କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ପଥପ୍ରାନ୍ତ ନାଟକ କଲେ କିନ୍ନର

ତିରୁବନନ୍ତପୁରମ୍‌: ନିକଟରେ କେରଳରେ ହୋଇଥିବା ବନ୍ୟା ହେତୁ କ୍ଷୟକ୍ଷତି ସହିଥିବା ବନ୍ୟ ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏବେ ହାତ ମିଶାଇଛନ୍ତି କିନ୍ନରମାନେ। ସେମାନେ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ରାସ୍ତାରେ ନାଟକ ପଦର୍ଶଦ କରି ଟଙ୍କା ସଂଗ୍ରହ କରୁଥିବା ଘଟଣା ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି। ଏହି ମହତ ଅଭିଯାନରେ ସମୁଦାୟ ୧୪ ଜଣ କିନ୍ନର ସାମିଲ୍‌ ଅଛନ୍ତି।

ବିଶେଷ କରି ବେରୋଜଗାର, ପେଟ ପୋଷିବାକୁ ପରିସ୍ଥିତି ସହ ସଂଗ୍ରହ କରୁଥିବା ଏହି କିନ୍ନରମାନେ ଏପରି ମହତ କାର୍ଯ୍ୟ କରିବାକୁ ମନ ବଳାଇଥିବା କଥା ବେଶ୍‌ ଚର୍ଚ୍ଚା ପାଲଟିଛି। ଧବେହ ଟ୍ରାନ୍ସଜେଣ୍ଡର୍‌ ଆର୍ଟ ଆଣ୍ଡ୍‌ ଚାରିଟେବଲ୍‌ ସୋସାଇଟିର ଏହି କିନ୍ନରମାନେ ସଡ଼କରେ ନାଟକ କରିବା ପାଇଁ ପେଣ୍ଡାଲ୍‌ ବାନ୍ଧି ସାଥୀ ହୋଇ କେବଳ ବନ୍ୟା ପୀଡ଼ିିତଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି।

ଏହି ନାଟକ ଦେଖିବା ପାଇଁ ଦର୍ଶକମାନେ ଟିକେଟ୍‌ ପାଇଁ ଯାହା ଟଙ୍କା ଦେବେ ତାହା କେରଳ ପ୍ରପୀଡ଼ିତଙ୍କ ଉଦ୍ଦେଶ୍ୟରେ ଦାନ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ସେମାନେ ଆହୁରି ବି ଯୋଜନା କରିଛନ୍ତି କି ବନ୍ୟାରେ ତାଙ୍କ ସଂପ୍ରଦାୟରେ କ୍ଷୟକ୍ଷତି ସହିଥିବା ପୀଡ଼ିତଙ୍କୁ ସେମାନେ ସାହାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର