ଚଳନ୍ତା ଟ୍ରେନ୍‌ରୁ ଅଳ୍ପକେ ବର୍ତ୍ତିଲା ଯୁବତୀଙ୍କ ଜୀବନ; ଜୀବନ ବଞ୍ଚାଇଥିବା ଯୁବକଙ୍କୁ ମିଳିଲା ଭୂରିଭୂରି ପ୍ରଶଂସା

ମୁମ୍ବାଇ: ମୁମ୍ବାଇର ଏକ ଆଞ୍ଚଳିକ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜଣେ ଝିଅର ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଝିଅ କାନରେ ଇୟରଫୋନ୍‌ ଲଗାଇଥିଲେ। ଅନ୍ୟମନସ୍କ ହୋଇ ଝିଅଟି ଚଳନ୍ତା ଟ୍ରେନର ଗେଟ୍‌ ରେ ଛିଡା ହୋଇଥିଲେ। ହଠାତ୍‌ ସେହି ଟ୍ରେନ୍‌ ପାଖରୁ ଆଉ ଏକ ଟ୍ରେନ୍‌ ଅତିକ୍ରମ କରେ। ପାଖରେ ପବନ ହେତୁ ଝିଅଟି ନିଜର ସନ୍ତୁଳନ ବଜାୟ ରଖିପାରିନ୍ତିନି। ସନ୍ତୁଳନ ବିଗିଡିବା ପରେ ଝିଅ ଜଣକ ଟ୍ରେନ୍‌ ରୁ ତଳକୁ ଖସିବାକୁ ଯାଉଥିବା ବେଳେ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସେତେବେଳେ ଜଣେ ଯୁବକ ତାଙ୍କୁ ଧରି ପକାନ୍ତି ଓ ପୂରା ଶକ୍ତି ଲଗାଇ ଟ୍ରେନ୍‌ ଭିତରକୁ ଟାଣିବାକୁ ଲାଗନ୍ତି। ଚଳନ୍ତା ଟ୍ରେନରୁ ଯୁବକ ପୂରା ସାହସର ସହିତ ସେହି ଝିଅକୁ ସୁରକ୍ଷିତ ଭାବେ ଟ୍ରେନ୍‌ ମଧ୍ୟକୁ ଟାଣନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଯୁବକର ସାହସକୁ ପ୍ରଶଂସା କରିବାକୁ ଲାଗିଛନ୍ତି।

ସମ୍ବନ୍ଧିତ ଖବର