ଟ୍ରାଫିକ୍‌ ପୁଲିସ ଅଟକାଇଲେ କ’ଣ କରିବେ? ଜାଣନ୍ତୁ ଆପଣଙ୍କ ଅଧିକାର କ’ଣ??

ଆପଣ ଦୁଇଚକିଆ ଚଳାଉ ଥାଆନ୍ତୁ କିମ୍ବା ଚାରିଚକିଆ ଯାନର ଡ୍ରାଇଭର କେବେ ନା କେବେ ଆପଣଙ୍କୁ ଟ୍ରାଫିକ୍‌ ପୁଲିସ ଅଟକାଇଥିବ ନିଶ୍ଚୟ । ତେବେ ଦୁଃଖ କରିବାର କିଛି ନାହିଁ । ଯଦି ଆପଣଙ୍କୁ କେବେ ଟ୍ରାଫିକ୍‌ ପୁଲିସ ଅଟକାଉଛି ତା’ ହେଲେ ସାଧାରଣ ଜନତା ହିସାବରେ ଆପଣଙ୍କୁ ନିଜର କିଛି ଅଧିକାର ବିଷୟରେ ଜାଣି ରଖିବା ଦରକାର ।

୧. ଆପଣଙ୍କଠାରୁ ଜୋରିମାନା ନେବା ପାଇଁ ଟ୍ରାଫିକ୍‌ ପୁଲିସ ପାଖରେ ଚାଲାଣ ବହି କିମ୍ବା ଇ-ଚାଲାଣ ମସିନ୍‌ ରହିଥିବା ଦରକାର । ଯଦି ଏହି ଦୁଇଟି ଜିନିଷ ତାଙ୍କ ପାଖରେ ନାହିଁ ତା’ ହେଲେ ସେମାନେ ଆପଣଙ୍କଠାରୁ ଜୋରିମାନା ନେଇ ପାରିବେ ନାହିଁ ।
୨.ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍‌ ପୁଲିସ ଅଟକାଉଛନ୍ତି ତେବେ ଗାଡ଼ି ରଖିବା ସହିତ ଆପଣଙ୍କୁ ସେମାନେ ଯାହା ବି କାଗଜପତ୍ର ମାଗିବେ ତାହା ଦେଖାନ୍ତୁ । କିନ୍ତୁ ତାଙ୍କୁ ଆପଣଙ୍କର ଗାଡ଼ିର କାଗଜପତ୍ର ଆପଣ ଦେବେ ନା ନାହିଁ ଏହା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଉପରେ ନିର୍ଭର କରେ ।
୩. ଟ୍ରାଫିକ୍‌ ପୁଲିସଙ୍କ ସହ ଯୁକ୍ତିତର୍କ ନ କରି ତାଙ୍କୁ ତାଙ୍କ କାମ କରିବାରେ ସହଯୋଗ କରନ୍ତୁ ।
୪.ଲାଞ୍ଚ ଦେବା ପାଇଁ ପ୍ରୟାସ କରନ୍ତୁ ନାହିଁ ।
୫.ଟ୍ରାଫିକ୍‌ ପୁଲିସଙ୍କ ବକଲ୍‌ ନମ୍ବର ଏବଂ ତାଙ୍କ ନାମ ଲେଖି ରଖନ୍ତୁ । ଯଦି ସେମାନେ ତାଙ୍କ ବକଲ୍‌ ପିନ୍ଧି ନ ଥବେ ତେବେ ତାଙ୍କର ପରିଚୟ ପତ୍ର ମାଗନ୍ତୁ । ସେମାନେ ଯଦି ପରିଚୟ ପତ୍ର ନ ଦେଖାନ୍ତି ତେବେ ଆପଣ ମଧ୍ୟ ଆପଣଙ୍କର ଗାଡ଼ିର କାଗଜପତ୍ର ଦେଖାନ୍ତୁ ନାହିଁ ।
୬. ଭ୍ୟାଲିଡ଼୍‍ ରିସିପ୍ଟ୍‌ ବିନା ଟ୍ରାଫିକ୍‌ ପୁଲିସ ଆପଣଙ୍କର ଡ଼୍ରାଇଭିଙ୍ଗ ଲାଇସେନ୍‌ସ ନେଇ ପାରିବେ ନାହିଁ । ଯଦି ଆପଣ ଲାଲବତୀ ନ ମାନି ପଳାଇ ଆସିଛନ୍ତି, ଗାଡ଼ିରେ ଦୁଇର ଅଧିକ ଲୋକ ବସାଇ ଚଳାଉଛନ୍ତି, ନିଶା ଖାଇ ଗାଡ଼ି ଚଳାଉଛନ୍ତି ତେବେ ଆପଣଙ୍କ ଡ଼୍ରାଇଭିଙ୍ଗ ଲାଇସେନ୍‌ସ ଟ୍ରାଫିକ୍‌ ପୁଲିସ ନେଇ ପାରିବେ ।
୭.ଯେ ପର୍ଯ୍ୟନ୍ତ ଆପଣ ଆପଣଙ୍କ ଗାଡ଼ିରେ ବସିଥିବେ ସେ ପର୍ଯ୍ୟନ୍ତ ଟ୍ରାଫିକ୍‌ ପୁଲିସ ଆପଣଙ୍କ ଗାଡ଼ିକୁ ଟାଣି ନେଇ ପାରିବେ ନାହିଁ ।
୮.ଯଦି ଆପଣଙ୍କୁ ଟ୍ରାଫିକ୍‌ ପୁଲିସ ହଇରାଣ କରନ୍ତି ତେବେ ଆପଣ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ ।
୯. ଯଦି କୌଣସି ଅପରାଧ ପାଇଁ ଟ୍ରାଫିକ୍‌ ପୁଲିସ ତରଫରୁ ଆପଣଙ୍କୁ କିଛି ଚାଲାଣ ମିଳିଛି ତେବେ ସେଥିରେ ଏହି ସବୁ ବିବରଣୀ ରହିବା ଦରକାର
· ଯେଉଁ ଅଦାଲତରେ ଅପରାଧର ଶୁଣାଣି ହେବ ତାହାର ନାମ ଏବଂ ଠିକଣା
· ଅପରାଧର ସମ୍ପୂର୍ଣ୍ଣ ବିବରଣୀ
· ଟ୍ରାଏଲ୍‌ର ତାରିଖ
· ଗାଡ଼ିର ବିବରଣୀ
· ଅପରାଧୀର ନାମ ଏବଂ ଠିକଣା
· ଚାଲାଣ ଅଫିସରଙ୍କର ନାମ ଏବଂ ଠିକଣା

ସମ୍ବନ୍ଧିତ ଖବର