କେହି ଯଦି ଅପମାନିତ କରୁଥାଏ, ତେବେ ଅନୁସରଣ କରନ୍ତୁ ଭଗବାନ ଶ୍ରୀକୃଷ୍ଣ ଅବଲମ୍ବନ କରିଥିବା ଏହି କୌଶଳ

ଜ୍ଞାନୀମାନେ କହିଛନ୍ତି ଯେ ସମ୍ମାନ ଏମିତି ଗୋଟେ ଜିନିଷ ଯାହାକୁ ଅର୍ଜ୍ଜନ କରିବାକୁ ପଡ଼େ। କିନ୍ତୁ ଏହାର ମୂଲ୍ୟ ଧନ ଠାରୁ ବହୁ ଊର୍ଦ୍ଧ୍ୱରେ । ବ୍ୟକ୍ତି ନିଜର କର୍ମ ବଳରେ ସମାଜରେ ସମ୍ମାନ ପାଇଥାଏ । କିନ୍ତୁ ଏମିତି ସମୟ ଆସିଥାଏ , ଆପଣଙ୍କୁ ଦୁଷ୍ଟ ଲୋକମାନଙ୍କ ସହିତ ସାମ୍ନା କରିବାକୁ ପଡ଼ିଥାଏ । ବେଳେବେଳେ ଏମିତି ପରିସ୍ଥିତି ଆସେ, ଆପଣଙ୍କର ଭୁଲ୍‌ ନ ଥାଇ ମଧ୍ୟ ଆପଣଙ୍କୁ ଅପମାନିତ କରାଯାଏ । ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ଆପଣଙ୍କୁ ବିନା କାରଣରେ ଅପମାନିତ କରନ୍ତି । ଏପରି ପରିସ୍ଥିତି କ’ଣ କଲେ ଭଲ ହେବ? ଏହାର ଉତ୍ତର ଆପଣଙ୍କୁ ଗୀତାରେ ବର୍ଣ୍ଣିତ ଶିଶୁପାଳ ଏବଂ ଶ୍ରୀକୃଷ୍ଣଙ୍କ ମଧ୍ୟରେ ହୋଇଥିବା ପ୍ରସଙ୍ଗରୁ ମିଳିବ ।

ନିଜର କର୍ମ ଅନୁସାରେ ମନୁଷ୍ୟ ଙ୍କୁ ଚିହ୍ନାଯାଏ। ଏଥିପାଇଁ କାହା ଦ୍ୱାରା ସମ୍ମାନ ଓ ଅପମାନ ହେବା କେବଳ ସେହି କ୍ଷଣ ପାଇଁ ହୋଇଥାଏ । ଆଗକୁ ଆପଣଙ୍କ ସାମାଜିକ ଜୀବନରେ ଏହାର କିଛି ମହତ୍ତ୍ୱ ରହେ ନାହିଁ, କେବଳ ଆପଣଙ୍କ କର୍ମ ସବୁବେଳେ ମନେରଖାଯାଏ । ଯଦି ଆପଣଙ୍କୁ କୌଣସି ବ୍ୟକ୍ତି ବାରମ୍ବାର ଅପମାନ କରୁଛି, ତା’ହେଲେ ଆପଣ ସେ ଆଡକୁ ଧ୍ୟାନ ଦିଅନ୍ତୁ ନାହିଁ । କିନ୍ତୁ ସୀମା ଅତିକ୍ରମ କଲେ , ପ୍ରତିକ୍ରିୟା ପ୍ରକାଶ ଆବଶ୍ୟକ । ଏହାର ଅର୍ଥ କିନ୍ତୁ ପ୍ରତିବଦଳରେ ଅପମାନ କରିବା ନୁହେଁ । ଆପଣଙ୍କୁ ତା’ର ଜବାବ କର୍ମ ଦ୍ୱାରା ଦେବା ଦରକାର । ଅପମାନର କାରଣ ଯାହା ବି ହେଉ , ଆପଣଙ୍କୁ କର୍ମ ଦ୍ୱାରା ତାହା ଭୁଲ୍‌ ବୋଲି ପ୍ରମାଣିତ କରିବା ଉଚିତ୍‌ ।

ବିନା କାରଣରେ କରାଯାଉଥିବା ଅପମାନଏକ ସୀମା ପର୍ଯ୍ୟନ୍ତ ସହିହୁଏ, ତା’ପରେ ଅପମାନିତ କରୁଥିବା ଲୋକଙ୍କୁ ତା’ର ଧୃଷ୍ଟତାକୁ ଅନୁଭବ କରାଇବା ଦରକାର ।

ଶ୍ରୀକୃଷ୍ଣ ଏବଂ ଶିଶୁପାଳଙ୍କ ମଧ୍ୟରେ ଭଲ ସଂପର୍କ ଥିଲେ ମଧ୍ୟ ମଧୁର ନଥିଲା । ଶିଶୁପାଳ ଶ୍ରୀକୃଷ୍ଣଙ୍କର ପିଉସୀଙ୍କର ପୁଅ ଥିଲେ । ସେମାନେ ସଂପର୍କରେ ଦୁଇ ଭାଇ ଥିଲେ । ତଥାପି ଶିଶୁପାଳଙ୍କ ମନରେ ଶ୍ରୀକୃଷ୍ଣଙ୍କ ପାଇଁ ଭଲ ଭାବନା ନ ଥିଲା । ଯାହାର କାରଣ ଥିଲେ ଶ୍ରୀକୃଷ୍ଣଙ୍କ ପତ୍ନୀ ‘ରୁକ୍ମିଣୀ’ । ରୁକ୍ମିଣୀ ସବୁବେଳେ ଶ୍ରାକୃଷ୍ଣଙ୍କୁ ପସନ୍ଦ କରୁଥିଲେ । ମନେମନେ ସେ ତାଙ୍କୁ ନିଜ ପତି ରୂପରେ ଭାବି ସାରିଥିଲେ । କିନ୍ତୁ ତାଙ୍କର ଭାଇ ‘ ରୁକ୍ମି’ କୃଷ୍ଣଙ୍କୁ ପସନ୍ଦ କରୁ ନ ଥିଲେ ଏବଂ ଏଥିପାଇ ସେ ଚେଦୀରାଜ୍ୟର ରାଜା ଶିଶୁପାଳଙ୍କ ସହିତ ରୁକ୍ମିଣୀଙ୍କ ବିବାହ ସ୍ଥିର କରିଥିଲେ । ପରେ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ନିଜର ମନର କଥା କହିଥିଲେ ଏବଂ ତାଙ୍କୁ ଏହି ବିବାହରୁ ବଞ୍ଚେଇବା ପାଇଁ କହିଥିଲେ । ଶ୍ରୀକୃଷ୍ଣ ମଧ୍ୟ ରୁକ୍ମିଣୀଙ୍କୁ ପସନ୍ଦ କରୁଥିଲେ । ଯୁଦ୍ଧରେ ସେ ରୁକ୍ମି ଙ୍କୁ ହରାଇ ରୁକ୍ମିଣ ଙ୍କୁ ବିବାହ କରିଥିଲେ । ଶିଶୁପାଳ ଏହି କଥାକୁ ନିଜର ଅପମାନ ବୋଲି ଭାବିଥିଲେ । ସେଥିପାଇଁ ଶିଶୁପାଳ କୃଷ୍ଣଙ୍କୁ ଭଲପାଉ ନ ଥିଲେ ।

ଥରେ ଯୁଧିଷ୍ଠର ଏକ ଯଜ୍ଞରେ ଶିଶୁପାଳ ସମେତ ବହୁତ ରାଜାଙ୍କୁ ଆମନ୍ତ୍ରିତ କରିଥିଲେ । କୃଷ୍ଣଙ୍କ ପ୍ରତି ଲୋକମାନଙ୍କର ଶ୍ରଦ୍ଧା, ସମ୍ମାନ ଦେଖି ଶିଶୁପାଳ ଈର୍ଷ୍ୟାଳୁ ହୋଇଗଲେ ଏବଂ ଅପଶଦ୍ଦ କହି ସର୍ବସମକ୍ଷରେ ଶ୍ରୀକୃଷ୍ଣ ଙ୍କୁ ଅପମାନିତ କଲେ । ତା’ପରେ ଅର୍ଜୁନ ଏବଂ ଭୀମ ତାଙ୍କୁ ମାରିବା ପାଇଁ ଉଠିଲେ । କିନ୍ତୁ ଶ୍ରୀକୃଷ୍ଣ ମୁରୁକି ହସି ତାଙ୍କୁ ଅବରୋଧ କଲେ ଏବଂ ଶିଶୁପାଳଙ୍କର ଅପମାନ ଶୁଣିଲେ । ଏହାପରେ ଶ୍ରୀକୃଷ୍ଣ ତାଙ୍କର ପିଉସୀ ପୁଅ ଭାଇଙ୍କୁ ଚେତାଇ ଦେଲେ, ଶିଶୁପାଳଙ୍କର ୧୦ ଟି ଭୁଲ୍‌ ସେ କ୍ଷମା କରିବେ । କିନ୍ତୁ ତା’ପରେ ସେ କିଛି ବି ଭୁଲ୍‌ କଲେ ଦଣ୍ଡ ଅବଶ୍ୟ ମିଳିବ । ଶ୍ରୀକୃଷ୍ଣ ମଧ୍ୟ ତାହା କଲେ । ଶିଶୁପାଳ ଳଗାତର ଶ୍ରୀକୃଷ୍ଣଙ୍କୁ ଅପଶଦ୍ଦ କହିବାରେ ଲାଗିଲେ । ଯେତେବେଳେ ସେ ଦଶମ ଅପଶଦ୍ଦରେ ପହଞ୍ଚିଲେ, ଶ୍ରୀକୃଷ୍ଣ ତାଙ୍କୁ ଚେତାବନୀ ଦେଇ କହିଲେ ରହିଯାଅ ନ ହେଲେ କିଛି ଭଲ ହେବନି । ୧୦ ଶଦ୍ଦ ପୂରା ହେବା ପରେ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ବାହାର କରି ତାଙ୍କ ମୁଣ୍ଡ ଉଡାଇଦେଲେ । ଏହାର ଅର୍ଥ ହେଲା ବିନା କାରଣରେ କରାଯାଉଥିବା ଅପମାନଏକ ସୀମା ପର୍ଯ୍ୟନ୍ତ ସହିହୁଏ, ତା’ପରେ ଅପମାନିତ କରୁଥିବା ଲୋକଙ୍କୁ ତା’ର ଧୃଷ୍ଟତାକୁ ଅନୁଭବ କରାଇବା ଦରକାର ।

ସମ୍ବନ୍ଧିତ ଖବର