ଏଣିକି ବିଦେଶକୁ ବୁଲି ଯାଉଥିବା ପର୍ଯ୍ୟଟକଙ୍କୁ ଦେବାକୁ ପଡ଼ିବ ପରିବେଶ/ ଜଳବାୟୁ ଟିକସ। ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଥିବା ବିଶ୍ବର କେତେକ ଦେଶ ଏହା ଲାଗୁ କରି ସାରିଥିବା ବେଳେ ଆଉ କେତେକ ଦେଶ ଏ ସଂକ୍ରାନ୍ତରେ ଚିନ୍ତା କରୁଛନ୍ତି। ପ୍ରାକୃତିକ ଶୋଭା ଓ ପରିବେଶ ସୁରକ୍ଷା ଲାଗି ଟିକସଲବ୍ଧ ଅର୍ଥ ବ୍ୟୟ କରାଯିବ। ଗ୍ରୀସ୍, ଇଟାଲୀର ଭେନସ୍, ଇକ୍ବାଡର୍ର ଗଲାପଗୋସ୍ ଦ୍ବୀପପୁଞ୍ଜ, ପଲାଉ ଓ ନିଉଜିଲାଣ୍ଡ୍ ଆଦି ଦେଶ ପର୍ଯ୍ୟଟକଙ୍କ ଉପରେ ଏଭଳି ଦେୟ ଲାଗୁ କରିଛନ୍ତି। ଏହି ଦେୟ ୧ ଡଲାର୍ରୁ ଆରମ୍ଭ କରି ୧୦୦ ଡଲାର୍ ପର୍ଯ୍ୟନ୍ତ ରହିଛି। ଏହି ବର୍ଗରେ ସାମିଲ ହେବାକୁ ଯାଉଛି ହାୱାଇ। ପର୍ଯ୍ୟଟନଜନିତ ପ୍ରତିକୂଳ ପ୍ରଭାବରୁ ହାୱାଇର ପ୍ରାକୃତିକ ସମ୍ବଳକୁ ସୁରକ୍ଷିତ ରଖିବା ଲାଗି ପର୍ଯ୍ୟଟକଙ୍କ ଉପରେ ୨୫ ଡଲାର୍ ଜଳବାୟୁ ଟିକସ ଲାଗୁ କରିବା ପାଇଁ ସେଠାକାର ସାଂସଦମାନେ ପ୍ରସ୍ତାବ ଦେଇଛନ୍ତି। ତଥ୍ୟ ଅନୁସାରେ, ଗତବର୍ଷ ହାୱାଇକୁ ୯.୫ ନିୟୁତ ପର୍ଯ୍ୟଟକ ଯାଇଥିଲେ। ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ସେଠାକାର ପ୍ରାକୃତିକ ପରିବେଶ ଉପରେ ଚାପ ଉଦ୍ବେଗଜନକ ହୋଇପଡ଼ିଛି।
ଏହି ଦେୟ ୧ ଡଲାର୍ରୁ ଆରମ୍ଭ କରି ୧୦୦ ଡଲାର୍ ପର୍ଯ୍ୟନ୍ତ ରହିଛି। ପର୍ଯ୍ୟଟନଜନିତ ପ୍ରତିକୂଳ ପ୍ରଭାବରୁ ହାୱାଇର ପ୍ରାକୃତିକ ସମ୍ବଳକୁ ସୁରକ୍ଷିତ ରଖିବା ଲାଗି ପର୍ଯ୍ୟଟକଙ୍କ ଉପରେ ୨୫ ଡଲାର୍ ଜଳବାୟୁ ଟିକସ ଲାଗୁ କରିବା ପାଇଁ ସେଠାକାର ସାଂସଦମାନେ ପ୍ରସ୍ତାବ ଦେଇଛନ୍ତି।
ଏହାଛଡ଼ା, ବନାଗ୍ନି ଯୋଗୁଁ ହାୱାଇର ଲେହାଇନା ଓ ମାଉଇ ଅଞ୍ଚଳ ମଧ୍ୟ ନଷ୍ଟଭ୍ରଷ୍ଟ ହୋଇଯାଇଛି। ସେ ଅଞ୍ଚଳର ପ୍ରାକୃତିକ ପରିବେଶ ଓ ଭିତ୍ତିଭୂମିର ପୁନର୍ଗଠନ ଲାଗି ୬ ବିଲିୟନ୍ ଡଲାର୍ ଖର୍ଚ୍ଚହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ମଧ୍ୟ ହାୱାଇ ସଂସଦ ରାଷ୍ଟ୍ରାୟତ୍ତ ପାର୍କ ଓ ବେଳାଭୂମିକୁ ଯାଉଥିବା ଲୋକଙ୍କ ଉପରେ ୫୦ ଡଲାର୍ ଗ୍ରିନ୍ ଫି’ ଲାଗୁ କରିବା ଲାଗି ବିଚାର କରିଥିଲା। କିନ୍ତୁ, ସେ ପ୍ରସ୍ତାବକୁ ଅନୁମୋଦନ ମିଳି ନଥିଲା। ସଂପ୍ରତି ବହୁସଂଖ୍ୟକ ପର୍ଯ୍ୟଟକ ସମାବେଶ ଯୋଗୁଁ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଉପରେ ପଡୁଥିବା ପରିବେଶ ଓ ଭିତ୍ତିଭୂମିଗତ ସମସ୍ୟା ସମାଧାନ ଲାଗି ବର୍ତ୍ତମାନ ବହୁ ରାଷ୍ଟ୍ରରେ ଏଭଳି ଟିକସ ବ୍ୟବସ୍ଥା କରାଯାଉଛି।