ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେନକୁ ‌ନେଇ ଅନେକ ଘଟଣା ଓ ଦୁର୍ଘଟଣାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏମିତି ଭାଇରାଲ ଭିଡିଓ ମଧ୍ୟରୁ ଲୋକୋପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିବାର ଘଟଣା ବି ଦେଖିବାକୁ ମିଳିଛି।

Advertisment

ନିକଟରେ ଏମିତି ଏକ ଘଟଣାର ଭିଡିଓ ସାମ୍ନାରେ ଆସିଛି। ଯେଉଁଥିରେ ଜଣେ ଯୁବକ ଧାରଣାରେ ଫସି ଯିବାରୁ ସେ ହାତ ଯୋଡ଼ି ଛିଡ଼ା ହୋଇଯାଇଥିଲେ। ଆଉ ଲୋକୋପାଇଲଟଙ୍କୁ ଟ୍ରେନ ଅଟକାଇବାକୁ ସଙ୍କେତ ଦେଇଥି‌ଲେ।

ପ୍ର‌ତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଦ୍ରୁତଗତିରେ ଆସୁଥିବା ଟ୍ରେନ ସାମ୍ନାରେ ହାତ ଯୋଡ଼ି ଛିଡ଼ା ହୋଇଥିବା ଯୁବକଙ୍କୁ ଦେଖି ଲୋକୋପାଇଲଟ ଟ୍ରେନ ଅଟକାଇ ଦେଇଥିଲେ। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି।

ଭିଡିଓଟି ଖେଡ଼କା ଅଞ୍ଚଳର ଦିଲ୍ଲୀ-ସାମଲି ରେଳପଥର ବୋଲି କୁହାଯାଉଛି। ଯେଉଁଠାରେ ରେଳ ଫାଟକ ଅତିକ୍ରମ କରୁଥିବା ସମୟରେ ଧାରଣାରେ ଜଣେ  ଯୁବକଙ୍କ ବାଇକ ଫସି ଯାଇଥିଲା।  ଏହାପରେ ଯୁବକ ଜଣକ ଧାରଣାରେ ଛିଡ଼ା ହୋଇ ହାତ ଯୋଡ଼ିଥିଲେ। ଆଉ ଟ୍ରେନ ଅଟକାଇବାକୁ ଲୋକୋପାଇଲଟଙ୍କୁ ଅନୁରୋଧ କରିଥି‌ଲେ।

ସୌଭାଗ୍ୟବଶତଃ ଲୋକୋପାଇଲଟ ଠିକ ସମୟରେ ଟ୍ରେନକୁ ଅଟକାଇ ଦେଇଥିଲେ। ଫଳରେ ଉକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚି ଯାଇଥିଲା। ଲୋକୋପାଇଲଟଙ୍କ ଏଭଳି କାମକୁ ଦେଖି ଲୋକେ ତାଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି।