ପ୍ରତିବର୍ଷ ବହୁ ପର୍ଯ୍ୟଟକ ନୈନିତାଲ ଭ୍ରମଣରେ ଆସିଥାନ୍ତି, କାରଣ ଏଠାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ତେବେ କେତେକ ସ୍ଥାନ ଦେଖିଲେ ଆପଣଙ୍କ ନୈନିତାଲ ଭ୍ରମଣ ଅଧୁରା ରହିଯିବ। ‘ଚାଇନା ପିକ୍’ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ।ଏହା ହେଉଛି ନୈନିତାଲର ସବୁଠୁଁ ଉଚ୍ଚ ପାହାଡ଼ । ଏହା ଉପରୁ ହିମାଳୟର ଉଚ୍ଚା ଉଚ୍ଚା ଶୃଙ୍ଗକୁ ଦେଖି ହୁଏ । ନୈନିତାଲ ସହରଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଅବସ୍ଥିତ ‘ଚାଇନା ପିକ୍’ରେ ପର୍ଯ୍ୟଟକମାନେ ଟ୍ରେକିଂର ରୋମାଞ୍ଚକର ଅନୁଭୂତି ନେଇପାରିବେ । ଏଠାରେ ଲମ୍ବା ଲମ୍ବା ଗଛ ଓ ପକ୍ଷୀମାନଙ୍କ ସ୍ୱର ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ଏହା ସର୍ବଦା ବରଫ ଦ୍ୱାରା ଆଚ୍ଛାଦିତ ଥାଏ ।
ସଂପୂର୍ଣ୍ଣ ବରଫରେ ଆଚ୍ଛାଦିତ ପର୍ଯ୍ୟଟନ ସ୍ଥଳ ହେଲା ‘ସ୍ନୋଭ୍ୟୁ’ । ଏହା ମଧ୍ୟ ଏକ ପର୍ବତ, ଯାହା ସମୁଦ୍ର ପତ୍ତନଠାରୁ ପ୍ରାୟ ୨୨୭୦ ମିଟର ଉଚ୍ଚରେ ଅବସ୍ଥିତ । ଏହା ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦର ।
ନୈନିତାଲର ଅନ୍ୟଏକ ଲୋକପ୍ରିୟ ପାହାଡ଼ ହେଲା ‘ଟିଫିନ୍ ଟପ୍’, ଯାହା ସହରଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ । ଏହା ଉପରୁ ନୈନିତାଲର ଦୃଶ୍ୟ ସହଜରେ ଦେଖି ହୁଏ । ନୈନିତାଲଠାରୁ ପ୍ରାୟ ଏଗାର କିଲୋମିଟର ଦୂରରେ ଅବସ୍ଥିତ ପର୍ଯ୍ୟଟନ ସ୍ଥଳ ହେଲା -ଉବାଲୀ, ଏହାର ଉଚ୍ଚତା ୧,୭୦୬ ମିଟର । ଏଠାରେ ବିଭିନ୍ନ ପ୍ରକାରର ଫଳ ମିଳେ । ଏଠାରେ କଫ୍ ଏଡ୍ ବର୍ଡଙ୍କ ନାଆଁରେ ଟିବି ସେନେଟେରିୟମ୍ ନିର୍ମିତ ହୋଇଚି । ଏହାର ଶାନ୍ତ ପରିବେଶ ଓ ପ୍ରଦୂଷଣ ଜଳବାୟୁ ପର୍ଯ୍ୟଟକ ଖୁବ୍ ସୁହାଇଥାଏ ।
/sambad/media/post_attachments/wp-content/uploads/2018/08/nainital-.indianholiday.com_-300x202.jpg)
ନୈନିତାଲରେ ରହିବା ପାଇଁ ବିଭିନ୍ନ ସ୍ତରର ହୋଟେଲ୍ ଓ ଗେଷ୍ଟ୍ ହାଉସ୍ ରହିଛି । ଏପ୍ରିଲ୍ରୁ ଅକ୍ଟୋବର ଯାଏଁ ଆସିବାର ଏଠାକୁ ଉପଯୁକ୍ତ ସମୟ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/Nainital-China-Peak_Thumbnail-1.jpg)