ଅରୁଣାଚଳ ପ୍ରଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ

ଭାରତରେ ଏମିତି ଅନେକ ରାଜ୍ୟ ଅଛି, ଯାହାର ପ୍ରାକୃତିକ ଶୋଭା ଅନେକଙ୍କୁ ଆକର୍ଷିତ କରେ,ଆଉ କେତେକଙ୍କୁ ବିସ୍ମିତ କରେ। ଏଭଳି ଏକ ରାଜ୍ୟ ହେଲା ଅରୁଣାଚଳ ପ୍ରଦେଶ । ଏହା ଭାରତର ଏକ ଏଭଳି ଏକ ସବୁଜିମାଘେରା ପ୍ରାକୃତିକ ପରିବେଶର ସମ୍ଭାର ଥିବା ରାଜ୍ୟ । ଏହାର ରାଜଧାନୀ ଇଟାନଗର ଠାରେ ଅବସ୍ଥିତ । ପ୍ରାୟ ଚତୁର୍ଦ୍ଦଶ ବା ପଞ୍ଚଦଶ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିଲା ଏହି ରାଜ୍ୟ । ଏହି ରାଜ୍ୟରେ ଅନେକ ମନଲୋଭା ପର୍ଯ୍ୟଟନ ସ୍ଥାନ ରହିଛି। ଏଥିମଧ୍ୟରୁ କେତେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ସଂପର୍କରେ ସଂକ୍ଷିପ୍ତ ସୂଚନା…

ଇଟାନଗର- ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଜବହାରଲାଲ ନେହେରୁ ରାଜ୍ୟ ସଂଗ୍ରହାଳୟ ଓ ଗଙ୍ଗାହ୍ରଦ ପର୍ଯ୍ୟଟକମାନଙ୍କ ପାଇଁ ସବୁଠୁଁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ।
ତାଓ୍ଵଙ୍ଗ୍ – ଦଲାଇଲାମାଙ୍କ ଜନ୍ମସ୍ଥାନ ହେଉଛି ତାଓ୍ଵାଙ୍ଗ । ପ୍ରାୟ ଚାରିଶହ ବର୍ଷ ପୁରୁଣା ଏହି ସହରରେ ବୌଦ୍ଧ ଧର୍ମର ଅନେକ ପୀଠ ଦେଖିବାକୁ ମିଳେ । ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ପାଇଁ ଏହା ଏକ ପବିତ୍ର ସ୍ଥାନ । ଏହି କାରଣରୁ ଏଠାକୁ ବହୁ ସଂଖ୍ୟାରେ ବୌଦ୍ଧ ଧର୍ମାବଲମ୍ବୀମାନଙ୍କର ଆଗମନ ହୋଇଥାଏ।
ପର୍ଶୁରାମ କୁଣ୍ଡ- ପୁରାଣ ଅନୁଯାୟୀ ଏଠାରେ ଭଗବାନ ପର୍ଶୁରାମ ମାତୃହତ୍ୟା କରିବା ପରେ ଏଠାରେ ଥିବା ଲୋହିତ ନଦୀର ଏକ କୁଣ୍ଡରେ ନିଜର ପାପ ଧୋଇ ଥିଲେ । ସେହି ଦିନ ଠାରୁ ଏହାର ନାମକରଣ କରାଯାଇଛି ପର୍ଶୁରାମକୁଣ୍ଡ । ଏଠାରେ ପ୍ରତିବର୍ଷ ଜାନୁଆରୀ ମାସରେ ଏକ ବୃହତ୍ ମେଳା ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ଲକ୍ଷଲକ୍ଷ ସଂଖ୍ୟକ ଲୋକ ଯୋଗ ଦିଅନ୍ତି ।
ଭୀଷ୍ମକ ନଗର- ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଭୀଷ୍ମକ ରାଜାଙ୍କଠାରୁ ତାଙ୍କ କନ୍ୟା ରୁକ୍ମିଣୀଙ୍କୁ ଅପହରଣ କରି ବିବାହ କରିଥିଲେ ବୋଲି ବର୍ଣ୍ଣିତ ଅଛି । ଏହି ଅଞ୍ଚଳ ସେହି ଭୀଷ୍ମକ ରାଜାଙ୍କର ନଗରୀ ଥିଲା ବୋଲି ବିଶ୍ୱାସ କରାଯାଏ । ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳର ନାମ ଭୀଷ୍ମକ ନଗର ହୋଇଛି । ଏଠାରେ ଥିବା ପୁରୁଣା ରାଜଉଆସ ଓ କେତେକ ମନ୍ଦିର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ।

ଆକଶି ଗଙ୍ଗା- ଭଗବାନ ଶିବ ପାର୍ବତୀଙ୍କ ଶବକୁ ଧରି ଯାଉଥିବା ବେଳେ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ରରେ ସେହି ଶବକୁ କାଟି ଦେଇଥିଲେ । ଏହି ଶବର କେତେକ ଅଂଶ ଭିନ୍ନଭିନ୍ନ ସ୍ଥାନରେ ପଡ଼ିଥିଲା । ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆକାଶି ଗଙ୍ଗାରେ ମଧ୍ୟ ମାତା ପାର୍ବତୀଙ୍କ ଶରୀରର କିଛି ଅଂଶ ପଡ଼ିଥିବା ବିଶ୍ୱାସ କରାଯାଏ । ଏହି ଅଞ୍ଚଳ ମଧ୍ୟ ବେଶ୍ ପ୍ରାଚୀନ ବୋଲି କୁହାଯାଏ ।
ଜାଇରୋ- ଏହା ଅପତନି ପ୍ଲେଟୁଭାବେ ମଧ୍ୟ ଖ୍ୟାତ । ଏଠାରେ କେତେକ ମନୋରମ ପର୍ବତ ଓ ଫଳ ବଗିଚା ରହିଛି , ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

ଭାଲୁକାପଙ୍ଗ୍ – ଅରୁଣାଚଳ ପ୍ରଦେଶର ଅନ୍ୟ ଏକ ମନୋରମ ପ୍ରାକୃତିକ ସ୍ଥଳ ହେଲା ଭାଲୁକାପଙ୍ଗ୍ । ଏଠାରେ ଥିବା ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ପର୍ଯ୍ୟଟକଙ୍କ ପାଇଁ ବି ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ।
ଅନିନି- ଏହା ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ । ଏହା ଏକ ଐତିହାସିକ ସ୍ଥଳଭାବେ ବିଖ୍ୟାତ ।
ଏତଦ୍ବ୍ୟତୀତ ମାଲିନିଥାନ ଓ ବୋମିଡିଲା ମଧ୍ୟ ଏଠାକାର ଅନ୍ୟ ଦୁଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ।

ସମ୍ବନ୍ଧିତ ଖବର