ଆଶ୍ଚର୍ଯ୍ୟ! ୭୩ ବର୍ଷ ହେଲାଣି ଏଠାରେ ଗୋଟେ ଜାଗାରେ ଠିଆ ହୋଇ ରହିଛି ଶହ ଶହ ଗାଡ଼ି, ଜାରି ରହିଛି ଟ୍ରାଫିକ୍‌ ଜାମ୍‌

ନୂଆଦିଲ୍ଲୀ : ଆଜିକାଲି ସମସ୍ତଙ୍କ ପାଖରେ ସମୟର ଅଭାବ । ଜୀବନରେ ସଫଳତା ପାଇବା ପାଇଁ ଲୋକମାନେ ସବୁଠାରୁ କମ ସମୟ ଲାଗୁଥିବା ବାଟରେ ଯିବା ପାଇଁ ପସନ୍ଦ କରୁଛନ୍ତି । ପ୍ରତ୍ୟେକ ସ୍ଥାନରେ ଟ୍ରାଫିକ୍‌ ସିଗ୍‌ନାଲ ଥିଲେ ମଧ୍ୟ ଲୋକମାନଙ୍କୁ ଅନେକ ସମୟରେ ସିଗ୍‌ନାଲ ଭାଙ୍ଗି ଯିବାର ଦେଖିବାକୁ ମିଳିଥାଏ । ଆଜିକାଲି ଦେଶରେ ଜନସଂଖ୍ୟା ବଢ଼ିବା ସହ ଯାନବାହନର ସଂଖ୍ୟା ମଧ୍ୟ ବଢ଼ୁଛି, ଯେଉଁଥି ପାଇଁ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି । ଘଣ୍ଟା ଘଣ୍ଟା ଧରି ସିଗ୍‌ନାଲରେ ଗାଡ଼ ଅଟକି ରହୁଛି। ତେବେ ଆଜି ଆମେ ଏକ ଏପରି ଦେଶ ବିଷୟରେ କହିବୁ ଯେଉଁଠି ଗାଡ଼ି ଘଣ୍ଟା ଘଣ୍ଟା ଧରି ନୁହେଁ ବର୍ଷ ବର୍ଷ ହେଲାଣି ଛିଡ଼ା ହୋଇ ରହିଛି । ବେଲ୍‌ଜିୟମରେ ୭୩ବର୍ଷ ପୂର୍ବରୁ ଲାଗିଥିବା ଟ୍ରାଫିକ୍‌ ଜାମ୍‌ ଏ ପର୍ଯ୍ୟନ୍ତ ଜାରି ରହିଛି । ଅନେକ ଗାଡ଼ି ନିଜ ନିଜ ସ୍ଥାନରେ ୭୩ବର୍ଷ ହେଲାଣି ଛିଡ଼ା ହୋଇ ରହିଛନ୍ତି । ଏହି ଜାମ୍‌ ବେଲ୍‌ଜିୟମ୍‌ର ଏକ ଜଙ୍ଗଲରେ ହୋଇଥିବା ବେଳେ ଏହି ଜାମ୍‌ରେ ପ୍ରାୟ ୫୦୦ଟି ଗାଡ଼ି ଫସି ରହିଥିବା ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ଏହିସବୁ ଗାଡ଼ିର ମାଲିକ ନିଜ ଗାଡ଼ିକୁ ନେବା ପାଇଁ ଆସି ନାହାନ୍ତି ।

Odd Stuff Magazine

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ସୈନ୍ୟମାନେ ଏହି ଗାଡ଼ି ନେଇ ଆସିଥିବା ବେଳେ ସେମାନଙ୍କୁ ନିଜ ନିଜ ଗାଡ଼ି ଏହି ଜଙ୍ଗଲରେ ଛାଡ଼ି ଯିବାକୁ ପଡ଼ିଥିଲା । ୫୦୦ରୁ ଅଧିକ ସୈନ୍ୟ ନିଜ ନିଜର ଗାଡ଼ିକୁ ଏହି ଜଙ୍ଗଲରେ ଛାଡ଼ି ଯାଇଥିବା ବେଳେ ଏବେ ଏହା ଟ୍ରାଫିକ୍‌ ଜାମ୍‌ ପରି ଜଣାପଡ଼ୁଛି ।

ସମ୍ବନ୍ଧିତ ଖବର