ଟୟୋଟା ଅର୍ବାନ୍ କ୍ରୁଜର୍ ଟାଇଜର୍ ଉନ୍ମୋଚିତ ହୋଇଯାଇଛି। ଏଥିରେ ୧୧୯୭ ସିସିର ଇଞ୍ଜିନ୍ ରହିଛି। ଏହାର ତେଲ ଟାଙ୍କିର ଧାରଣ କ୍ଷମତା ୨୨.୮ ଲିଟର। ଏଥିରେ ଟେଲିସ୍କୋପିକ୍ ଷ୍ଟିୟରିଂ, ୱାୟାର୍ଲେସ୍ ଚାର୍ଜର୍, ୩୬୦ ଭିୟୁ କ୍ୟାମେରା, ହେଡ୍-ଅପ୍ ଡିସ୍ପ୍ଲେ, ସ୍ମାର୍ଟୱାଚ୍ କନେକ୍ଟିଭିଟି, ରିମୋଟ୍ ଭେଇକିଲ୍ ଇଗ୍ନିସନ୍, ୟୁଏସ୍ବି ସହ ରିୟର୍ ଏସି, ୬ଟି ଏୟାର୍ବ୍ୟାଗ୍, ହିଲ୍ ହୋଲ୍ଡ ଆସିଷ୍ଟ ଓ ରିଭର୍ସ ପାର୍କିଂ ସେନ୍ସର୍ ରହିଛି। ଏହାର ମାଇଲେଜ୍ ୨୨.୮ କି.ମି.। ଏହା ଲୁସେଣ୍ଟ୍ ଅରେଞ୍ଜ୍, ସ୍ପୋର୍ଟିନ୍ ରେଡ୍, କାଫେ ହ୍ବାଇଟ୍, ଏନ୍ଟାଇସିଙ୍ଗ୍ ସିଲ୍ଭର୍, ଗେମିଂ ଗ୍ରେ ଭଳି ମନୋଟୋନ୍ ରଙ୍ଗରେ ଏବଂ ସ୍ପୋର୍ଟିନ୍ ରେଡ୍ x ମିଡ୍ନାଇଟ୍ ବ୍ଲାକ୍, ଏନ୍ଟାଇସିଙ୍ଗ ସିଲ୍ଭର x ମିଡ୍ନାଇଟ୍ ବ୍ଲାକ୍, କାଫେ ହ୍ବାଇଟ୍ x ମିଡ୍ନାଇଟ୍ ବ୍ଲାକ୍ ପରି ଡୁଆଲ୍ ଟୋନ୍ ରଙ୍ଗରେ ଉପଲବ୍ଧ। ୧୨ଟି ଭାରିଆଣ୍ଟ୍ ମଧ୍ୟରୁ ସବୁଠାରୁ କମ୍ ଦାମୀ ଭାରିଆଣ୍ଟର ମୂଲ୍ୟ ୭,୭୩,୫୦୦ ଟଙ୍କା (ଏକ୍ସ ଶୋ’ରୁମ୍) ଥିବାବେଳେ ସବୁଠାରୁ ଦାମୀ ଭାରିଆଣ୍ଟର ମୂଲ୍ୟ ୧୩,୦୩,୫୦୦ ଟଙ୍କା (ଏକ୍ସ ଶୋ’ରୁମ୍) ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ଟୟୋଟାର ନୂଆ କ୍ରୁଜର୍ ଟାଇଜର୍
/sambad/media/post_attachments/wp-content/uploads/2024/04/gjjgdgjddgj.jpg)