ଦିନକୁ ଦିନ ବୃଦ୍ଧି ପାଉଛି ଟ୍ରେନ୍ରେ ଯାତ୍ରୀମାନଙ୍କର ଭିଡ଼। ଯାନିଯାତ୍ରାଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣୀମାନଙ୍କରେ ଟ୍ରେନ୍ରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କର ସୁବିଧା ନିମନ୍ତେ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି। ଟ୍ରେନ୍ରେ ଯାତ୍ରୀମାନଙ୍କୁ ସୁଷମ ଖାଦ୍ୟପେୟ ଯୋଗାଇଦେବା ଠାରୁ ଆରମ୍ଭ କରି ଯାତ୍ରୀମାନଙ୍କର ସୁରକ୍ଷିତ ଯାତ୍ରା ନିମନ୍ତେ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଥିବା ଭାରତୀୟ ରେଳବାଇ ଏବେ ଯାତ୍ରୀମାନଙ୍କ ପାଇଁ ନେଇଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏଣିକି ରେଳଯାତ୍ରୀ ଷ୍ଟେସନରେ ଅସୁସ୍ଥ ଅନୁଭବ କଲେ ତତ୍କ୍ଷଣାତ୍ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଯାଉଛି ରେଳ ମନ୍ତ୍ରଣାଳୟ।
ଭାରତରେ ସର୍ବଦା ରେଳ ଉପରେ ହିଁ ଅଧିକ ଲୋକ ଯାତାୟତରେ ନିର୍ଭର କରନ୍ତି। ପ୍ରଥମେ ଦୁର୍ଗାପୂଜା ଆଉ ଏବେ କାଳୀପୂଜା ସହ ଧନତେରସ ଓ ଛଟ ପୂଜା ପାଇଁ ଲୋକମାନେ ନିଜ ନିଜ ଘରକୁ ଯିବାରେ ବ୍ୟସ୍ତ । ତେବେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛି । ମିଳିଥିବା ସୂଚନା ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କର ଷ୍ଟେସନରେ ସ୍ୱାସ୍ଥ୍ୟରେ ଅବନତୀ ଦେଖାଯାଏ ତେବେ ତାଙ୍କୁ ସେହି ପ୍ଲାଟଫର୍ମରେ ହିଁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଏହାସହ ଦରକାର ପଡିଲେ ରୋଗୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯିବା ସହିତ ସମସ୍ତ ପ୍ରକାର ମେଡିକାଲ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।