କାହିଁକି ଲକ୍ଷ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ଯାଇଥାନ୍ତି ଏହି ଦେଶକୁ ?

ଥାଇଲାଣ୍ଡ ଭ୍ରମଣର ଅର୍ଥ ଅଧିକାଂଶ ପର୍ଯ୍ୟଟକ ବୁଝନ୍ତି ବ୍ୟାଙ୍କକ୍‌ ପର୍ଯ୍ୟଟନ। କିନ୍ତୁ ମନେ ରଖିବା ଉଚିତ ବ୍ୟାଙ୍କକ ଏହାର ରାଜଧାନୀ ହୋଇଥିଲେ ମଧ୍ୟ ଏହି ଦେଶରେ ଆହୁରି ଅନେକ ଦର୍ଶନୀୟ ସ୍ଥାନ ରହିଛି । ଆସନ୍ତୁ ନଜର ପକାଇବା ଏଭଳି ଆକର୍ଷଣୀୟ ସ୍ଥାନ ଗୁଡିକ ଉପରେ….

ପଟ୍ଟାୟା: ଏହା ହେଉଛି ଥାଇଲାଣ୍ଡର ଅନ୍ୟତମ ପ୍ରସିଦ୍ଧ ସହର । ଏହାର ସମୁଦ୍ରତଟ ଅତ୍ୟନ୍ତ ମନୋରମ । ଏଠାରେ ରାତି ମଧ୍ୟ ବେଶ୍‌ ମନଲୋଭା । କେବଳ ପଟ୍ଟାୟାର ପର୍ଯ୍ୟଟନ କରିବା ଲୋଭରେ ସାରା ବିଶ୍ୱରୁ ପ୍ରତି ବର୍ଷ ପ୍ରାୟ ୫ ମିଲିଅନ୍‌ ପର୍ଯ୍ୟଟକ ଥାଇଲାଣ୍ଡରେ ପହଞ୍ଚି ଥାଆନ୍ତି ବୋଲି କୁହାଯାଇଛି ।
ଟଂ ଟ୍ରି ଟପ୍‌ ଆଡ୍‌ଭେଞ୍ଚର ପାର୍କ: ଯଦି ଆପଣ ରୋମାଞ୍ଚରେ ବିଶ୍ୱାସ କରୁଥାଆନ୍ତି, ତେବେ ଏହି ସ୍ଥାନ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ । ଘଞ୍ଚ ଜଙ୍ଗଲରେ ଅବସ୍ଥିତ ଏହି ପାର୍କରେ କିଛି ସମୟ ବୁଲିଲେ ଆପଣ ନିଜକୁ ଟାର୍ଜନ ବୋଲି ମନେ କରିବେ । ଏଠାରେ ଗଛମାନଙ୍କରେ ସାଇକେଲିଂର ସୁବିଧା ରହିଛି । ଯାହା ଏସିଆ ମହାଦେଶର ଅନ୍ୟତ୍ର କେଉଁଠି ବି ଦେଖିବାକୁ ମିଳେ ନାହିଁ । ଏତଦ୍‌ବ୍ୟତୀତ ଲମ୍ବା ଜିପ୍‌ ଲାଇନ୍‌, ରୋପ୍‌-ଟ୍ରିଜ୍‌ , ଟାର୍ଜନ୍‌ ସ୍ୱିଙ୍ଗ୍‌, ଫ୍ଲାଇଙ୍ଗି ସ୍କେଟ୍‌ ବୋର୍ଡ ଇତ୍ୟାଦି ମଧ୍ୟ ରହିଛି ।
ଫ୍ରା ନାଙ୍ଗ୍‌ ବିଚ୍‌ : ବିଶ୍ୱର ସର୍ବଶ୍ରେଷ୍ଠ ଦଶଟି ବିଚ୍‌ ମଧ୍ୟରେ ଏହାକୁ ସ୍ଥାନ ମିଳିଛି । ଏଥିରେ ଧଳାବାଲି ଦେଖିବାକୁ ମିଳେ । ଏହି ସ୍ଥାନଟି ଖୁବ୍‌ ଶାନ୍ତ ଓ ମନୋରମ ।
ହୋଙ୍ଗ ଦ୍ୱୀପ୍‌ – ‘ ହୋଙ୍ଗ୍‌ ଦ୍ୱୀପ ’ ପ୍ରକୃତରେ ଏକ ଦ୍ୱୀପମାନଙ୍କରସମୁହ । ଏଠାକାର ସ୍ନୋର୍କଲିଙ୍ଗ୍‌ ଓ ସ୍କୁବା ଡାଇଭିଂ ଖୁବ୍‌ ଲୋକପ୍ରିୟ ।
ରେଲ ବିଚ୍‌ : କ୍ରାବୀ ଓ ଏଓ ନାଙ୍ଗ୍‌ ମଧ୍ୟରେ ଡ଼ିବା ଏହା ଏକ ଛୋଟ ଦ୍ୱୀପ । ତିନିପଟେ ଜଳ ଓ ଗୋଟିଏ ପଟେ ଚୂନ ପଥରର ପାହାଡ଼ ପରିବେଷ୍ଠିତ ଏହି ବିଚ୍‌କୁ ଆସିଲେ ପାହାଡ ଚଢିବାକୁ ଇଚ୍ଛା ହୁଏ ।


ଟାଇଗର କେବ୍‌ ମନ୍ଦିର: କାବ୍ରୀ ସହରଠୁଁ ତିନି କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିର । ଏଠାରେ ବୌଦ୍ଧ ଉପାସନା କେନ୍ଦ୍ର ରହିଛି । ମନ୍ଦିରରେ ପହଞ୍ଚିବା ପାଇଁ ୧୨୭୨ ଶିଡି ଚଢିବାକୁ ପଡେ ।
ଟୁପ୍‌ ଆଇଲାଣ୍ଡ: ଏହା କାବ୍ରୀ ନିକଟସ୍ଥ ଏକ କ୍ଷୁଦ୍ର ଦ୍ୱୀପ । ଏଠାକାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ।
ଏମରଲଡ୍‌ ପୁଲ୍‌: ଏଠାରେ ଆପଣ ଗରମ ଜଳରେ ମଧ୍ୟ ସନ୍ତରଣ କରି ପାରିବେ । ଥାଇଲାଣ୍ଡର ଉପରୋକ୍ତ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବାକୁ ହେଲେ ଆପଣଙ୍କୁ କ୍ରାବିରେ ଥିବା ଅନ୍ତରାଷ୍ଟ୍ରୀୟ ବିମାନଘାଟିରେ ପହଞ୍ଚିବାକୁ ପଡିବ ।

ସମ୍ବନ୍ଧିତ ଖବର