ଦୁନିଆର ସବୁ ଝିଅ ନିଜ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା କରିଥାନ୍ତି। ତାଙ୍କର ସୁନ୍ଦରତାକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଥା’ନ୍ତି। ବିଶ୍ବର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି ଭିନ୍ନ ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି ରୀତିନୀତିଗୁଡ଼ିକୁ ଲୋକମାନେ ଅନୁସରଣ କରିଆସୁଛନ୍ତି। କିନ୍ତୁ ଭାରତର ଏପରି ଏକ ଗାଁ ରହିଛି ଯେଉଁଠାରେ ବିବାହ ପରେ ଝିଅ ବିଦା ସମୟରେ ଝିଅକୁ ବିଧବା ପରି ବିଦା କରାଯାଇଥାଏ। ଝିଅ ବିଦା ସମୟରେ ଖୋଦ୍ ଝିଅର ପିତାମାତା ଝିଅକୁ ବିଧବା ବେଶରେ ବିଦା କରନ୍ତି। ମଧ୍ୟପ୍ରଦେଶର ମଣ୍ଡଳ ଜିଲ୍ଲାରେ ଅବସ୍ଥିତ ଭୀମଦୋଙ୍ଗ୍ରି ଗ୍ରାମରେ ଭିନ୍ନ ଏକ ଆଦିବାସୀ ସମାଜର ଲୋକମାନେ ବସବାସ କରନ୍ତି।
ଏହି ଆଦିବାସୀ ସମ୍ପ୍ରଦାୟର ବିବାହ ମଧ୍ୟ ଅନ୍ୟ ଭାରତୀୟ ବିବାହ ପରି ହୋଇଥାଏ। କିନ୍ତୁ ବିବାହ ପରେ ଅଜବ ରୀତିନୀତି ପାଳନ କରାଯାଇଥାଏ। ବିଧି ପୁର୍ବକ ବିବାହର ସମସ୍ତ ରୀତିନୀତି ସମାପ୍ତ ହେବା ପରେ, ଯେତେବେଳେ ବିଦାୟ ଦେବାର ସମୟ ଆସେ, ସେତେବେଳେ ଝିଅକୁ ଧଳା ରଙ୍ଗର ଶାଢ଼ି ପିନ୍ଧାଯାଏ। ବାସ୍ତବରେ ଏହି ପ୍ରଥା ପଛରେ ଏକ ବିଶେଷ କାରଣ ରହିଛି। ଏହି ଗାଁର ଲୋକମାନେ ଗୋଷ୍ଠି ଧର୍ମ ଅନୁସରଣ କରନ୍ତି। ଏହି ଲୋକମାନେ ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ଭାବରେ ବିବେଚନା କରନ୍ତି। ଏହା ଛଡ଼ା ଏହି ରଙ୍ଗ ମଧ୍ୟ ପବିତ୍ର ବୋଲି କୁହାଯାଏ, ଯେଉଁଥରେ କୌଣସି ବ୍ୟଭିଚାର ନାହିଁ। ତେଣୁ ବିବାହରେ ଧଳା ପୋଷାକ ପିନ୍ଧିବା ଶୁଭ ବୋଲି ଧରାଯାଏ। ଏଠାକାର ଲୋକମାନେ ଆଦିବାସୀ ରୀତିନୀତିଠାରୁ ଏକ ଭିନ୍ନ ନିୟମ ଅନୁସରଣ କରନ୍ତି। ଏହି ଗାଁରେ ମଦ ନିଷେଧ ରହିଥିବାବେଳେ ଧଳା ପୋଷାକ ପିନ୍ଧିବା ବ୍ୟତୀତ ଅନେକ ନିୟମ ପାଳନ କରାଯାଏ। ଟଙ୍କା ରୋଜଗାର କରିବାକୁ ଓ ସଞ୍ଚୟ କରିବାକୁ ସମସ୍ତେ ଭଲ ପାଆନ୍ତି। ହେଲେ ସେମାନଙ୍କ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଟଙ୍କାଟିଏ ବି ପକେଟ୍ରୁ କାଢ଼ିବାକୁ ପଚାଶ ଥର ଭାବନ୍ତି। ସେମାନେ କୃପଣ ବା କଞ୍ଜୁସ୍ ବର୍ଗରେ ଗଣା ଯାଆନ୍ତି। ସେମିତି ଜଣେ ମହିଳା କୃପଣର ଉପାଧି ପାଇ ବିଶ୍ବ ରେକର୍ଡ କରିବାରେ ସକ୍ଷମ ମଧ୍ୟ ହୋଇଛନ୍ତି। ହେଟି ଗ୍ରିନ୍ ଦୁନିଆର ସବୁଠୁ କୃପଣ ନାରୀ ଯିଏକି ପ୍ରାୟ ୨.୩ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ଅର୍ଜନ କରିଥିଲେ। ୧୮୩୫ ମସିହାରେ ଆମେରିକାରେ ଜଣେ ଧନୀ ବ୍ୟବସାୟୀଙ୍କ ଏକମାତ୍ର ଝିଅ ଭାବରେ ଜନ୍ମଗ୍ରହଣ କରି ସେ ତାଙ୍କ ପିତାଙ୍କଠାରୁ ୭.୫ ମିଲିୟନ୍ ଡଲାରର ଉତ୍ତରାଧିକାରୀ ହୋଇଥିଲେ। ଏକୋଇଶ ବର୍ଷରେ ହେଟି ନ୍ୟୁୟର୍କକୁ ଯାଇ ୱାଲ୍ ଷ୍ଟ୍ରିଟ୍ରେ ପୁଞ୍ଜି ବିନିଯୋଗ କରି ‘ଦ ୱିକେଡ୍ ୱିଚ୍ ଅଫ୍ ୱାଲ୍ ଷ୍ଟ୍ରିଟ୍’ର ଆଖ୍ୟା ପାଇଥିଲେ।
ଜଣେ କୋଟିପତିଙ୍କୁ ବିବାହ କରିବା ସତ୍ତ୍ବେ ସେ ସାଧାରଣ ଜୀବନଯାପନ କରୁଥିଲେ। ଦୋକାନରୁ ବଳକା କେକ୍ ଓ ଭଙ୍ଗା ବିସ୍କୁଟ କିଣି ଖାଉଥିଲେ ଏବଂ କୁକୁର ପାଇଁ ମାଗଣା ହାଡ଼ ଲାଗି ପ୍ରତିଦିନ ଯୁକ୍ତିତର୍କ କରୁଥିଲେ। ପ୍ରଖର ଚତୁରତା ପାଇଁ ଜଣାଶୁଣା ହେଟି ୧୬ ବର୍ଷ ବୟସରୁ ମୃତ୍ୟୁ ପର୍ଯ୍ୟନ୍ତ ସମାନ ଅନ୍ତଃବସ୍ତ୍ର ପିନ୍ଧିଥିଲେ, ଅନାବଶ୍ୟକ ଖର୍ଚ୍ଚ କରିନଥିଲେ, ଗରମ ପାଣି ବ୍ୟବହାରରୁ ଦୂରେଇ ରହିଥିଲେ ଏବଂ ଘସରା ନହେବା ଯାଏ ଗୋଟିଏ କଳା ପୋଷାକ ପିନ୍ଧିଥିଲେ। ତାଙ୍କ କୃପଣତାର ପରିଣାମ ଭୟଙ୍କର ଥିଲା। ଯଥା, ମାଗଣା ଚିକିତ୍ସା ସେବା ପାଇବା ଆଶାରେ ଚିକିତ୍ସା ବିଳମ୍ବ ହେବାରୁ ପୁଅର ଗୋଡ଼ କାଟିବାକୁ ପଡ଼ିଥିଲା। ହେଟି ଗ୍ରୀନ୍ଙ୍କର ୧୯୧୬ ମସିହାରେ ୮୧ ବର୍ଷ ବୟସରେ ନ୍ୟୁୟର୍କ ସହରରେ ଦେହାନ୍ତ ହୋଇଥିଲା। ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ‘ଦୁନିଆର ସବୁଠାରୁ କୃପଣ ବ୍ୟକ୍ତି’ ଭାବରେ ସ୍ଥାନ ପାଇଥିଲେ। ତାଙ୍କ ଚାକରାଣୀର ଦରମା ବଢ଼ାଇବାକୁ ନେଇ ହୋଇଥିବା ଝଗଡ଼ାରେ ହୃଦ୍ଘାତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଖରାପ ଗୁଣ ଯୋଗୁ ତାଙ୍କ ପିଲାମାନେ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରିନଥିଲେ। ତେବେ, ତାଙ୍କ ପିଲାମାନେ ଖୁବ୍ ଉଦାର ଥିଲେ। ହେଟିଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ଝିିଅ ନିଜ ସଂପତ୍ତିରେ ଏକ ମାଗଣା ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ।