ଏଣିକି ୧୮ ବର୍ଷରୁ କମ୍ ବୟସର କିଶୋରମାନଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ!

ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି ସରକାର ଦୃଢ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଫଳରେ ଏଣିକି ୧୮ ବର୍ଷରୁ କମ୍‌ ବୟସର କିଶୋରମାନଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସକୁ ବାଧ୍ୟତାମୂଳକ କରାଯାଇଛି।

ପରିବହନ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତାବିତ ନୂଆ ପରିବର୍ତ୍ତନ ମୁତାବକ,୧୬ ରୁ ୧୮ ବର୍ଷ ବୟସର କିଶୋର ମଧ୍ୟ ଏବେ ଇଲେକ୍ଟ୍ରିକ୍ ସ୍କୁଟର ଚଲାଇବା ପାଇଁ ଲାଇସେନ୍ସ କରିବାକୁ ବାଧ୍ୟ ହେବେ । ଏବେ ପର୍ଯ୍ୟନ୍ତ ଏହି ସ୍କୁଟର ଚଲାଇବା ପାଇଁ ଯେଉଁଠି କୌଣସି ଲାଇସେନ୍ସର ଆବଶ୍ୟକତା ପଡୁନଥିଲା ସେଠାରେ ଏବେ ସରକାର ପରିବର୍ତ୍ତନ ଆଣିବାକୁ ଯାଇ ଇଲେକ୍ଟ୍ରିକ୍ ସ୍କୁଟର ଚଲାଇବା ପାଇଁ ମଧ୍ୟ ଲାଇସେନ୍ସକୁ ବାଧ୍ୟତାମୂଳକ କରିଛନ୍ତି । ୧୯୮୮ରୁ ବର୍ତ୍ତମାନ ମୋଟର ବାହନ ଅଧିନିୟମ ମୁତାବକ, ୧୬ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ କେବଳ ସିସି ଇଞ୍ଜିନ୍ ପର୍ଯ୍ୟନ୍ତ ସଂଚାଳିତ ବାହନକୁ ବ୍ୟବହାର କରିବାର ସ୍ୱୀକୃତି ମିଳିଛି।

ମନ୍ତ୍ରାଳୟର କହିବା ଅନୁସାରେ , ଏହି ବିଷୟରେ କଡା ନିୟମ କରିବାର କାରଣ ଉଗ୍ର ଡ୍ରାଇଭିଙ୍ଗ୍ ଅର୍ଥାତ୍ ଟ୍ରାଫିକ୍ ନିୟମ ନମାନି ଦ୍ରୁତବେଗରେ ଗାଡି ଚଲାଉଥିବା ଯୁବପିଢୀଙ୍କ ଉପରେ ଦୂର୍ଘଟଣା ଜନିତ ବିପଦକୁ ଦୁରେଇବା । ଏବେ ପର୍ଯ୍ୟନ୍ତ ଗିଅରଲେସ୍ ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ଲାଇସେନ୍ସ କରିବାର କୌଣସି ଆବଶ୍ୟକତା ନଥିଲା । ଏହି ସ୍କୁଟରକୁ ଛୁଟ୍ ଦିଆଯାଇଥିଲା । ଏଭଳି ସ୍କୁଟରକୁ ସରକାର ହାଲୁକା ଦୁଇଚକିଆ ଯାନର ପରିସର ଭିତରେ ଦେଖିଆସିଛନ୍ତି । କିନ୍ତୁ ଏବେ ଏହି ଦୁଇଚକିଆ ଯାନରେ ବୈଧ ଲାଇସେନ୍ସ ପ୍ଲେଟ୍ ବି ଦେଖାଯିବ।

ସମ୍ବନ୍ଧିତ ଖବର