ଟୟୋଟାର ହାଇବ୍ରିଡ୍ ଇଭି ଏସ୍ୟୁଭି ସେକ୍ସନ୍ରେ ସାମିଲ ହାଇରାଇଡର୍ର ଚାହିଦା କିଛି କମ୍ ନୁହେଁ। ଏହାର ପ୍ରାରମ୍ଭିକ ମୂଲ୍ୟ (ଏକ୍ସ ସୋ’ରୁମ୍) ୧୨.୯୬ ଲକ୍ଷ ଟଙ୍କାରୁ ଆରମ୍ଭ। ଇ, ଏସ୍, ଜି ଓ ଭି ନାମରେ ଏହାର ୪ଟି ଭାରିଆଣ୍ଟ୍ ଅଛି। ଏଥିରେ ୬ଟି ଏୟାର୍ବ୍ୟାଗ୍, ସ୍ମାର୍ଟଫୋନ୍ କନେକ୍ଟିଭିଟି, ଷ୍ଟୋଲେନ୍ ଭେଇକିଲ୍ ଟ୍ରାକର୍, ଓୟାର୍ଲେସ୍ ଚାର୍ଜର୍, ୧୭.୭୮ ସେମିର ଟିଏଫ୍ଟି ମଲ୍ଟି ଇନ୍ଫୋ ଡିସ୍ପ୍ଲେ, ୩୬୦ ଡିଗ୍ରି କ୍ୟାମେରା, ପାନୋରାମିକ୍ ସନ୍ରୁଫ୍, ୯ ଇଞ୍ଚ୍ର ଆଣ୍ଡ୍ରଏଡ୍ ଅଟୋ ଓ ଆପଲ୍ କାର୍ପ୍ଲେ ଟଚ୍ସ୍କ୍ରିନ୍ ଇନ୍ଫୋଟ୍ମେଣ୍ଟ ସିଷ୍ଟମ୍ ଇତ୍ୟାଦି ରହିଛି।
ଗ୍ରାହକ ପସନ୍ଦ ଅନୁସାରେ ଇ-ସିଏନ୍ଜି, ଇ-ଡ୍ରାଇଭ୍ ଅଥବା ହାଇବ୍ରିଡ୍ ଇଂଜିନ୍ ବାଛିପାରିବେ। ଏହାର ମାଇଲେଜ୍ ୨୭.୯୭ କିଲୋମିଟର୍ ପ୍ରତି ଲିଟର୍ ଥିବାବେଳେ ଏହାର ଓଜନ ରହିଛି ୧୭୫୫ କେଜି। ଏଥିରେ ସିଙ୍ଗଲ୍-ଟୋନ୍ ଓ ଡୁଆଲ୍-ଟୋନ୍ ରଙ୍ଗର ବିକଳ୍ପ ରହିଛି। ମୁଖ୍ୟତଃ ଏହା କାଫେ ହ୍ବାଇଟ୍, ଏନ୍ଟାଇସିଂ ସିଲ୍ଭର୍, ଗେମିଂ ଗ୍ରେ, ସ୍ପୋର୍ଟିନ୍ ରେଡ୍, ମିଡ୍ନାଇଟ୍ ବ୍ଲାକ୍, କେଭ୍ ବ୍ଲାକ୍, ସ୍ପିଡି ବ୍ଲୁ ପରି ରଙ୍ଗରେ ଉପଲବ୍ଧ।