କର୍ମମୟ ଜୀବନରୁ ଟିକେ ଶାନ୍ତି ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଇ ବିଶେଷ ମୁହୁର୍ତ୍ତକୁ ଉପଭୋଗ କରିବା ପାଇଁ ସମସ୍ତେ ଆଗ୍ରହୀ ଥାଆନ୍ତି। ନୂଆ ଜାଗା ଦେଖିବାର ନିଆରା ଅନୁଭୁତି ମଣିଷ ଜୀବନରେ ବହୁତ ଗୁରୁତ୍ୱ ରଖେ। ତେବେ ଅଧିକ ଟଙ୍କା ଖର୍ଚ୍ଚ କରି ବ୍ୟୟବହୁଳ ସ୍ଥାନକୁ ଯିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରେ ନାହିଁ । ଇଚ୍ଛା ଥିଲେ ମଧ୍ୟ ମନକୁ ମାରିବା ପାଇଁ ପଡ଼େ। ତେବେ ଏପରି ଅସୁବିଧା ଯଦି ଆପଣଙ୍କ ସହ ହେଉଛି ତେବେ ତାହାର ମଧ୍ୟ ସମାଧାନ ରହିଛି। ଆସନ୍ତୁ ଏପରି କିଛି ସ୍ଥାନ ବିଷୟରେ ଜାଣିବା ଯେଉଁଠିକୁ ଯାଇ ଆପଣ ଶସ୍ତାରେ ରହିପାରିବେ।
/sambad/media/post_attachments/wp-content/uploads/2018/03/orchha-top-img-300x127.jpg)
ଓରଛା (ମଧ୍ୟପ୍ରଦେଶ) : ଝାନସୀ ଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ ମଧ୍ୟପ୍ରଦେଶର ଓରଛା ଚାରିପଟେ ପାହାଡ ଘେରରେ ରହିଛି । ମନରୋମ ପରିବେଶ ତଥା ସବୁଜ ବନାନୀରେ ଭରପୁର ଏହି ସ୍ଥାନ। ଏଠାରେ ଅନେକ ପ୍ରସିଦ୍ଧ ମନ୍ଦିର ଦେଖିବାକୁ ମିଳେ। ବର୍ଷା ଋତୁରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ। ଏଠାରେ ୨ ରାତି ୩ ଦିନ ରହିବା ପାଇଁ ମାତ୍ର ୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ଡଲହୌସିି (ହିମାଚଳ ପ୍ରଦେଶ) : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡଲହୌସିି ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିଥାଏ। ଏହି ସ୍ଥାନର ସୁନ୍ଦରତାକୁ ଅନୁଭବ କରିବା ପାଇଁ ଦୂର ଦୂର ସ୍ଥାନରୁ ଧାଇଁ ଆସିଥାନ୍ତି ପର୍ଯ୍ୟଟକ। ଭ୍ରମଣ କରିବା ପାଇଁ ଏଠାରୁ ସୁନ୍ଦର ତଥା ଶସ୍ତା ସ୍ଥାନ ଆଉ କେଉଁଠି ମିଳିବା ମୁସ୍କିଲ। ଏହା ଭାରତର ଲୋକପ୍ରିୟ ଭ୍ରମଣକାରୀ ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ। ଏଠାରେ ୨ ରାତି ୩ ଦିନ ରହିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ କେବଳ ୫,୦୦୦ ଟଙ୍କା ଦେବାକୁ ପଡିବ।
ମାଉଣ୍ଟ ଟାବୁ( ରାଜସ୍ଥାନ) : ମାଉଣ୍ଟ ଟାବୁ ରାଜସ୍ଥାନର ଏକ ପ୍ରସିଦ୍ଧ ପାହାଡିଆ ସ୍ଥାନ। ଅନେକ ସୁନ୍ଦର ପାହାଡ ଏଠାରେ ରହିଛି। ସେଠାର ଦେଲବାଡା ମନ୍ଦିର ଖୁବ ଲୋକପ୍ରିୟ। ତେବେ ଏଠାକୁ ଆସିବା ପାଇଁ ଆପଣଙ୍କୁ ବେଶୀ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ। ୨ ରାତି ୩ ଦିନ ରହିବା ପାଇଁ କେବଳ ୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
/sambad/media/post_attachments/wp-content/uploads/2018/03/bail-f-300x225.jpg)
ବେଲୀ ଅଫ ଫ୍ଲାୱର(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡର ଏହି ମନରୋମ ସ୍ଥାନ ଅବସ୍ଥିତ। ଏଠାରେ ଆପଣଙ୍କ ବିଭିନ୍ନ ପ୍ରକାର ଫୁଲ ଦେଖିବାକୁ ପାଇପାରିବେ। ଯଥା : ଜଙ୍ଗଲୀ ଗୋଲାପ, ଡେଲିୟା, ସୈକ୍ସିଫେଜ, ଗେଣ୍ଡୁ ଭଳି ଅନେକ ଫୁଲ ଏଠାରେ ଦେଖିବାକୁ ପାଇଥାନ୍ତି ପର୍ଯ୍ୟଟକ। ଏଠାରେ ୨ ରାତି ୩ ଦିନ ରହିବା ପାଇଁ ମାତ୍ର ୩,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ।
ସିଲଙ୍ଗ (ମେଘାଳୟ) : ମେଘାଳୟରେ ଅବସ୍ଥିତ ସିଲଙ୍ଗ ସୌନ୍ଦର୍ଯ୍ୟରେ ଭରପୁର। ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ଜାଗା କୌଣସି ସ୍ୱର୍ଗ ଠାରୁ କମ୍ ନୁହେଁ । ପାହାଡ ସହ ସବୁଜ ଗଛଲତା ଏହାର ପ୍ରକୃତିର ସୁନ୍ଦରତାକୁ ଚାର ଚାନ୍ଦ ଲଗାଇ ଦେଇଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/tour-a.jpg)