ମାତ୍ର ତିନିଘଣ୍ଟା ହେଲମେଟ ପିନ୍ଧନ୍ତୁ, ଆଉ ଚନ୍ଦା‌ପଣରୁ ମୁକ୍ତି ପାଆନ୍ତୁ

ନୂଆଦିଲ୍ଲୀ: ଆଜିକାଲି କେଶ ଉପୁଡିବା ବା ଚନ୍ଦାପଣ ସବୁଠୁ ବଡ ସମସ୍ୟା । ଅନେକ ନିଜ ଚନ୍ଦାପଣକୁ ନେଇ ଚିନ୍ତିତ  ଥାଆନ୍ତି । ହେଲେ  ଆଉ ଚିନ୍ତା କରନ୍ତୁନି । କାରଣ ଏଥିରୁ ମୁକ୍ତି ଦେବାକୁ ଆସିଯାଇଛି ନିଆରା ଚିକିତ୍ସା, ହେଲମେଟ ଚିକିତ୍ସା ।

ଚନ୍ଦାପଣରୁ ମୁକ୍ତି ପାଇଁ ବିଶେଷ କିଛି କରିବାକୁ ପଡିବନି । ବରଂ ଦୈନିକ ୩ ଘଣ୍ଟା ଲେଖାଏଁ ହେଲମେଟ ପିନ୍ଧିବାକୁପଡିବ । ଆଗରୁ ଜୀବନ ବଞ୍ଚାଉଥିବା ହେଲମେଟ ଏବେ କେଶ ସମସ୍ୟାରୁ ମୁକ୍ତି ଦେବ । ଏହି ସ୍ୱତନ୍ତ୍ର ହେଲମେଟକୁ ପ୍ରସ୍ତୁତ କରିଛନ୍ତି ପାଟଣା ଏମ୍ସର ପ୍ରଫେସର । ଏହି ହେଲମେଟ ଚନ୍ଦାପଣ ସମସ୍ୟାର ରାମବାଣ ସାବ୍ୟସ୍ତ ହେବ ବୋଲି ପାଟଣା ଏମ୍ସର ନ୍ୟୁରୋ ଫିଜିଓଲୋଜି ବିଭାଗର ପ୍ରଫେସର ଡ. ଯୋଗେଶ କୁମାର ଦାବି କରିଛନ୍ତି ।

Hair Loss: 7 Types And Ayurvedic Ways To Cure It – Vedix

ପ୍ରଫେସର ଯୋଗେଶ କୁମାରଙ୍କ ତଥ୍ୟ ମୁତାବକ, ଚର୍ମର ଯେଉଁ ସ୍ତରରେ ସେ ଗବେଷଣା କରିଛନ୍ତି ସେହି ସ୍ତରରେ ଚୁଟି ଉଠିବା ସହ ଅଧିକ ସମୟ ଯାଏଁ ରହିବା ପରେ ଦୁର୍ବଳ ହୋଇ ଉପୁଡିଯାଏ । ସେ ଓ ତାଙ୍କର ୟୁନିଟ ପ୍ରସ୍ତୁତ କରିଥିବା ଏହି ହେଲମେଟରେ ୩୨ ପ୍ରକାର ଏଲଇଡି ବ୍ୟବହାର କରାଯାଇଛି । ଏହାକୁ ପିନ୍ଧିବା ପରେ ଅଲଗା ଅଲଗା ପ୍ରକାରର ୩୨ ଟି ଲେଜର ଲାଇଟ କାର୍ଯ୍ୟକ୍ଷମ ହୋଇଥାଏ । ପ୍ରତ୍ୟେକ ଲାଇଟ ଭିନ୍ନ ଭିନ୍ନ କାମ କରିଥାଏ । ହେଲେମେଟ ଚିକିତ୍ସା ଆରମ୍ଭ ହେବାର ୩ରୁ ୪ ମାସ  ମଧ୍ୟରେ କେଶ ଝଡିବା, ବା ଚନ୍ଦାପଣ ଦୂର ହେବା ସହ ନୁଆ ଚୁଟି ଦେଖାଦେବ । ଏହି ହେଲମେଟକୁ ଦୈନିକ ୩ ଘଣ୍ଟା ପିନ୍ଧିବାକୁ ପଡିବ । ଏହା ଦ୍ୱାରା କେଶ ମୂଳ ମଜବୁତ ହେବ ବୋଲି ଗବେଷକ ମାନେ ଦାବି କରିଛନ୍ତି ।

ପ୍ରଫେସର ଯୋଗେଶ କୁମାରଙ୍କ କହିବା ମୁତାବକ, ଏଯାଏଁ ଦେଶରେ ଚନ୍ଦାପଣ ଦୂର କରିବାକୁ କୌଣସି ସ୍ଥାୟୀ ସମାଧାନ ଆସିନାହିଁ । ଏହା ଉପରେ କାର୍ଯ୍ୟ ଜାରି ରହିଛି । ଏଥିପାଇଁ ଦେଶରେ ହୋଇଥିବା ସମସ୍ତ ଗବେଷଣାକୁ ଅଧ୍ୟୟନ କରାଯାଇଛି । ଏହି ଆଧାରରେ ଏହି ସ୍ୱତନ୍ତ୍ର ହେଲମେଟ ପ୍ରସ୍ତୁତ କରାଯାଇଛି । ହେଲମେଟର ମଡେଲ ପ୍ରସ୍ତୁତ ପାଇଁ ଇଂଜିନିୟରଙ୍କ ସହାୟତା ନିଆଯାଇଛି । ତେଣୁ ଆଇଆଇଟି ପାଟଣାର ସହଯୋଗ ନିଆଯାଇଛି । ଏହାର ପରୀକ୍ଷଣ ମଧ୍ୟ ହୋଇସାରିଛି ।

ହେଲେମେଟର ଦାମ ଉପରେ ଏଯାଏଁ କିଛି ମୂଲ୍ୟ ନିର୍ଦ୍ଧାରଣ କରାଯାଇନାହିଁ । ହେଲମେଟର ମଡେଲ ଓ ଥେରାପି ପଦ୍ଧତିର ପେମେଣ୍ଟପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏହାର ଦାମକୁ ସାର୍ବଜନୀନ କରାଯିବ ବୋଲି ପ୍ରଫେସର ଯେଗେଶ କୁମାର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର