ଟୟୋଟା ପକ୍ଷରୁ ସେଦାନ୍‌ ସେଗ୍‌ମେଣ୍ଟରେ ଉନ୍ମୋଚିତ ହୋଇଛି ନୂଆ କାମ୍ରି ହାଇବ୍ରିଡ୍‌ ଇଭି। ଏହାର ଉଭୟ ବାହ୍ୟ ଓ ଭିତର ପରିପାଟୀ ବେଶ୍‌ ଆକର୍ଷଣୀୟ ହୋଇଛି। ଏହି ସେଦାନ୍‌ ଉପରେ କମ୍ପାନି ୮ ବର୍ଷ ଅଥବା ୧,୬୦,୦୦୦ କିଲୋମିଟର୍‌ର ୱାରେଣ୍ଟି ଦେଉଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୪୮,୦୦,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୫ମ ପିଢ଼ିର ହାଇବ୍ରିଡ୍‌ ଟେକ୍ନୋଲୋଜି ସହ ଉଚ୍ଚ କ୍ଷମତାସମ୍ପନ୍ନ ଲିଥିୟମ୍‌-ଆୟନ୍‌ ବ୍ୟାଟେରି ରହିଛି ଯାହାକି ଲିଟର୍‌ ପିଛା ୨୫.୪୯ କିଲୋମିଟର୍‌ ମାଇଲେଜ୍‌ ପ୍ରଦାନ କରୁଛି।

Advertisment

ଏହାସହିତ ଏଥିରେ ୨.୫ ଲିଟର୍‌ ଡାଇନାମିକ୍‌ ଫୋର୍ସ ଇଂଜିନ୍‌, ଇ-ସିଭିଟି,  ସୁରକ୍ଷା ପାଇଁ ୯ଟି ଏୟାର୍‌ବ୍ୟାଗ୍‌, ୧୨.୩ ଇଞ୍ଚର ମଲ୍‌ଟି-ଇନ୍‌ଫୋଟେନ୍‌ମେଣ୍ଟ୍ ଡିସ୍‌ପ୍ଲେ, ଆଉଟ୍‌ସା‌ଇଡ୍‌ ରିଅର୍‌-ଭିୟୁ ମିରର୍‌, ୩-ଜୋନ୍‌ କ୍ଲାଇମେଟ୍‌ ‌କଣ୍ଟ୍ରୋଲ୍‌ ସିଷ୍ଟମ୍‌, ୟୁଏସ୍‌ବି ଚାର୍ଜର, ଇଲେକ୍ଟ୍ରୋନିକ୍‌ ପାର୍କିଂ ବ୍ରେକ୍‌ ପରି ବୈଶିଷ୍ଟ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। କାମ୍ରି ଇଭି ପ୍ରିସିଅସ୍‌ ମେଟାଲ୍‌, ଡାର୍କ ବ୍ଲୁ, ସିମେଣ୍ଟ ଗ୍ରେ ଓ ଇମୋସ୍‌ନାଲ୍‌ ରେଡ୍‌ ପରି ଚାରିଟି ରଙ୍ଗରେ ଉପଲବ୍ଧ।