ସବୁଜ ସାଥୀ-ଟ୍ରି ଆମ୍ବୁଲାନ୍ସ

ଆଜିକାଲି ସହର ରାସ୍ତାକୁ ଓସାରିଆ କରିବା ଉଦ୍ଦେଶ୍ୟରେ ରାସ୍ତା କଡ଼ରେ ଥିବା ପୁରୁଣା ତଥା ବଡ଼ ବଡ଼ ଗଛଗୁଡ଼ିକୁ କାଟିଦିଆଯାଉଛି। ଏହା ଦ୍ୱାରା ସହରର ସବୁଜିମା ବଳୟ ନଷ୍ଟ ହେଉଛି ଏବ˚ ସହରବାସୀଙ୍କ ପାଇଁ ବିଶୁଦ୍ଧ ଅମ୍ଳଜାନ ମିଳିବାର ମାଧ୍ୟମ ମଧ୍ୟ କମିଯାଉଛି। ଏପରି ସ୍ଥଳେ ଗଛଗୁଡ଼ିକୁ ନ କାଟି ଅନ୍ୟ ସ୍ଥାନରେ ପୁନଃରୋପଣ ଏବ˚ ସେଗୁଡ଼ିକର ଯତ୍ନ ନେବା କ୍ଷେତ୍ରରେ ‘ଟ୍ରି ଆମ୍ବୁଲାନ୍ସ’ ଏକ ଉତ୍ତମ ବିକଳ୍ପ। ଚେନ୍ନାଇ ମହାନଗରୀରେ ଏବେ ଏହି ପଦ୍ଧତିରେ ଗଛଗୁଡ଼ିକର ସୁରକ୍ଷା ଓ ଯତ୍ନ ନିଆଯାଉଛି।

YouTube

ଗଛଗୁଡ଼ିକର ସ୍ବତନ୍ତ୍ର ଧ୍ୟାନ ରଖିବା ଓ ଯତ୍ନ ନେବା କାର୍ଯ୍ୟରେ କେତେକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏମାନେ ଗଛଗୁଡ଼ିକୁ ପୁନଃରୋପଣ ସହ ନିୟମିତ ପାଣି, ସାର, କୀଟନାଶକ ଦେଇ ଯତ୍ନ ନେଉଛନ୍ତି। ମରିଯାଇଥିବା ଗଛକୁ ଉପାଡ଼ି ସେହି ସ୍ଥାନରେ ନୂଆ ଚାରା ପୋତୁଛନ୍ତି ଏବ˚ ତାହାର ଯତ୍ନ ନେଉଛନ୍ତି। ଏହା ବ୍ୟତୀତ ସହରର ଫାଙ୍କା ସ୍ଥାନରେ ଚାରା ରୋପଣ, ଗଛଗୁଡ଼ିକରେ ପାଣି ଛିଞ୍ଚିବା ସହିତ ଡାଳପତ୍ରରୁ ଧୂଳିମଳି ସଫା କରିବା ମଧ୍ୟ ଏହି ଟ୍ରି ଆମ୍ବୁଲାନ୍ସ କର୍ମଚାରୀଙ୍କ ନିୟମିତ କାର୍ଯ୍ୟ ପରିସରଭୁକ୍ତ।

ସମ୍ବନ୍ଧିତ ଖବର