କେବେ ଭାବିଛନ୍ତି କି ବାଇକ ଭଳି ଟ୍ରେନରେ କେତେ ସିସିର ଇଞ୍ଜିନ ଥାଏ

ଭୁବନେଶ୍ୱର: ଟ୍ରେନରେ ତ ଆପଣ ସମସ୍ତେ ଯାତ୍ରା କରିଥିବେ, ଏହା ସହ ବାଇକ ମଧ୍ୟ ବ୍ୟବହାର କରିଥିବେ | ବାଇକରେ ଯେଭଳି ୮୦ ସିସିରୁ ଆରମ୍ଭ କରି ୩୦୦ ସିସି ଯାଏଁ ଇଞ୍ଜିନ ଥାଏ ଆପଣ ସେ ବାବଦରେ ଜାଣିଥିବେ | କେବଳ ବାଇକ ନୁହେଁ କାରର ଇଞ୍ଜିନର କ୍ଷମତା ମଧ୍ୟ ସିସି ବା କ୍ୟୁବିକ କାପାସିଟି ଭାବରେ ହିସାବ କରାଯାଇଥାଏ | ତେବେ ଟ୍ରେନ ଇଞ୍ଜିନର କ୍ଷମତା କେତେ ଜାଣିଛନ୍ତି, ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ |

ବାଇକ ଓ କାରରେ ଛୋଟ ଇଞ୍ଜିନ ବ୍ୟବହାର ହେଉଥିବାବେଳେ ଏହାର କ୍ଷମତାକୁ ସିସି ଦ୍ୱାରା ମପାଯାଇଥାଏ | କିନ୍ତୁ ଟ୍ରକ ଓ ଟ୍ରେନ ଭଳି ବଡ ଯାନର ଇଞ୍ଜିନକୁ ସିସି ନୁହେଁ ବରଂ ଲିଟର ଭାବରେ ମପାଯାଇଥାଏ | ଏକ ଲିଟର ୧ ହଜାର ସିସି ସହ ସମାନ ହୋଇଥାଏ | ବର୍ତ୍ତମାନ ଟ୍ରେନରେ ୧୬ଟି ସିଲିଣ୍ଡର ବ୍ୟବହାର କରାଯାଉଛି |

ଗୋଟିଏ ସିଲିଣ୍ଡରର କ୍ଷମତା ୧୦୯୪୧ ସିସି ହୋଇଥାଏ | ୧୬ଟି ସିଲିଣ୍ଡର ହିସାବ କା କଲେ ଟ୍ରେନ ଇଂଜିନର କ୍ଷମତା ପାଖାପାଖି ୧ ଲକ୍ଷ ୭୫ ହଜାର ସିସି ହୋଇଥାଏ | ଟ୍ରେନରେ ୬ରୁ ନେଇ ୧୬ଟି ସିଲିଣ୍ଡର ଵ୍ୟଵହାର କରାଯାଇଥାଏ | ବର୍ତ୍ତମାନ ପ୍ରାୟ ସବୁ ଟ୍ରେନରେ ୧୬ଟି ସିଲିଣ୍ଡର ଥିବା ଇଞ୍ଜିନ ବ୍ୟବହାର କରାଯାଉଥିବାବେଳେ ପୁରୁଣା ଇଞ୍ଜିନ ମାନଙ୍କରେ ୬ଟି ସିଲିଣ୍ଡର ବ୍ୟବହାର କରାଯାଉଥିଲା |

ସମ୍ବନ୍ଧିତ ଖବର