ନୂଆଦିଲ୍ଲୀ: କୋଟିପତି ବା ଲକ୍ଷପତିଙ୍କୁ ବିବାହ କରିବାକୁ ଚାହୁଁଥିବା ଯୁବତୀଙ୍କୁ ସ୍ବତନ୍ତ୍ର ତାଲିମ ଦେବା ପାଇଁ ବେଜି˚ରେ ‘ବେଜି˚ ମୋରାଲ୍‌ ଏଜୁକେସନ୍‌ ସେଣ୍ଟର‌୍‌ ଫର‌୍‌ ଓଇମେନ୍‌’ ନାମକ ଅଭିନବ ସ˚ସ୍ଥା ଚାଲିଛି। ବଡ଼ ବଡ଼ ଶିଳ୍ପପତି, ଧନିକ ଏବ˚ ଅନ୍ୟ ପ୍ରତିଷ୍ଠିତ ପୁରୁଷଙ୍କୁ ପ୍ରଲୁବ୍‌ଧ କରି ବିବାହ କରିବାକୁ ଚାହୁଁଥିବା ତରୁଣୀମାନଙ୍କୁ ସେଠାରେ ତାଲିମ ଦିଆଯାଉଛି। ୩୦-ଘଣ୍ଟିଆ ତାଲିମ ପାଠ୍ୟକ୍ରମ ପାଇଁ ଭାରତୀୟ ମୁଦ୍ରାରେ ଖର୍ଚ ହେଉଛି ପ୍ରାୟ ଦୁଇ ଲକ୍ଷ ଟଙ୍କା। ତରୁଣୀମାନେ କେମିତିକା ପୋଷାକ ପିନ୍ଧିବେ, କେମିତି କଥା କହିବେ, କେମିତି ଚାଲିବେ ଆଦି ବିଷୟରେ ତାଲିମ ଦିଆଯାଉଛି। ମିଥ୍ୟାବାଦୀ ପୁରୁଷକୁ କିପରି ଚିହ୍ନିବ, ତାହା ମଧ୍ୟ ଶିଖାଯାଉଛି।

Advertisment

ଏହି ସ˚ସ୍ଥା ଆରମ୍ଭ କରିଥିଲେ ସାଓ ଟଙ୍ଗ୍‌। ସେ ନିଜେ ତାଲିମ ଦେଉଛନ୍ତି। ପୁରୁଷର ବ୍ୟକ୍ତିତ୍ବକୁ ଚିହ୍ନିବା ଏବ˚ ପ୍ରଭାବିତ କରିବା ବିଦ୍ୟାରେ ସେ ନିପୁଣା। ଆଉ ନିଜର କଳାଟିକୁ ଅଧିକରୁ ଅଧିକ ମଧ୍ୟବିତ୍ତ ଶ୍ରେଣୀର ଯୁବତୀଙ୍କୁ ଶିଖାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଅବିବାହିତ ଧନିକମାନେ ମନଲାଖି ବାନ୍ଧବୀ ଏବ˚ ପତ୍ନୀ ପାଇବା ପାଇଁ ତାଙ୍କ ସହ ଯୋଗାଯୋଗ କରୁଛନ୍ତି। କେବଳ ପରିଚିତ ହେବା ପାଇଁ ଜଣେ ଜଣେ ଜଣେ ଯୁବକ ତିରିଶ-ଚାଳିଶ ହଜାର ୟୁଆନ୍‌ ପର୍ଯ୍ୟନ୍ତ ଖର୍ଚ୍ଚ କରୁଥିବା ପ୍ରକାଶ।