ଚଳନ୍ତା ଟ୍ରେନରୁ ଯୁବତୀଙ୍କ ଉପରକୁ ପାନ ଛେପ ପକାଇଲେ ଯୁବକ, ଘଟଣାର ଅନୁଭୂତି ବଖାଣିଲେ ଯୁବତୀ

ମୁମ୍ବାଇ:ମୁମ୍ବାଇର ଦାଦର୍‌ ଷ୍ଟେସନର ପ୍ଲାଟଫର୍ମରେ ଚାଲୁଥିବା ଜଣେ ଯୁବତୀଙ୍କ ଉପରକୁ ଚଳନ୍ତା ଟ୍ରେନରୁ ଜଣେ ବ୍ୟକ୍ତି ପାନ ଛେପ ପକାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ସଂପର୍କରେ ସାଧାଣତଃ ମହିଳାମାନେ ଅଭିଯୋଗ କରି ନ ଥାନ୍ତି। ସେମାନେ ଚୁପ ରହିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଜଣେ ମାର୍କେର୍ଟିଂ ଇଣ୍ଟର୍ଣ୍ଣ ଏ ବିଷୟରେ ସୂଚନା ଦେଇଛନ୍ତି। ଯୁବତୀଙ୍କ ନାଆଁ ହେଲା ହିନଲ୍‌ ଶାହା।

ସେ କହିଛନ୍ତି ଦ୍ୱିପ୍ରହର ପ୍ରାୟ ଗୋଟାଏ ବେଳର କଥା। ମୁମ୍ବାଇର ଦାଦର ଚାରି ନମ୍ବର ପ୍ଲାଟଫର୍ମରେ ସେ ବ୍ରିଜ ଉପରେ ଚଢିବାକୁୁୁ ଯିବା ବେଳେ ଜଣେ ଯୁବକ ଚଳନ୍ତା ଟ୍ରେନରୁ ତାଙ୍କ ଉପରକୁ ପାନ ଛେପ ପକାଇଥିଲା। ସେ ସେହି ଲୋକର ମୁହଁ ଭଲଭାବେ ଦେଖିପାରିଲେନି। ତାଙ୍କ ପାଖରେ ଥିବା ଆଉ ଜଣେ ମହିଳାଙ୍କ ଉପରେ ପାନ ଛେପ ପଡ଼ିଥିଲା,ମାତ୍ର ତାହା କମ୍‌ ଥିଲା। ହିନଲ୍‌ ଶାହା କହିଛନ୍ତି ଯେ ସେ କାନ୍ଦି କାନ୍ଦି ଅଫିସରେ ପହଞ୍ଚ ଡ୍ରେସ୍‌ ବଦଳାଇଥିଲେ। ଏହି ଘଟଣା ମହିଳାଙ୍କ ପ୍ରତି ବ୍ୟବହାର ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଙ୍ଗୁଳି ନର୍ଦ୍ଦେଶ କରୁଛି।

ସମ୍ବନ୍ଧିତ ଖବର