ସଫଳ ଓ ଭାଗ୍ୟବାନ ହେବା ପାଇଁ କାହାର ବା ଇଚ୍ଛା ନାହିଁ? ମାତ୍ର ସବୁକିଛି ଏତେ ସହଜ କଥା ନୁହେଁ। ଭାଗ୍ୟ ଏକ ତପସ୍ୟାର କଥା। ଉଚିତ ନୀତି ନିୟମ ମାନି ଚଳିଲେ ହିଁ ଭାଗ୍ୟ ଉଦୟ ହୋଇଥାଏ। ପ୍ରଚଳିତ ପ୍ରଥା ଅନୁସାରେ ଏମିତି କିଛି କଥା ରହିଛି ଯାହାକୁ ସ୍ପର୍ଶ କଲେ ଦୁର୍ଭାଗ୍ୟ ଆସିଥାଏ। ଦାରିଦ୍ର୍ୟ ସହ ନାନା କଷ୍ଟ ଜୀବନକୁ କବଳିତ କରି ପକାଏ। ତାହାଲେ ଚାଲନ୍ତୁ ଜାଣିବା ସେ ସବୁ କ’ଣ।

Advertisment

କୌଣସି ମୃତ କର୍ଯ୍ୟ ସାରିବା ପରେ ପୁଣିଥରେ ସେହି ଜୁଇ କାଠ, ମଣିଷର ଅସ୍ତି କିମ୍ବା ପାଉଶଁ ଆଦି ଛୁଇଁବା ଅନୁଚିତ ବୋଲି କଥା ରହିଛି। ହଁ, ପରିବାର ଲୋକେ ଅସ୍ତି ବିସର୍ଜନ ପାଇଁ ନିର୍ଦ୍ଦିଷ୍ଟ ନିମୟ ମାନି ଛୁଇଁବାରେ କୌଣସି ଅସୁବିଧା ନାହିଁ। କୀଟାଣୁ ଜନୀତ ରୋଗ ଆଶାଙ୍କାରେ ବୈଜ୍ଞାନିକମାନେ ମଧ୍ୟ ଏହି କଥାକୁ ସମ୍ମତି ଦେଇଛନ୍ତି।

ନିଜଠାରୁ କମ୍‌ ବୟସ୍କଙ୍କର ପାଦ ଛୁଇଁଲେ ବି ଦୁର୍ଭାଗ୍ୟ ଘାରିଥାଏ। ସବୁ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ହୋଇନଥାଏ। ଶରୀର ଅସୁସ୍ଥତା କିମ୍ବା କୌଣସି ପ୍ରକାରର ଆବଶ୍ୟକସ୍ଥଳେ ଆପଣ ଆପଣଙ୍କଠାରୁ ସାନ ହୋଇଥିଲେ ବି ନିଜ ପ୍ରିୟଜନଙ୍କ ପାଦ ଛୁଇଁପାରନ୍ତି।

publive-image

ଗାଧେଇ ସାରିବା ପରେ କୁକୁରକୁ ଛୁଇଁବା ଶାସ୍ତ୍ରରେ ବାରଣ କରାଯାଇଛି। ବିଶେଷ କରି ଗାଧୋଇ ସାରି ଠାକୁର ପୂଜା କାମ ସାରିବା ପରେ ତ ଆଦୌ ନୁହେଁ। ଅବଶ୍ୟ ଆଜିକାଲି ସଉକରେ ଅନେକ ଲୋକ କୁକୁର ପାଳିଲେଣି। ନିଜର ପୋଷ୍ୟ କୁକୁରକୁ ପରିଷ୍କାର ପରିଚ୍ଛନ ରଖାଯାଉଥିବା ହେତୁ ଏ କ୍ଷେତ୍ରରେ କଥାଟି ଗ୍ରହଣୀୟ। କୁକର ଏକ ଅପରିଷ୍କାର ପ୍ରାଣୀ ହୋଇଥିବାରୁ ଏହାକୁ ଗାଧୋଇ ସାରିବା ପରେ ଛୁଇଁଲେ ରୋଗ ବ୍ୟାପିବାର ଆଶଙ୍କା ରହିଥିବାରୁ ଏହି ନିୟମ ବି ଗ୍ରହଣଯୋଗ୍ୟ।

ଗାଧୋଇ ସାରିବା ପରେ ଛାଡୁ ଧରିବା ନେଇ ବି ବାରଣ ରହିଛି। ଶାସ୍ତ୍ରରେ ଏହାକୁ ଅଶୁଭ ଦୃଷ୍ଟିରୁ ବାରଣ କରାଯାଇଛି। ମାତ୍ର ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ଛାଡୁରେ ନାନା ଅଳିଆ ଲାଗିଥିବା ହେତୁ ଗାଧୋଇ ଯିବା ହେତୁ ଏହି କାମ ସାରିଦେବ ଭଲ।

ଏହାଛଡ଼ା ମଇଳା ସପ, ମଣିଷ ଆଦି ଛୁଇଁବା ପାଇଁ ମଧ୍ୟ ବାରଣ ରହିଛି। ପୁରାଣରେ ବର୍ଣ୍ଣିତ ଏହା ଘର ପାଇଁ ନକାରାତ୍ମକ ଶକ୍ତି ପ୍ରେରଣ କରେ। ବିଜ୍ଞାନୀ ଦୃଷ୍ଟିରୁ ଏହା ରୋଗର କାରଣ ହୋଇଥାଏ।