ଭ୍ରମଣରେ ଯାଉଛନ୍ତି କି?

ଭ୍ରମଣ ପୂର୍ବ କରନ୍ତୁ ଅନୁସନ୍ଧାନ: ଆଜିକାଲି ଇଣ୍ଟରନେଟ୍‌ରେ କ’ଣ ଉପଲବ୍ଧ ନୁହେଁ ,ଏଣୁ ଆପଣ କେଉଁ ସ୍ଥାନକୁ ଭ୍ରମଣ କରିବା ଲାଗି ବାହାରିଛନ୍ତି, ତା’ ସଂପର୍କରେ ଯେତେ ଅଧିକ ତଥ୍ୟ ହାସଲ କରିପାରିବେ, ସେତେ ଭଲ,। ଏପରିକି ଯଦି କୌଣସି ବନ୍ଧୁ ସେହି ସ୍ଥାନ ବୁଲିବାକୁ ଯାଇଥାନ୍ତି, ତାଙ୍କଠୁଁ ମଧ୍ୟ ତଥ୍ୟ ହାସଲ କରିପାରନ୍ତି । ଏହା ଦ୍ୱାରା ଆପଣଙ୍କୁ ସେଠି ବେଶି ହଇରାଣ ହେବାକୁ ପଡିବ ନାହିଁ ।

ପ୍ଲାନିଙ୍ଗରେ କରନ୍ତୁ ପ୍ୟାକିଙ୍ଗ୍‌: କୌଣସି ସ୍ଥାନକୁ ଭ୍ରମଣରେ ଯିବା ପୂର୍ବରୁ ପ୍ଲାନିଙ୍ଗ ବହୁତ ଜରୁରୀ । ଯେଉଁଠାକୁ ଯାଉଛନ୍ତି, ସେଠାକାର ପରିବେଶ, ପାଣିପାଗ, ପିକ୍‌ସିଜିନ୍‌ ଆଦିକୁ ଲକ୍ଷ୍ୟ କରି ଯିବା ସମୟରେ ସ୍ଥିର କରନ୍ତୁ । ଯେଉଁ ସମରେ ସେଠାରେ ବେଶି ଭିଡ ହୁଏ, ସେହି ସମୟରେ ପ୍ରଥମ ଥର ଯାତ୍ରା ନ କରିବା ଭଲ । କାରଣ ପିକ୍‌ସିଜିନରେ ଟ୍ରେନ୍‌ ରିଜଭର୍ସନ, ଫ୍ଲାଇଟ୍‌, ହୋଟେଲ ବ। ଟ୍ୟାକ୍ସି ଆଦି ବୁକିଂରେ ଲମ୍ବା ଲାଇନ୍‌ ଲାଗିଥାଏ । ଆପଣଙ୍କ ଏହି ଯୋଜନା ନିର୍ଦ୍ଧାରିତ ହେବା ପରେ ପ୍ୟାକିଙ୍ଗ କରନ୍ତୁ । ଅଯଥା ଏଣୁତେଣୁ ଜିନିଷ ନ ଦେବା ଉଚିତ । ତେବେ ଯାତ୍ରା ପାଇଁ ଔଷଧ, କ୍ୟାମେରା ଲାଗି ଏକ୍ସଟ୍ରା ମେମୋରିକାର୍ଡ, ବ୍ୟାଟେରୀ ଓ ଟଙ୍କା ଆଦି ନେବା ଭୁଲନ୍ତୁ ନାହିଁ ।
ସମୟର ଧ୍ୟାନ ରଖନ୍ତୁ: ଯଦି ଆପଣ ପ୍ରଥମ ଥର ପାଇଁ ଯାତ୍ରା କରୁଥାଆନ୍ତି, ତେବେ ଫ୍ଲାଇଟ୍‌ ବା ଟ୍ରେନ୍‌ର ଡିପାର୍ଚର ଟାଇମ୍‌ ପୂର୍ବରୁ ଷ୍ଟେସନ ବା ଏୟାରପୋର୍ଟରେ ପହଞ୍ଚିଯାଆନ୍ତୁ , କାରଣୁ ଟ୍ରାଫିକ୍‌ ଜାମ୍‌ ଓ ସିକ୍ୟୁରିଟ୍‌ କ୍ଲିଅରାନ୍ସରେ ସମୟ ଲାଗିହଯାଏ । ଏତଦ୍‌ବ୍ୟତୀତ ଆପଣ କାହାରିକୁ ଜଣାଇବାକୁ ଦିଅନ୍ତୁ ନାହିଁଯ ପ୍ରଥମ ଥର ପାଇଁ ଭ୍ରମଣରେ ବାହାରିଛନ୍ତି । ଏଥିପାଇଁ ମାନସିକ ସ୍ତରରେ ଶାନ୍ତ ଓ ପ୍ରସନ୍ନ ରହନ୍ତୁ ।

ଭ୍ରମଣରେ ଯିବା ସମୟରେ ସର୍ବଦା ଆଲର୍ଟ ରହନ୍ତୁ

କୌଣସି ସ୍ଥାନକୁ ଭ୍ରମଣରେ ଯିବା ସମୟରେ ଯଦି ଆପଣଙ୍କ ସହ କେହି ବେଶି କଥାବାର୍ତ୍ତା ବା ମିଳାମିଶା କରିବାର ପ୍ରୟାସ କରୁଥାନ୍ତି, , ତେବେ ସତର୍କ ରହନ୍ତୁ, ଯେପରିକି ଅନ୍ୟ କେହି ଯାତ୍ରା ସମୟରେ ଆପଣଠୁଁ ଅନ୍ୟାୟୋଚିତ ଫାଇଦା ଉଠାଇ ନ ପାରେ । ଠିକ୍‌ ସେହିପରି ଯାତ୍ରା ସମୟରେ ଅନ୍ୟ କାହାଠୁ ଖାଦ୍ୟ ଗ୍ରହଣ ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଯଦି ଟ୍ରେନରେ ଯାଉଥାନ୍ତି ତେବେ ରାତିରେ ପାଳିକରି ସାମଗ୍ରୀ ଜଗିବ ଭଲ। ଆଉ ସବୁ ଜିନିଷ ନିଜ ପାଖରେ ରଖିବ ଉଚିତ।
ନିରାପତ୍ତା ପ୍ରତି ଧ୍ୟାନ ଦିଅନ୍ତୁ – ଯଦି ଭ୍ରମଣ ସମୟରେ ଅଳ୍ପ ଟିକେ ବେପରବାୟ ହୋଇଯାଆନ୍ତି, ତେବେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସାଙ୍ଗରେ ଥିବା ଗୁରୁତ୍ୱପୂର୍ଣ୍ଣ କାର୍ଡ ଯଥା ଏ.ଟି,ଏମ୍‌ କାର୍ଡ, ପାସପୋର୍ଟ, ଟ୍ରାଇଭିଂ ଲାଇସେନ୍ସ ଏସବୁର ସ୍କାନ କପି ନିଜର ଇମେଲ୍‌ରେ ମଧ୍ୟ ସେଭ କରି ରଖିପାରନ୍ତି । ଲୋକାଲକ ଲାଙ୍ଗୁଏଜ୍‌ର କିଛି ସମସ୍ୟା ଥିଲେ, ନିଜର ସ୍ମାର୍ଟଫୋନ୍‌ରେ କିଛି ଆପ୍ଲିକେସନ ଡାଉନଲୋଡ୍‌ କରିପାରନ୍ତି, ଯାହା ସ୍ଥାନୀୟ ଭାଷା ବୁଝିବାରେ ଆପଣଙ୍କର ସହାୟତା କରିପାରେ ।

 

ସମ୍ବନ୍ଧିତ ଖବର