣ୍ଟିଂର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏହି ମଡେଲମାନେ ନିଜ ମୁହଁରେ ମୁଖା ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏହା ଦ୍ୱାରା ସେମାନେ ନିଜର ମୁହଁ ଲୁଚାଇଥିଲେ,ଯେମିତିକି ସେମାନଙ୍କୁ କେହି ସହଜରେ ଚିହ୍ନି ପାରିବେ ନାହିଁ।

 

ସମ୍ବନ୍ଧିତ ଖବର