ହଠାତ୍ ଅଟକିଗଲା ଚଳନ୍ତା ଟ୍ରେନ୍; ଖୋଲିଲାନି ଦ୍ବାର, ଘଣ୍ଟାଘଣ୍ଟା ଧରି ହନ୍ତସନ୍ତ ହେଲେ ଯାତ୍ରୀ, ନକରିବା କାମ ବି କଲେ…

ନୂଆଦିଲ୍ଲୀ: ବିଦୁତ୍ କାଟ ହେବାରୁ ଟ୍ରାକ ମଝିରେ ଅଟକି ଗଲା ଟ୍ରେନ୍ । ଯାହାଦ୍ବାରା ଟ୍ରେନରେ ପୂରା ଅନ୍ଧାର ହୋଇଗଲା । ଘଣ୍ଟାଘଣ୍ଟା ଧରି ଗୋଟିଏ ସ୍ଥାନରେ ଟ୍ରେନଟି ଛିଡ଼ାହୋଇ ରହିଲା । ଏପରିକି ଶୌଚାଳୟର କବାଟ ମଧ୍ୟ ଖୋଲି ନ ଥିଲା, ଫଳରେ ଯାତ୍ରୀମାନେ ଟ୍ରେନ୍ ଭିତରେ ମୁତ୍ରତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ । ଯାତ୍ରୀମାନେ ଟ୍ରେନ୍ ସମ୍ବଦ୍ଧରେ କୌଣସି ପ୍ରକାରର ସୂଚନା ମଧ୍ୟ ପାଇପାରି ନଥିଲେ । ଏଭଳି ଏକ ଘଟଣା  ବ୍ରିଟେନର ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମେ ୭ତାରିଖ ଦିନ ଏକ ଟ୍ରେନ୍ ଲିଭରପୁଲ୍ ସହରରୁ ମଞ୍ଚେଷ୍ଟର୍ ପିକାଡିଲୀ ହୋଇ ଉଇଲମସ୍ଲୋ ଯାଉଥିଲା। ହଠାତ୍  ରାସ୍ତାରେ ରହିଗଲା । ରାତି ସାଢେ ଦଶଟା ବେଳକୁ ବିଦ୍ୟୁତ୍ କାଟ ହୋଇଥିଲା । ଫଳରେ ବିଦ୍ୟୁତ୍ ଚାଳିତ ଟ୍ରେନର ସବୁ ସେବା ବନ୍ଦ ହୋଇଯାଇଥିଲା ।  ଟ୍ରେନ୍ ଭିତରେ ଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପାଖାପାଖି ଅଢେଇ ଘଣ୍ଟା ଧରି ଟ୍ରେନ ଗୋଟିଏ ସ୍ଥାନରେ ଛିଡ଼ାହୋଇଥିଲା । ଏନେଇ  ଯାତ୍ରୀମାନଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଲୋକଙ୍କୁ ବାହାରକୁ ବାହରକରିବାକୁ ଅନ୍ୟ ଏକ ଟିମ୍ ପହଞ୍ଚିଥିଲେ ।

ଜଣେ ଯାତ୍ରୀ ନିଜର ପରିଚୟ ଲୁଚାଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଲେ ଟ୍ରେନରେ ଥିବା ମହିଳା ଯାତ୍ରୀମାନେ ଶୌଚାଳୟ ଯାଇ ପାରୁନଥିବା ବେଳେ ପୁରୁଷମାନେ ଟ୍ରେନର ସିଙ୍କ୍ ଓ ଚଟାଣ ଉପରେ ମୂତ୍ରତ୍ୟାଗ କରିଥିଲେ । କେତେସମୟ ଧରି ସେମାନେ ସେଠାରେ ଫସି ରହିବେ ତାହା ମଧ୍ୟ ଜାଣି ନଥିଲେ । ସେଠାରେ ଟ୍ରେନର ଜଣେ ମାତ୍ର କର୍ମଚାରୀ ଉପସ୍ଥିତ ଥିଲେ । ତେବେ ସେ ଟ୍ରେନ ରହିବାର ଏକ ଘଣ୍ଟା ପରେ ଯାତ୍ରୀଙ୍କ ନିକଟକୁ ଆସିଥିଲେ । ଟ୍ରେନର କର୍ମଚାରୀ ଆମକୁ ଆଗରୁ ଏ ସମ୍ପର୍କିତ କୌଣସି ସୂଚନା ଦେଇ ନଥିଲେ । ପରେ ଆମେ ସିଡ଼ି ମାଧ୍ୟମରେ ବାହାରକୁ ଆସି ଅନ୍ୟ ଏକ ଟ୍ରେନରେ ବସିଲୁ । ସେହି ଟ୍ରେନ୍ ମଧ୍ୟ ୩୦ ମିନିଟ୍ ପରେ ବାହାରିଥିଲେ ବି ପ୍ରକୃତ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ନଥିଲା । ସେଠାରେ ଆମେ ବିଳମ୍ବିତ ରାତିରେ ପାଖାପାଖି ସାଢେଗୋଟାଏରେ ପହଞ୍ଚିଥିଲୁ । ସେଠାରୁ ଆମେ ଟ୍ୟାକ୍ସି ମାଧ୍ୟମରେ ଯାତ୍ରାକରି ଗନ୍ତବ୍ୟରେ ପହଞ୍ଚିଥିଲୁ । ପରବର୍ତ୍ତୀ ସମୟରେ ରେଳ ଅଧିକାରୀ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ବିଦୁତ୍ କଟି ଯାଇଥିବା କହି କ୍ଷମା ମାଗିଥିଲେ।

ସମ୍ବନ୍ଧିତ ଖବର